PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

୨.୬୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ମନମୁଣ୍ଡା ୨୬:୫-ମନମୁଣ୍ଡା ପୁଲିସ ଗୁରୁବାର ୨ କୁଇଣ୍ଟାଲ ୬୫ କେଜି ଗଞ୍ଜେଇ ସହ ଏକ ଇନୋଭା କାର ନଂ ଓଡ଼ି୨୩ଡି୧୭୭୭ ଜବତ କରିଛି ଏବଂ ଏଥିରେ ସମ୍ପୃକ୍ତ ଚାଳକକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜ୍ୟ ଅନୁପୁର ଜିଲ୍ଲା ରାଜେନ୍ଦ୍ରଗ୍ରାମ ଥାନା ୱାର୍ଡ ନଂ ୧ ଲେଧାରା ଗ୍ରାମର ହରିଷ କୁମାର ଜୟତବାର (୩୨)ବୋଲି ଆଇ ଆଇ ସି ଅଶ୍ବିନୀ ଭିତିରିଆଙ୍କ ଠାରୁ ଜାଣିବାକୁ ମିଳିଛି। ଆଇଆଇସି ପ୍ରଧାନ ପୁଲିସ ଟିମ ସହ ଶଗଡା ଫାଣ୍ଡି ରୁଗୁଡିଘୁରା ଆଡକୁ ପେଟ୍ରୋଲିଂରେ ଗୁରୁବାର ଯାଇଥିଲାବେଳେ ଉକ୍ତ କାର ଓ ଗଞ୍ଜାଇ ଜବତ କରି ଅଭିଯୁକ୍ତକୁ ଗିରଫ କରିଥିଲେ। ଅଭିଯୁକ୍ତଠାରୁ ଏକ ଆଧାର କାର୍ଡ ,ଡିଏଲ ମଧ୍ୟ ପୁଲିସ ଜବତ କରିଛି। ଏନେଇ ଥାନାରେ ଏକ ମାମଲା ନଂ ୧୩୩ ରୁଜୁ କରି ଅଭିଯୁକ୍ତକୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ପ୍ରକାଶଥାଉକି ଉକ୍ତ ଜବତ ଗାଡିର ଅସଲି ନଂ ସିଗି ୦୪ ଏମଭି ୮୧୪୦ ବୋଲି ପୁଲିସଠାରୁ ଜାଣିବାକୁ ମିଳିଛି।