PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୋଖରୀରୁ ଶିଶୁକନ୍ୟା ମୃତଦେହ ଉଦ୍ଧାର ଘଟଣା , ମା’ ଗିରଫ

   ଭୋଗରାଇ,୧୮।୩,(ଆ.ପ୍ର.) ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ସିଆଁରୁଇ ଗାଁରେ ମାର୍ଚ୍ଚ ୬ ତାରିଖରେ ପୋଖରୀରୁ ଅକ୍ଷତ ଅବସ୍ଥାରେ ୬ ଦିନର ଏକ ମୃତ ଶିଶୁକନ୍ୟା ଉଦ୍ଧାର ହୋଇଥିଲା। ଏହି ଘଟଣାକୁ ନେଇ ‘ପ୍ରମେୟ ଡିଜିଟାଲ’ରେ ‘ଫାଷ୍ଟ ନିୟୁଜ‌’ ପ୍ରକାଶିତ ହେବା ମାତ୍ରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ପୁଲିସ ନିଜ ଆଡୁ ମାମଲା ରୁଜୁ କରି ୪ ଜଣକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା। ତେବେ ଦୀର୍ଘ ୧୨ ଦିନ ପରେ ହତ୍ୟାକାରୀ ମାଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।      

 ପ୍ରକାଶ ଯେ,ସିଆଁରୁଇ ଗାଁର ବଳରାମ ପାତ୍ର (୩୧) ଓ ବନ୍ଦନା ପାତ୍ର (୨୬)ଙ୍କ ଏକ ୩ ବର୍ଷର ଶିଶୁକନ୍ୟା ରହିଥିଲା ବେଳେ ପୁଣି ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଜନ୍ମ ହେବାର ୬ ଦିନ ପରେ ଏହି କନ୍ୟା ସନ୍ତାନର ମୃତଦେହ ତାଙ୍କ ଘର ନିକଟରେ ଥିବା ପୋଖରୀରୁ ଉଦ୍ଧାର ହୋଇଥିଲା। ମାର୍ଚ୍ଚ ୫ ତାରିଖ ରାତିରେ ପରିବାରର ସମସ୍ତେ ସେହି ଗାଁର ଏକ ବିବାହ ଭୋଜିକୁ ଯାଇଥିଲେ। ବେଳେ ବନ୍ଦନା ନିଜ ୬ ଦିନର ଶିଶୁକନ୍ୟାକୁ ନେଇ ଘରେ ଥିଲେ। ବିବାହ ଭୋଜି ଖାଇ ପରିବାରର ସମସ୍ତ ସଦସ୍ୟ ଘରେ ପହଞ୍ଚି ବନ୍ଦନାଙ୍କ ପାଖରେ ତାଙ୍କ ଶିଶୁକନ୍ୟାକୁ ଦେଖିବାକୁ ପାଇନଥିଲେ। ଶିଶୁକନ୍ୟା ସମ୍ପର୍କରେ ପଚାରିବାରୁ ବନ୍ଦନା କୌଣସି ଉତ୍ତର ଦେଇନଥିଲେ। ବହୁ ପଚରାଉଚୁରା ପରେ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ପଡୋଶୀ ପଶ୍ଚିମବଙ୍ଗର ସାହାଡ଼ା ଗାଁରେ ରହୁଥିବା ବନ୍ଦନାଙ୍କ ବାପାଙ୍କୁ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କ ବାପା ସେଠାରେ ପହଞ୍ଚି ବନ୍ଦନାକୁ ପଚରାଉଚୁରା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଅନ୍ୟପକ୍ଷରେ ସେହି ରାତିରେ ବନ୍ଦନା ତା’ର ବାପାଙ୍କ ସହିତ ତାଙ୍କ ଘରକୁ ଚାଲିଯାଇଥିଲା। ପରଦିନ ସକାଳ ପର୍ଯ୍ୟନ୍ତ ବନ୍ଦନା ପାଖରୁ କୈାଣସି ଉତ୍ତର ମିଳିନଥିଲା ବେଳେ ମାର୍ଚ୍ଚ ୬ ତାରିଖରେ କଣ୍ଟାବୁଦା ଘେରା ପୋଖରୀରେ ସେହି ଶିଶୁକନ୍ୟା ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେବା ସହ ପୋଖରୀରେ ପଶି ସେହି ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ। ଳେ ସେତେବେଳକୁ ତା’ର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ କମର୍ଦ୍ଦା ଥାନା ଭାରପ୍ରାପ୍ତ ଅଧିକାରିଣୀ ଏସଆଇ ଲୋପାମୁଦ୍ରା ପଣ୍ଡା ଓ ଏଏସଆଇ ରାଧାଗୋବିନ୍ଦ‌ ମଢୁଆଳ‌ଙ୍କ ସମେତ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ଶିଶୁକନ୍ୟାର ଶରୀରରେ କୈାଣସି କ୍ଷତ ଚିହ୍ନ ଦେଖିବାକୁ ମିଳିନଥିଲା ବେଳେ ତାଙ୍କ ବାପା ବଳରାମ ଓ ମା’ ବନ୍ଦନାଙ୍କ ସମେତ ପରିବାରର ଅନ୍ୟ ମାନେ ଏହି ଘଟଣା ସମ୍ପର୍କରେ ସତ୍ୟ ଲୁଚାଉଥିବା ନେଇ ‘ପ୍ରମେୟ ଡିଜିଟାଲ’ରେ ‘ଫାଷ୍ଟ ନିୟୁଜ’ପ୍ରକାଶିତ ହୋଇଥିଲା। ଏହା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୃତଦେହ ଜବତ କରିବା ସହିତ ମୃତ ଶିଶୁକନ୍ୟାର ବାପା,ମାଆଙ୍କ ସମେତ ୨ ଜଣ ବଡ଼ବାପା, ବଡ଼ମାଆକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ଦୀର୍ଘ ୧୨ ଦିନ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଭିତ୍ତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମାଆ ବନ୍ଦନା ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।