PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଇରାନରେ ୫୦୦୦ ରୁ ଅଧିକ ଛାତ୍ରୀଙ୍କୁ ଦିଆଯାଇଛି ବିଷ: ସାଂସଦ

Image Courtesy: NDTV

ନୂଆଦିଲ୍ଲୀ,୦୮/୦୩: ଇରାନରେ ୫ ହଜାରରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ବିଷ ଦେବା ଭଳି ସଂଗୀନ ମାମଲା ସାମ୍ନାକୁ ଆସିଛି। ରବିବାର ଦିନ ଇରାନର ସ୍କୁଲ ଛାତ୍ରୀଙ୍କୁ ବିଷ ଦେଇଥିବା ସନ୍ଦେହ ବଢ଼ିଥିଲା, କାରଣ ଅଧିକାରୀମାନେ ସ୍ୱୀକାର କରିଛନ୍ତି ଯେ ୫୦ ରୁ ଅଧିକ ବିଦ୍ୟାଳୟକୁ ଟାର୍ଗେଟ କରାଯାଇଥିଲା। ନ୍ୟୁଜ୍ ଏଜେନ୍ସି ଏଏଫ୍‌ପିର ରିପୋର୍ଟ ଅନୁଯାୟୀ ଏହି ବିଷାକ୍ତ କାଣ୍ଡ ପିତାମାତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏଭଳି ଘଟଣା ପଛରେ କିଏ ଏବଂ କ’ଣ ଦାୟୀ ତାହା ସ୍ପଷ୍ଟ ହୋଇନାହିଁ।

ଏଏଫପି ରିପୋର୍ଟ ଅନୁଯାୟୀ, ନଭେମ୍ବରରୁ ଇରାନରେ ପ୍ରାୟ ୯୦୦ ସ୍କୁଲ ଛାତ୍ରୀ ବିଷାକ୍ତ ଗ୍ୟାସରେ ବିଷ ଦିଆଯାଇଛି। ଅନେକ ବିଶ୍ୱାସ କରନ୍ତି ଯେ, ଏହାଦ୍ବାରା ସେମାନେ ସ୍କୁଲ ବନ୍ଦ କରିବାକୁ ବାଧ୍ୟ ହେବେ। ଏହି ଘଟଣାରେ କୌଣସି ଝିଅଙ୍କର ମୃତ୍ୟୁ ହୋଇନାହିଁ, କିନ୍ତୁ ଅନେକେ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା, ବାନ୍ତି, ମୁଣ୍ଡ ବୁଲାଇବା ଏବଂ ଥକ୍କାପଣ ଅନୁଭବ କରିଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ଇରାନର ୩୦ ଟି ରାଜ୍ୟରେ ୨୧ ଟି ବିଦ୍ୟାଳୟରେ ତମାମ ମାମଲା ଦେଖିବାକୁ ମିଳିଛି। ନଭେମ୍ବରରେ ପବିତ୍ର କୋମ୍ ସହରରେ ଏହି ବିଷ ପରିବ୍ୟାପ୍ତ କରିବା ଆରମ୍ଭ ହୋଇଥିଲା।

ସଂସଦୀୟ ତଥ୍ୟ ଅନୁସନ୍ଧାନ କମିଟିର ସଦସ୍ୟ ମହମ୍ମଦ-ହାସନ ଅସଫାରୀ ସୋମବାର ଦିନ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ “ଏପର୍ଯ୍ୟନ୍ତ ୨୫ ଟି ପ୍ରଦେଶ ଏବଂ ପ୍ରାୟ ୨୩୦ ଟି ବିଦ୍ୟାଳୟ ପ୍ରଭାବିତ ହୋଇଛି। ୫୦୦୦ ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ବିଷ ଦିଆଯାଇଥିଲା। ଏ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖାମେନେ ସୋମବାର ଏନେଇ ସୂଚନା ଦେଇଛନ୍ତି। ସେ ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର