PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ବର୍ଷା ଦିନେ ଝଡ଼ୁଛି କି କେଶ ? ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ…

ଭୁବନେଶ୍ଵର, ୩୦/୦୬ : ବର୍ଷା ଦିନେ କେଶ ଝଡ଼ିବା ଏକ ମୁଖ୍ୟ ସମସ୍ୟା। ବର୍ଷା ଦିନ ଆସିଲେ କେଶ ଉପୁଡ଼ିବା ଆରମ୍ଭ ହୋଇଯାଏ। କାରଣ ସ୍କଲ୍ଫ ନରମ ରହିବା ଯୋଗୁଁ ଆପଣଙ୍କର କେଶର ମୂଳ ଶୁଷ୍କ ହୋଇଯାଏ ଏବଂ ଝଡ଼ିବା ଆରମ୍ଭ କରେ। ଏଥିପାଇଁ ନିଜ କେଶର ଯତ୍ନ ନିଅନ୍ତୁ। ବିଶେଷ କରି ଯଦି ବର୍ଷାରେ ଆପଣଙ୍କର କେଶ ଓଦା ହେଉଛି ତେବେ ପ୍ରଥମେ କେଶକୁ ଶୁଖାଇ ଦିଅନ୍ତୁ, ଏହାପରେ ତେଲ ଲଗାଇ ମାଇଲ୍ଡ ଶାମ୍ପୋ କରନ୍ତୁ।

କେଶକୁ ଦିଅନ୍ତୁ ଭରପୁର ପୋଷଣ- ବର୍ଷା ଦିନେ କେଶକୁ ଭରପୁର ପୋଷଣ ଦିଅନ୍ତୁ। ପ୍ରତି ୧୫ ଦିନରେ ଥରେ ତେଲ ଲଗାନ୍ତୁ। ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ଵାରା ଆପଣଙ୍କ କେଶକୁ ପୋଷଣ ମିଳିବ।

ସୁସ୍ଥ ଆହାର ଜରୁରୀ- ସୁସ୍ଥ ଆହାର ଆପଣଙ୍କ ତ୍ଵଚା ସହିତ ଆପଣଙ୍କ କେଶ ପାଇଁ ଜରୁରୀ। ଏଥିପାଇଁ ଆପଣ ସୁପରଫୁଡ୍ ଖାଆନ୍ତୁ। ଜଙ୍କ୍ ଫୁଡ୍ ଏବଂ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ।

କଣ୍ଡିଶନର- ବର୍ଷା ଦିନେ କେଶ ଶୁଷ୍କ ହୋଇଯାଏ। ତେଣୁ ଆପଣ କେଶକୁ କଣ୍ଡିସନିଂ କରନ୍ତୁ। କଣ୍ଡିସନର ଲଗାଇବା ଦ୍ଵାରା ଆପଣଙ୍କ କେଶ ମୁଲାୟମ ଏବଂ ଚମକଦାର ରହିବ। ଏଥିପାଇଁ ସପ୍ତାହକୁ ଦୁଇଥର କଣ୍ଡିସନର ଲଗାନ୍ତୁ।

ଆପଲ ସାଇଡର ଭିନେଗାର- ବର୍ଷା ଦିନେ ଆପଣଙ୍କ ସ୍କଲ୍ଫ ନରମ ରୁହେ। ଏହାଦ୍ଵାରା ଆପଣଙ୍କ କେଶ ଚିପଚିପା ହୋଇଯାଏ। ପିଏଚ୍ ଲେବୁଲ୍ ମଧ୍ୟ ବିଗିଡ଼ି ଯାଏ। ତେଣୁ ପିଏଚ୍ ଲେବୁଲ୍ ନିୟନ୍ତ୍ରଣ ରଖିବା ପାଇଁ ଆପଲ ସାଇଡର୍ ଭିନେଗାର ଭଲ କାମ ଦିଏ। ଏଥିପାଇଁ କେଶ ସଫା କରିବା ପୂର୍ବରୁ ପାଣିରେ ଅଳ୍ପ ଆପଲ ସାଇଡର୍ ବିନେଗାର ମିଶାଇ ଲଗାନ୍ତୁ।

ଆଲୋଭେରା- କେଶ ଚିପଚିପା ନହେବା ପାଇଁ ଆଲୋଭେରା ଜେଲ୍ ବ୍ୟବହାର କରନ୍ତୁ। ଏହାଦ୍ଵାରା ଆପଣଙ୍କ କେଶକୁ ପୋଷଣ ମିଳିବ। କେଶର ମୂଳ ମଜବୁତ ହେବ। କେଶ ଝଡ଼ିବା ବନ୍ଦ ହୋଇଯିବ।

ମୋଟା ଦାନ୍ତ ଥିବା ପାନିଆ ବ୍ୟବହାର- କେଶରୁ ଜଟ ଛଡାଇବା ପାଇଁ ମୋଟା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ। ଏହାଦ୍ଵାରା କେଶ ଫାଟିବା ବନ୍ଦ ହୋଇଯାଏ।