ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଟିଭିରେ ପ୍ରତିଦିନ ଦଳ ପାଇଁ ଲଢୁଥିବା ଏହି ନେତାଙ୍କୁ ମିଳିଲାନି ଟିକଟ୍

ଭୁବନେଶ୍ୱର,୪ା୪(ବ୍ୟୁରୋ): ଦଳର ହେଉଛନ୍ତି ଏମାନେ ଟିଭି ଚେହେରା । ପ୍ରେସମିଟ୍‌ ହେଉ କି ଟିଭି ବିତର୍କ ସବୁଥିରେ ଦଳ ପାଇଁ ପକ୍ଷ ରଖୁଛନ୍ତି । ବିରୋଧୀଙ୍କ ଉପରେ ଝପଟି ପଡ଼ୁଛନ୍ତି । ହେଲେ ସମସ୍ତେ ନିରାଶ । ବିଜେଡି, ବିଜେପି ଓ କଂଗ୍ରେସ ଦଳ କେହି ଏମାନଙ୍କୁ ଟିକେଟ ଦେଇ ନାହାନ୍ତି କି ବିଶ୍ୱାସରେ ନେଇ ପାରି ନାହାନ୍ତି ।

ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ, ସୁଲତା ଦେଓ, ବିଜୟ ନାୟକ, ତେଜେଶ୍ୱର ପରିଡ଼ା ଓ ମାନସ ମଙ୍ଗରାଜ ଏମିତି ଅନେକ । ଟିଭିର ଏମାନେ ସବୁ ଚିହ୍ନା ଚେହେରା । ଟିଭି ପରଦାରେ ଏମାନେ ବିଜେଡି ପାଇଁ ଯୁକ୍ତି ରଖନ୍ତି । ଲୋକପ୍ରିୟତା ମଧ୍ୟ କିଛି ମାତ୍ରାରେ ରହିଛି । ହେଲେ ଏମାନଙ୍କ ଭିତରୁ କେହି ନବୀନଙ୍କ ଆସ୍ଥା ଭାଜନ ହୋଇନାହାନ୍ତି । ବିଜେଡି ଏମାନଙ୍କ ଭିତରୁ କାହାକୁ ବି ଟିକେଟ ଦେଇନି । ବିଜୟ ନାୟକ, ସୁଲତା ଦେଓ ଦୁଇ ଜଣଙ୍କ ନାମ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ଚର୍ଚ୍ଚା ହେଉଥିଲା । ନବୀନ ଏଥର ବରୀରେ ପ୍ରାର୍ଥୀ ମଧ୍ୟ ବଦଳାଇଛନ୍ତି । ହେଲେ ୨ ଜଣଙ୍କ ଭିତରୁ କାହାକୁ ବି ଭରଷାରେ ନେଇ ପାରିନାହାନ୍ତି ନବୀନ । ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ସୁଲୋଚନାଙ୍କୁ ମଧ୍ୟ ଭୁବନେଶ୍ୱରରେ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏଠି ବି ସୁଲୋଚନା ନିରାଶ ହୋଇଛନ୍ତି । ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଏଠି ବାଜି ମାରି ନେଇଛନ୍ତି ।
ସେହିଭଳି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କୁ ମଧ୍ୟ ନିରାଶ ହୋଇଛନ୍ତି । ମାନସ ଚିଲିକା ଆସନ ଉପରେ ଆଖି ପକାଇଥିଲେ । ହେଲେ ନିରାଶ ହୋଇଛନ୍ତି । ଦଳ ଏଠୁ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବକୁ ଥଇଥାନ ପରେ ମାନସଙ୍କ ପାଇଁ ରାସ୍ତା ବନ୍ଦ ହୋଇଯାଇଛି । ପାଟକୁରାରୁ ଟିକେଟ ଆଶାରେ ଥିବା ତେଜେଶ୍ୱର ପରିଡ଼ା ମଧ୍ୟ ଏଥର ନିରାଶ ହୋଇଛନ୍ତି । ଦଳ ସେଠୁ ଭେଟରାନ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ଟିକେଟ ଦେଇଛି ।

ବିଜେପି ମଧ୍ୟ ଟିଭି ଚେହେରାଙ୍କୁ ଟିକେଟ ଦେଇନି । ଦଳର ଗଣମାଧ୍ୟମ ମୁଖ୍ୟ ଗୋଲକ ମହାପାତ୍ରଙ୍କୁ ନିରାଶ ହେବାକୁ ପଡିଛି । ଆଗରୁ ସେ ଉତ୍ତର ଭୁବନେଶ୍ୱରରୁ ପ୍ରତିଦ୍ୱନ୍ଦିତା କରିଥିବାରୁ ସେ ଏଠାରୁ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଦଳ ଉତ୍ତର ଭୁବନେଶ୍ୱରରୁ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଆଉ ଜଣେ ଟିଭି ଚେହେରା ହେଲେ ଦଳର ଉପସଭାପତି ସମୀର ମହାନ୍ତି । ଟିଭି ବିତର୍କ ହେଉ କି ଦଳର ସାମ୍ବାଦିକ ସମ୍ମିଳନୀ ସବୁଥିରେ ଦଳ ପାଇଁ ସେ ଢାଲ ହୋଇ ଛିଡ଼ା ହୁଅନ୍ତି । ସେ ପୂର୍ବରୁ ଭୁବନେଶ୍ୱର ଏକାମ୍ର ଆସନରୁ ଲଢି ସାରିଛନ୍ତି । ତେଣୁ ଏଥର ମଧ୍ୟ ସେ ଭୁବନେଶ୍ୱରର କୌଣସି ଗୋଟିଏ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଥିଲା । ହେଲେ ସେ ବି ଟିକେଟ ପାଇନାହାନ୍ତି । ମୁଖପାତ୍ର ସୁଦୀପ୍ତ ରାୟଙ୍କୁ ମଧ୍ୟ ଏଥର ସୁଯୋଗ ଦେଇନି । ନୂଆ ଚେହେରା ଭାବେ ସୁଯୋଗ ମିଳିଛି ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ । ସେହିପରି ଦଳର ଜଣାଶୁଣା ତୁଣ୍ଡ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମଧ୍ୟ ଦଳ ନିରାଶ କରିଛି । ସେ ନୀଳଗିରି, ପିପିଲି ଏପରିକି ପୁରୀ ଲୋକସଭା ଆସନ ଉପରେ ମଧ୍ୟ ନଜର ରଖିଥିଲେ । ମାତ୍ର କେଉଁଠୁ ବି ଦଳ ତାଙ୍କୁ ପ୍ରାର୍ଥୀ ଘୋଷଣା କରିନାହିଁ ।

କଂଗ୍ରେସ ପାଇଁ ଟିଭି ବିତର୍କରେ ବସୁଥିବା ବିଶ୍ୱରଞ୍ଜନ ମହାନ୍ତି, ସୋନାଲି ସାହୁ ଓ ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ମଧ୍ୟ ଟିକେଟରୁ ବଞ୍ଚିତ କରିଛି ଦଳ । ବିଶ୍ୱରଞ୍ଜନ ମହାନ୍ତି ଗତଥର ନିମାପଡ଼ାରୁ ନିର୍ବାଚନ ଲଢ଼ିଥିଲେ । ଏଥର ତାଙ୍କର ନାମ ନିମାପଡ଼ା ଓ ପୁରୀ ଲୋକସଭା ନିର୍ବାଚନ ପାଇଁ ଉଠିଥିଲା । ହେଲେ ସେ ନିଜ ଆଡୁ ଓହରି ଯାଇଥିବା ତାଙ୍କ ସମର୍ଥକ କହୁଥିବା ବେଳେ ତାଙ୍କୁ ଦଳ ଭରଷାକୁ ନେଇନି । ତୃଣମୂଳ କଂଗ୍ରେସ ଛାଡ଼ି କଂଗ୍ରେସକୁ ଫେରିଥିଲେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର । ଦଳର ଉପସଭାପତି ନିଯୁକ୍ତି ମିଳିଥିବା ବେଳେ ଭୁବନେଶ୍ୱରର ଯେ କୌଣସି ଆସନରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଦଳ ତାଙ୍କୁ ନିରାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.