PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ; ୪ ଜୁନ୍‌ରେ ଛୁଇଁବ କେରଳ: ଆଇଏମ୍‌ଡି

Image Courtesy: India Post

  • କିପରି ରହିବ ଚଳିତ ବର୍ଷର ମୌସୁମୀ?
  • ସ୍ବାଭାବିକ ରହିବ ବୋଲି ଆଇଏମ୍‌ଡିର ଆକଳନ
  • ଅଲ୍‌ ନିନୋର ପ୍ରଭାବ ପ‌ଡ଼ିବାର ଆଶଙ୍କା
  • କେବଳ ଅଲ୍‌ ନିନୋ ନା ଅନ୍ୟ କୌଣସି କାରକ ଦ୍ବାରା ପ୍ରଭାବିତ ହେଉଛି ମୌସୁମୀ?

ନୂଆଦିଲ୍ଲୀ,୨୬/୦୫: ଦେଶରେ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ଅନୁମାନ କରାଯାଉଛି। ଭାରତୀୟ ପାଣିପାଗ ଅନୁସନ୍ଧାନ କେନ୍ଦ୍ର(ଆଇଏମ୍‌ଡି) ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୪ ଜୁନ୍‌ ପାଖାପାଖି ମୌସୁମି କେରଳ ପହଞ୍ଚିବ। ଚଳିତବର୍ଷ ମୌସୁମୀ ୯୬ ପ୍ରତିଶତ ରହିବାର ପୂର୍ବାନୁମାନ କରାଯାଇଛି। ସେପଟେ ଉତ୍ତର-ପଶ୍ଚିମ ଭାରତରେ ସାମାନ୍ୟ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ୯୬% ରହିବା ନେଇ ଅନୁମାନ କରାଯାଉଛି। ତେବେ ମୌସୁମୀ ଭିତରେ ଅଲ୍‌ ନିନୋ ରହିବାର ୯୦ ପ୍ରତିଶତ ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଅଲ ନିନୋ ମୌସୁମୀ ପବନର ଦୁର୍ବଳତା ଏବଂ ଭାରତରେ କମ୍ ବର୍ଷା ସହିତ ଜଡିତ। ଅଲ୍ ନିନୋ କାରଣରୁ ଏହି ବର୍ଷ ତାପମାତ୍ରା ଗରମ ରହିଛି। ଭାରତରେ ମୌସୁମୀ ସମୟରେ ସ୍ବାଭାବିକ ବର୍ଷା ମଧ୍ୟରେ ‘ଅଲ୍ ନିନୋ’ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଚିନ୍ତାର କାରଣ ଅଟେ।

ତେବେ ଏହା ପୂର୍ବରୁ ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡଃ ସୋମା ସେନରୟ ଜାତିୟ ଗଣମାଧ୍ୟମକୁ କହିଥିଲେ ଯେ, ଚଳିତ ବର୍ଷ ଅଲ୍‌ ନିନୋ ରହିବାର ଆଶଙ୍କା ରହିଛି ଏବଂ ଭାରତ ମହାସାଗର ଡିପୋଲ ସକରାତ୍ମକ ରହିବ। ଏପରିକି ୟୁରାସିଆନ୍ ବରଫର ଚାଦର ମଧ୍ୟ ଆମ ପାଇଁ ଅନୁକୂଳ ରହିପାରେ। ଅଲ୍ ନିନୋର ପ୍ରଭାବ ନିଶ୍ଚିତ ଭାବରେ ଦେଖାଯିବ। କିନ୍ତୁ କେବଳ ଗୋଟିଏ କାରଣ ଦ୍ୱାରା ମୌସୁମୀ ପ୍ରଭାବିତ ହୁଏ ନାହିଁ ବୋଲି କହିଛନ୍ତି ଡଃ ସୋମା ସେନରୟ। ଆମର ମୌସୁମୀ ଉପରେ ଦୁଇ-ତିନୋଟି ବିଶ୍ୱସ୍ତରୀୟ କାରକ ଅଛି, ଯାହା ମୌସୁମୀକୁ ପ୍ରଭାବିତ କରିଥାଏ। ଏଥିରେ ଅଲ୍ ନିନୋ ଅନୁକୂଳ ନୁହେଁ କିନ୍ତୁ ଭାରତ ମହାସାଗରର ଦ୍ୱିଧୃବୀୟ ଅନୁକୂଳ ଅଟେ। ତେବେ ତମାମ ଦିଗକୁ ନଜରରେ ରଖି ଆମେ କହିପାରିବା ଯେ, ଚଳିତ ମୌସୁମି ସ୍ୱାଭାବିକ ରହିବାର ଯଥେଷ୍ଟ ସମ୍ଭାବନା ରହିଛି।

El Nino disrupts monsoon cycle more than La Nina (image courtesy: Times of India)

ପାଣିପାଗ ବିଭାଗର ସୂଚନା ମୁତାବକ ଗତ ୧୬ ଟି ମୌସୁମୀରେ ଯେତେବେଳେ ଅଲ୍‌ ନିନୋ ‌ଥିଲା, ସେଥିରେ ଦେଖିବାକୁ ମିଳିଥିଲା ଯେ, ୯ଥର ମୌସୁମୀ ସ୍ବାଭାବିକ ଠାରୁ ଦୁର୍ବଳ ରହିଛି ଏବଂ ୭ ଥର ସ୍ବାଭାବିକ ରହିଛି। ନିକଟରେ, ଏକ ଜାତୀୟ ଗଣମାଧ୍ୟମ ସହିତ ସାକ୍ଷାତକାରରେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ. ରବିଚନ୍ଦ୍ରନ କହିଛନ୍ତି ଯେ ସେ ସାଧାରଣ ମୌସୁମୀ ଆଶା କରୁଛନ୍ତି। ଅଲ୍‌ ନିନୋ ଏକାମାତ୍ର କାରକ ନୁହେଁ ଯାହାକି ବିଶ୍ବ ବାୟୁକୁ ପ୍ରଭାବିତ କରିଥାଏ। ଆଟଲାଣ୍ଟିକ୍ ନିନୋ, ପ୍ରଶାନ୍ତ ମହାସାଭର ଡିପୋଲ୍ ଏବଂ ୟୁରାସିଆନ୍ ତୁଷାର ଆବରଣ ଇତ୍ୟାଦି ଅନ୍ୟାନ୍ୟ କାରଣ ଅଛି ଯାହା ମୌସୁମୀ ଉପରେ ପ୍ରଭାବ ପକାଇପାରେ।

ଏହି ଖବର ଉପରେ ନଜର ପକାନ୍ତୁ: ୟୁକ୍ରେନ୍ ଉପରେ ବଢିଲା ପରମାଣୁ ଯୁଦ୍ଧର ଆଶଙ୍କା : ବେଲାରୁଷରେ ଋଷ ମୁତୟନ କରିବ ଅସ୍ତ୍ର, ତିନି ନାଟୋ ଦେଶର ବଢିଲା ସମସ୍ୟା

ସମ୍ବନ୍ଧିତ ଖବର