‘ମଙ୍କିପକ୍ସ’ ମୁକବିଲା ପାଇଁ ମୁମ୍ୱାଇରେ ବ୍ୟାପକ ସତର୍କତା, ସନ୍ଦିଗ୍ଧଙ୍କ ପାଇଁ କସ୍ତୁରବା ହସ୍ପିଟାଲରେ ୨୮ ବେଡ ରିଜର୍ବ

pic- .amarujala.com
ମୁମ୍ୱାଇ,୦୫/୨୩: ବିଶ୍ୱରେ ଆତଙ୍କ ଖେଳାଉଛି ମଙ୍କିପୋକ୍ସ। କରୋନାର ପ୍ରୋକପ ଯାଇନଥିବା ବେଳେ ଗୋଟିଏ ପରେ ଗୋଟିଏ ଦେଶରେ ନୂଆ ଭାଇରସ ମଙ୍କିପକ୍ସ ବ୍ୟାପିବା ପୁଣିଥରେ ଥରେ ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ୱାଇ ନଗର ନିଗମ ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛି। ମହାନଗର କସ୍ତୁବା ହସ୍ପିଟାଲରେ ୨୮ ଟି ବେଡ ମଙ୍କିପୋକ୍ସ ସନ୍ଦିଗ୍ଧଙ୍କ ପାଇଁ ଆରକ୍ଷଣ କରାଯାଇଛି।
ଏହି ବେଡରେ ମଙ୍କିପକସ୍ସ ସନ୍ଦିଗ୍ଧ ରୋଗୀଙ୍କୁ ଆଇସୋଲେଟରେ ରଖାଯିବ। ମୁମ୍ୱାଇ ମହାନଗର ପାଳଳିକାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଯାଏ ମୁମ୍ୱାଇରେ ମଙ୍କିପକ୍ସ ସଂକ୍ରମିତ କିମ୍ୱା ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇନାହାନ୍ତି।
ବିଏମସିର ଲୋକ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଏହି ଭାଇରସକୁ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଏମସି କହିଛି ଯେ ମଙ୍କିପକ୍ସ ଜଙ୍ଗଲୀ ପ୍ରାଣି ପାଖରେ ଦେଖଯାଉଥିବା ରୋଗ। ଏହା ସାଧାରଣ ଭାବେ ପଶ୍ଚିମ ଓ ମଧ୍ୟ ଆଫ୍ରିକା ଜଙ୍ଗଲରେ ଦେଖାଯାଇଥାଏ। ଏହା ବର୍ତ୍ତମାନ ମଣିଷଙ୍କ ଦେହରେ ବ୍ୟାପିବାରେ ଲାଗିଛି ବୋଲି ବିଏମସି କହିଛି।