PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

‘କାଳିଆ’ ଯୋଜନା: ଅଯୋଗ୍ୟଙ୍କଠୁ ଟଙ୍କା ଫେରସ୍ତ ନିଆଯିବ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ‘କାଳିଆ’ ଯୋଜନାରେ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ହିଁ ଆର୍ଥିକ ସହାୟତା ଦିଆଯିବ । କୌଣସି ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ସହାୟତା ରାଶି ମିଳିବନି । ଏପରିକି ଭୁଲ୍‌ବଶତଃ ଯେଉଁ ପ୍ରଭାବଶାଳୀ ଓ ବଡ଼ବଡ଼ିଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘କାଳିଆ’ ସହାୟତା ରାଶି ପଠାଯାଇଛି, ସେମାନଙ୍କ ଆକାଉଣ୍ଟରୁ ସେଇ ଟଙ୍କା ଫେରସ୍ତ ନିଆଯିବ । ଖୋଦ୍‌ କୃଷି ବିଭାଗ ସଚିବ ସୌରଭ ଗର୍ଗ ଆଜି ଏଭଳି ସୂଚନା ଦେଇଛନ୍ତି ।
‘କାଳିଆ’ ଯୋଜନା ଘୋଷଣା ହେବା ପରେ ଜାନୁଆରୀ ପ୍ରଥମ ସପ୍ତାହରେ ୨୨ ଲକ୍ଷ ୮୦ ହଜାର କ୍ଷୁଦ୍ର ଓ ନାମମାତ୍ର ହିତାଧିକାରୀଙ୍କ ଚିଠା ତାଲିକା ପ୍ରକାଶ କରାଯାଇଥିଲା । ଏଥିରୁ ୧୩ ଲକ୍ଷ ୩ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚୂଡ଼ାନ୍ତ ହିତାଧିକାରୀ ତାଲିକାରେ ସ୍ଥାନିତ କରାଯାଇଛି । ଏହି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପଠାଯାଇଛି । ଏହି ଟଙ୍କା ପଠାଇବା ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ, ତାହା ଅନୁଧ୍ୟାନ କରିବା ପାଇଁ ପ୍ରଥମେ ୭ ଲକ୍ଷ ୪ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ପଠାଯାଇଥିଲା । ତେଣୁ ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବର୍ତ୍ତମାନ ସୁଦ୍ଧା କେବଳ ୧ ଟଙ୍କା ପହଞ୍ଚିଛି, ସେମାନଙ୍କ ଆକାଉଣ୍ଟରେ ଖୁବଶୀଘ୍ର ସମ୍ପୂର୍ଣ୍ଣ ସହାୟତା ରାଶି ପହଞ୍ଚିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
‘କାଳିଆ’ ଯୋଜନା ନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ବୈଠକ ବସିଥିଲା । ବୈଠକରେ ବ୍ୟାଙ୍କଗୁଡ଼ିକୁ ସ୍ପଷ୍ଟ କୁହାଯାଇଥିଲା ଯେ ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟକୁ ‘କାଳିଆ’ ସହାୟତା ରାଶି ପଠାଯାଉଛି, ସେଥିରେ ଋଣ ବାବଦକୁ ବ୍ୟାଙ୍କ କୌଣସି ଟଙ୍କା କାଟି ପାରିବ ନାହିଁ । ପୂର୍ବରୁ ବ୍ୟାଙ୍କ ଋଣ କିମ୍ବା କୌଣସି ପ୍ରିମିୟମ ବାକି ଥିଲେ ମଧ୍ୟ ‘କାଳିଆ’ ସହାୟତା ଟଙ୍କାରୁ ଟଙ୍କାଟିଏ ବି ବ୍ୟାଙ୍କ କାଟିବନି । ସମ୍ପୂର୍ଣ୍ଣ ଟଙ୍କା ହିତାଧିକାରୀଙ୍କୁ ମିଳିବ । ୩୦ଟି ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ସହ ଜିଲ୍ଲାପାଳମାନେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ତେବେ ଭୁଲବଶତଃ ଯଦି କୌଣସି ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘କାଳିଆ’ ସହାୟତା ରାଶି ପଠାଯାଇଥାଏ, ସେଇ ଟଙ୍କାକୁ ସରକାର ଫେରାଇ ଆଣିବେ । ଏଥିପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯିବ ।