ମଙ୍ଗଳବାର ଚନ୍ଦ୍ରର ଅତି ନିକଟତର ହେବ ଶୁକ୍ର, ଜୁନ ୧୫ ଯାଏଁ ସବୁଦିନ ସନ୍ଧ୍ୟାରେ ଦୁଇ ଘଣ୍ଟା ଖାଲି ଆଖିରେ ଦେଖିପାରିବେ

ଭୁବନେଶ୍ୱର ୨୩/୦୫: ଚନ୍ଦ୍ରର ଖୁବ୍ ନିକଟରେ ଦେଖାଯିବ ଶୁକ୍ର । ଏମିତି ମହାଜାଗତିକ ଦୃଶ୍ୟ ମେ ୨୩ ତାରିଖ ସନ୍ଧ୍ୟାରେ ଦୃଶ୍ୟମାନ ହେବ। ଏହି ଦିନ ସେମାନଙ୍କ ଭିତରେ କୌଣିକ ଦୂରତା ୧୫ ଡିଗ୍ରୀ ରହିବ । ମେ ଶେଷ ସପ୍ତାହରୁ ଜୁନ୍ ୧୫ ଯାଏ ସବୁଦିନ ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଆମେ ଖାଲି ଆଖିରେ ଦେଖିପାରିବା । ଆକାଶ ମେଘ ମୁକ୍ତ ଥିଲେ ଓଡ଼ିଶାର ସବୁ ଅଞ୍ଚଳରୁ ଏହାକୁ ଦେଖିହେବ ।
ପଠାଣି ସାମନ୍ତ ପ୍ଲାନେଟାରିୟମ ତରଫରୁ ସନ୍ଧ୍ୟା ୬ଟା ୩୦ରୁ ୮ଟା ଯାଏ ଏହି ଦୃଶ୍ୟକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବାର ବ୍ୟବସ୍ଥା କରାଯିବ । ଆକାଶ ମେଘୁଆ ରହିଲେ କାର୍ଯ୍ୟକ୍ରମ ବାତିଲ କରାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।