ମଙ୍କି ପକ୍ସ ନେଇ ସତର୍କ ସୂଚନା ଜାରି କଲା ସ୍ୱାସ୍ଥ୍ୟ ବିଭାଗ, ବିଶେଷଜ୍ଞ କହିଲେ ସ୍ଥିତି ଉପରେ ରଖାଯାଇଛି ନଜର

ଭୁବନେଶ୍ୱର ୨୧/୦୫: ୟୁରୋପୀୟରେ ମଙ୍କି ପକ୍ସ ଚିହ୍ନଟ ପରେ ସବୁ ଦେଶରେ ପ୍ରକାଶ ପାଇଛି ତପ୍ତରତା । ବିଶେଷ କରି ଭାରତରେ ଏହାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପେଶାଲ ଆଡଭାଇଜରି ଜାରି ହୋଇଛି । ତେବେ ଆଡଭାଇଜରି ଜାରି ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେ୍ଦଶକ ବିଜୟ ମହାପାତ୍ର । ସେ କହିଛନ୍ତି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡ଼ଭାରଜରି ଜାରି କରିଛନ୍ତି । ଆଲର୍ଟ ରହିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଭାରତରେ ମଙ୍କି ପକ୍ସ ଏଯାଏଁ ଚିହ୍ନଟ ହୋଇନାହିଁ । ତେବେ ଯଦି ମଙ୍କି ପକ୍ସ ଭଳି କିଛି ଲକ୍ଷଣ ଜଣାପଡେ। ଯେମିତିକି ଜ୍ୱର ହେବା, ଦେହ ମୁଣ୍ଡ ବଥା ହେବା ଓ ଦେହ ସାରା ଫଳିଯିବା, ଘା ହେବା ତାହା ହେଲେ ପୁନେକୁ ପରୀକ୍ଷା ଲାଗି ସାମ୍ପୁଲ ପଠାଯିବ । ପରେ ତାହା ଜଣାପଡିବ ମଙ୍କି ପକ୍ସ ହୋଇଛି ନା ନାହିଁ । କିନ୍ତୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।