PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୯୨ ଦେଶକୁ ବ୍ୟାପିଲାଣି ମଙ୍କିପକ୍ସ ଭାଇରସ୍, WHO କହିଲା- ଭ୍ୟାକସିନ ହିଁ ଏକମାତ୍ର ଅସ୍ତ୍ର

ନୂଆଦିଲ୍ଲୀ ୧୭/ ୦୮: ମହାମାରୀ କରୋନା ପରେ ଏବେ କାୟା ବିସ୍ତାର କରିଚାଲିଛି ମଙ୍କିପକ୍ସ । ବିଶ୍ବବାସୀ ଏହାକୁ ନେଇ ଆତଙ୍କିତ ହେଲେଣି । ମଙ୍କିପକ୍ସ ଭାଇରସ ଏବେ ବିଶ୍ବର ୯୨ଟି ଦେଶକୁ ବ୍ୟାପିସାରିଲାଣି । ଏ ନେଇ ବୁଧବାର ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । ହୁ’ ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଅଧନୋମ୍‌ ଘେବ୍ରିସିୟସ୍‌ କହିଛନ୍ତି, ‘ମଙ୍କିପକ୍ସ ସଂକ୍ରମଣ ଏବେ ବିଶ୍ବର ୯୨ଟି ଦେଶକୁ ବ୍ୟାପିଗଲାଣି । ରିପୋର୍ଟ ଅନୁଯାୟୀ, ୩୫ ହଜାରରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ସେହିଭଳି ୧୨ ଜଣଙ୍କ ମୃତ୍ୟୁ ଘଟିଛି’।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାତ୍ର ସପ୍ତାହକ ମଧ୍ୟରେ ପୁରା ବିଶ୍ବରେ ୭ ହଜାର ୫ଶହରୁ ଅଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବ ସପ୍ତାହ ତୁଳନାରେ ୨୦ ପ୍ରତିଶତ ଅଧିକ । ସେଥି ମଧ୍ୟରୁ ଅଧିକାଂଶ ଦେଶ ରହିଛି ଯେଉଁଠି କି ପୂର୍ବରୁ ମଙ୍କିପକ୍ସ ମାମଲା ଆଦୌ ନଥିଲା । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନା କରିବାକୁ ଗଲେ, ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

WHO ମହାନିର୍ଦ୍ଦେଶକ କହିଛନ୍ତି, ମଙ୍କିପକ୍ସ ଭାଇରସକୁ ରୋକିବା ପାଇଁ ଭ୍ୟାକସିନ ହିଁ ପ୍ରମୁଖ ଭୂମିକା ତୁଲାଇବ । ଅନେକ ପ୍ରଭାବିତ ଦେଶ ଭ୍ୟାକସିନ ମାଗୁଛନ୍ତି। ମଙ୍କିପକ୍ସ ପାଇଁ ଭ୍ୟାକସିନ ବାହାରିସାରିଛି ଏବଂ ବ୍ୟବହାର ହେଉଛି ସତ କିନ୍ତୁ ଅଧିକ ପରିମାଣରେ ନାହିଁ । ଅନ୍ୟପଟେ ମାମଲା ବୃଦ୍ଧି ପାଉଥିବାରୁ ବିଭିନ୍ନ ଦେଶ ଅଧିକ ପରିମାଣର ଟିକା ଆବଶ୍ୟକ କରୁଛନ୍ତି’। ମଙ୍କିପକ୍ସ ପଶୁଙ୍କ ଠାରୁ ମଣିଷ ଶରୀରରେ ପ୍ରବେଶ କରୁଥିବା ଏକ ଭାଇରସ । ଅବଶ୍ୟ କରୋନା ଭଳି ଏହା ଅତ୍ୟଧିକ ଭୟଙ୍କର ନୁହେଁ କିମ୍ବା ସଂକ୍ରାମକ ନୁହେଁ ତଥାପି ବିପଦ ରହିଛି । ଏହାର ପ୍ରସାରଣକୁ ରୋକିବା ନିହାତି ଆବଶ୍ୟକ ।

ବ୍ରିଟେନରେ ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଠାରେ ପ୍ରାୟ ୩ ହଜାରରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ କେବଳ ଲଣ୍ଡନରେ ରହିଛନ୍ତି । ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡସ ଏବଂ ସ୍ପେନରେ ଅଧିକ ସଂଖ୍ୟକ ମଙ୍କିପକ୍ସ ଆକ୍ରାନ୍ତ ରହିଛନ୍ତି ।

ସମ୍ବନ୍ଧିତ ଖବର