- କୋହଲି କରିବେ ବିରାଟ ରେକର୍ଡ
- ଭାଙ୍ଗିବେ କି ସଚିନଙ୍କ ରେକର୍ଡ
- ଆଉ ମାତ୍ର ୯୪ ରନ ପଛରେ..
ନୂଆଦିଲ୍ଲୀ ; ୯/୧ : ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଥିବା ବିରାଟ କୋହଲି ଏବେ ଦିନିକିଆରେ ନିଜର ପ୍ରଦର୍ଶନ ଜାରି ରଖିଛନ୍ତି ।ଦମଦାର ଫର୍ମରେ ନଜର ଆସୁଛନ୍ତି କୋହଲି । ନିଜର ଶେଷ ସିରିଜ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟେ୍ରଲିଆ ବିପକ୍ଷରେ ଘାତକ ବ୍ୟାଟିଂ କରିଥିଲେ । ଏବେ ବି ସେ ଫିଟ୍ ରହିଥିବାବେଳେ ଘରୋଇ କ୍ରିକେଟରେ ମଧ୍ୟ ଜଲଓ୍ବା ଦେଖାଇଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ୨ଟି ମ୍ୟାଚରେ ୨ଶହରୁ ଅଧିକ ସ୍କୋର କରିଛନ୍ତି । ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି କିଙ୍ଗ୍ କୋହଲି ।
ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଦିନିକିଆ ଦଳରେ ବିରାଟ ଖେଳିବାକୁ ଥିବାବବେଳେ ସେ ଆଉ ଏକ ରେକର୍ଡ କରିବାକୁ ଯାଉଛନ୍ତି । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାର୍ଇ ଯାଉଛନ୍ତି ବିରାଟ । ଆଉ ମାତ୍ର ୯୪ ରନ ଦୂରରେ ରହିଛନ୍ତି ବିରାଟ । ଆଗରେ ତିନୋଟି ମ୍ୟାଚ୍ ରହିଥିବାବେଳେ କୋହଲି ଏହି ରେକର୍ଡ ଭାଙ୍ଗି ପାରିବେ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି । ଏହାସହ କୋହଲି ଲଗାତାର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପକ୍ଷରୁ ସର୍ବାଧିକ ସ୍କୋର କରିବାର ରେକର୍ଡ କରିବାକୁ ଯାଉଛନ୍ତି କୋହଲି । ଏହାସହ ଦିନିକିଆ କ୍ରିକେଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ସ୍କୋର କରିବାର ମଧ୍ୟ ସୁଯୋଗ ରହିଛି ।
ଆନ୍ତର୍ଜାତୀୟ କ୍ରିକେଟରେ ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରିଙ୍କି ପଏଣ୍ଟିଂ ୧୯୭୧ ରନ୍ କରିଛନ୍ତି । ୫୧ ପାଳିରୁ ସେ ଏହି ସ୍କୋର କରିଥିବାବେଳେ ସଚିନ ତେନ୍ଦୁଲକର ୪୨ ପାଳିରେ ୧୭୫୭ ରନ୍ କରିଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି କୋହଲି ସେ ୩୩ ପାଳିରୁ ୧୬୫୭ ରନ୍ ସଂଗ୍ରହ କରିଛନ୍ତି । ଆଉ ମାତ୍ର ୯୪ ରନ୍ ଯଦି କରନ୍ତି ତାହେଲେ ସେ ସଚିନଙ୍କ ରେକର୍ଡକୁ ଅତିକ୍ରମ କରିବେ । ସେପଟେ ରିଙ୍କିଂ ପଏଣ୍ଟିଙ୍କ ରେକର୍ଡ ଏବେ ଭାଙ୍ଗିବ ଚ୍ୟାଲେଞ୍ଜିଂ ରହିଛି । ୩ଶହରୁ ଅଧିକ ସ୍କୋର ପଛରେ ରହିଥିବାବେଳେ ଏହି ସିରିଜରେ କୋହଲି ଯଦି ଆଖି ଦୃଷିଆ ପ୍ରଦର୍ଶନ ଜାରି ରଖନ୍ତି ତାହେଲେ ଏହାକୁ ମଧ୍ୟ ଖୁଖଶୀଘ୍ର ଅତିକ୍ରମ କରିପାରିବେ ।