କେରଳରେ ପାଦଦେଲା ମୌସୁମୀ, ଓଡିଶାକୁ ଆସିପାରେ ଆଉ ଏତେ ଦିନ ପରେ

ନୂଆଦିଲ୍ଲୀ,୮।୬: ପ୍ରାୟ ୧ ସପ୍ତାହ ବିଳମ୍ବରେ ଶେଷରେ ଶନିବାର ମୌସୁମୀ କେରଳରେ ପାଦ ଥାପିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କେରଳର ବହୁ ଅଞ୍ଚଳରେ ଭଲ ବର୍ଷା ଆରମ୍ଭ ହୋଇଯାଇଛି। ସେଭଳି ମୌସୁମୀରେ ବିଳମ୍ବର ସିଜିନରେ ବର୍ଷା ସହିତ କିଛି ସମ୍ପର୍କ ନାହିଁ। ଏହା ଜରୁରୀ ନୁହେଁ ଯେ, ମୌସୁମୀ ପାଦ ଦେବାରେ ବିଳମ୍ବ ସହିତ ବର୍ଷାର କୌଣସି ସମ୍ପର୍କ ନାହିଁ। କେରଳରେ ଏହି ବିଳମ୍ବ କାରଣରୁ ଦେଶର ଅନ୍ୟ ଭାଗରେ ମୌସୁମୀ ବିଳମ୍ବରେ ପହଁଞ୍ଚିବ।

ଗତ କିଛି ଦିନ ହେବ ମୌସୁମୀର ଆଗମନକୁ ଲୋକମାନେ ଅପେକ୍ଷା କରିଥିଲେ। ଦେଶର ଅଧିକାଶଂ ଅଞ୍ଚଳରେ ଜଳସେଚନ ବର୍ଷା ଉପରେ ନିର୍ଭର କରିଥାଏ। ପଶ୍ଚିମ ଓ ଦକ୍ଷିଣ ଭାରତର ଅଧିକାଂଶ ଜଳାଶୟରେ ପାଣିର ସ୍ତର ଖୁବ୍ ତଳେ ପହଁଞ୍ଚି ଯାଇଛି। ଜଳସେଚନର ବୈକଳ୍ପିକ ସାଧନ ନ ହେବା କାରଣରୁ ଅଧିକାଂଶ ଗ୍ରାମୀଣ ଭାରତ ୪ ମାଦ ହେବ ମୌସୁମୀ ଉପରେ ନିର୍ଭର କରିଥାନ୍ତି। ସେପରି ଓଡ଼ିଶାରେ ମୌସୁମୀ ପହଞ୍ଚିବା ଲାଗି ପ୍ରାୟ ୧୦ ଦିନ ସମୟ ଲାଗିଥାଏ। କିନ୍ତୁ ପାଗ ଅନୁକୂଳ ରହିଲେ ଆଗାମୀ ୭ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୧୫ ତାରିଖ ବେଳକୁ ମୌସୁମୀ ଓଡ଼ିଶାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ୧୩ ତାରିଖରେ ପ୍ରାକ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା।