ନୀଳଗିରି,୮/୪ : ଖଣିଜ ଦ୍ରବ୍ୟ ବେଇଆନ ଚାଲାଣ ରୋକିବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ଯେଉଁ ସମନ୍ୱୟ ବୈଠକ ବସିଥିଲା ତାହା ଏବେ ପାଣିର ଗାର ପାଲଟିଛି। ମାଫିଆ ମାନେ ନିଶବ୍ଦ ରାତିରେ ଆରମ୍ବ କରିଛନ୍ତି କଳାକାରବାର। ଏଭଳି ଦୃଶ୍ୟ ନୀଳଗିରି ତହସିଲ ଅଧିନ ଭଉଁରିଆବାଡ଼ ପଂଚାୟତ ତୁଳସିଡ଼ିହା ଅଞ୍ଚଳରେ ଦେଖିବାକୁ ମିଳିଛି।
ଜେସିବି ମେସିନ ସାହାଯ୍ୟରେ ଜଙ୍ଗଲ ଜମିରେ ମୋରମ ତାଡି ଡ଼ମ୍ଫରରେ ବହାରକୁ ଚାଲାଣ କରୁଛନ୍ତି । ୧୧୨ କୁ ଫୋନ କଲେ କୁଆଡେ ତାଙ୍କ ମୋବାଇଲ ନମ୍ବର ନିଆଯାଉଥିବାରୁ ମାଫିଆଙ୍କ ପାଖରେ କିଏ ଖବର ଦେଉଛି ତାହା ସୂଚନା ମିଳିଯାଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।