PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ସ୍ୱାମୀଙ୍କ ସହ ମନୋମାଳିନ୍ୟରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା, ଟ୍ରେନ୍ ଟ୍ରାକ୍‌ରୁ ମା’ ଛୁଆଙ୍କ ଉଦ୍ଧାର କଲେ ଆରପିଏଫ୍‌ ଅଧିକାରୀ

କଟକ,୨୮/୦୭: ଭଲ ପାଇ ବାହା ହୋଇଥିଲେ । ହେଲେ ସ୍ୱାମୀଙ୍କ ସହ ମନୋମାଳିନ୍ୟ ହେବାରୁ ଆତ୍ମହତ୍ୟା ପାଇଁ ଘରୁ ଗୋଡ଼ କାଢ଼ିଥିଲେ ପତ୍ନୀ । ଦମ୍ପତିଙ୍କ କଳିରେ ନବଜାତକର ଭବିଷ୍ୟତ ବି ବାଜି ଲାଗିଥିଲା ରେଳ ଧାରଣାରେ । ନବଜାତକ ପୁତ୍ର ସନ୍ତାନକୁ ଧରି ଓଏମ୍‌ପି ଓଭରବ୍ରିଜ୍‌ ତଳ ରେଳଧାରଣାରେ ଆତ୍ମହତ୍ୟା ପାଇଁ ବସିଥିବା ବେଳେ ମା’ପୁଅଙ୍କୁ ଏକ ନିଶ୍ଚିତ ମୃତ୍ୟୁରୁ ରକ୍ଷା କରିଛନ୍ତି କଟକ ଆର୍‌ପିଏଫ୍‌ କର୍ମଚାରୀ । ୨ ମିନିଟ୍‌ ମଧ୍ୟରେ ମାଛୁଆଙ୍କୁ ରେଳ ଧାରଣାରୁ ଆର୍‌ପିଏଫ୍‌ କର୍ମଚାରୀ ଉଠାଇ ଆଣି ନଥିଲେ ଦୁଇଟି ଅମୂଲ୍ୟ ଜୀବନ ଘଟଣାସ୍ଥଳରେ ଲିଭି ଯାଇଥାନ୍ତା ବୋଲି ଆରପିଏଫ୍‌ ଅଧିକାରୀ ଅନିଲ୍‌ ସିଂ କହିଛନ୍ତି ।

ସୂଚନାଯୋଗ୍ୟ, ୧୭ ମାସ ତଳେ ପ୍ରେମ ବିବାହ କରିଥିବା ନବ ଦମ୍ପତି ଘର ଲୋକଙ୍କଠାରୁ ଦୂରରେ ରହି ମଙ୍ଗଳାବାଗ ଉଚ୍ଚସାହି ଅଞ୍ଚଳରେ ଭଡ଼ାରେ ରହୁଥିଲେ । ପ୍ରାୟ ୨୦ ଦିନ ତଳେ ଦମ୍ପତିଙ୍କ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଘରଠାରୁ ଉଭୟ ଅଲଗା ହୋଇ ଏକତ୍ର ରହୁଥିଲେ ହେଁ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ବୁଝାମଣା ଠିକ୍‌ ନଥିଲା । ସ୍ୱାମୀଙ୍କ ଉପରେ ପତ୍ନୀ ସନ୍ଦେହ ପ୍ରକଟ କରିଥିଲେ । ତେବେ ସନ୍ଦେହ ବଢ଼ିବାରୁ ଉଭୟଙ୍କ କଳି ମଧ୍ୟରେ ପତ୍ନୀ ନିଜ ନବଜାତକକୁ ସାଙ୍ଗରେ ନେଇ ଆତ୍ମହତ୍ୟା କରିବା ପାଇଁ କଟକ ଷ୍ଟେସନ୍‌ ଅଭିମୁଖେ ଯାଇଥିଲେ । ଗତକାଲି ମହିଳା ଜଣକ ଛୁଆକୁ ଧରି ଷ୍ଟେସନ୍‌ଠାରୁ କିଛି ଦୂରରେ ତଥା ଓଏମପି ଓଭର ବ୍ରଜ୍‌ ତଳେ ରେଳ ଧାରଣାରେ ବସିଥିଲେ ।

ରୁଟ୍‌ ନମ୍ବର ୨ରେ ଗ୍ରୀନ୍‌ ସିଗନାଲ୍‌ ଜଳୁଥିବାରୁ ଏହି ପଥରେ ଏକ ଟ୍ରେନ୍‌ ଆସୁଥିଲା । ତେବେ ନିକଟରେ ପାଟ୍ରୋଲିଂ କରୁଥିବା ଏସ୍‌ଆଇ ରୋଜି ମହାନନ୍ଦ, ଏଏସ୍‌ଆଇ ସ୍ମୃତିରଞ୍ଜନ ସାହୁଙ୍କର ହଠାତ୍‌ ଟ୍ରାକ୍‌ ଉପରେ ନଜର ପଡ଼ିଥିଲା ଯେ କେହି ଜଣେ ଚଳନ୍ତା ଟ୍ରେନ୍‌ ଆଗରେ ଆତ୍ମହତ୍ୟା କରିବା ପାଇଁ ବସିଛନ୍ତି । ସେମାନେ ଆଖିପିଛୁଳାକେ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ । ମହିଳାଙ୍କୁ ରେଳ ଧାରଣାରୁ ଉଠାଇ ଆଣିବା ମଧ୍ୟରେ ଟ୍ରେନ୍‌ଟି ଅତିକ୍ରମ କରିଯାଇଥିଲା । ଫଳରେ ମହିଳାଙ୍କ ସହ ନବଜାତକ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ । ଆର୍‌ପିଏଫ୍‌ କର୍ମଚାରୀମାନେ ମହିଳାଙ୍କୁ ବହୁ ବୁଝାଶୁଝା କରି ଥାନାକୁ ଆଣି ଶାନ୍ତ୍ୱନା ଦେବା ସହ ସ୍ୱାମୀଙ୍କୁ ଫୋନ କରି ଆରପିଏଫ୍‌ ଥାନାକୁ ଡକାଇଥିଲେ । ଦମ୍ପତିଙ୍କୁ ଆରପିଏଫ୍‌ ଅଧିକାରୀ ବୁଝାଶୁଝା କରି ଘରକୁ ଛାଡ଼ିଥିଲେ ।

ସମ୍ବନ୍ଧିତ ଖବର