ନୀଳଗିରି, ୩୦/୦୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଧୋବଶିଳା ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ସର୍ବସ୍ୱ ଲୁଟି ନେଇଛନ୍ତି। ଆଲମାରି ଭାଙ୍ଗି ସୁନା ଅଳଙ୍କାର ଏବଂ ଟଙ୍କା, ଇନଭଟର,ଏଲଇଡି, କମ୍ପୁଟର ନେଇଗଲେ ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୁଲିସ ।
ସୂଚନା ମୁତାବକ, ଧୋବଶିଳା ଗ୍ରାମର ସ୍ୱର୍ଗତ ଜଗନ୍ନାଥ ବାରିକଙ୍କ ସ୍ତ୍ରୀ ମଞ୍ଜୁଲତା ସୋମବାର ଦିନ ଭୁବନେଶ୍ୱର ତାଙ୍କ ପୁଅ ପାଖକୁ ଯାଇଥିଲେ । ଡାକ୍ତର ଦେଖାଇ ଗୁରୁବାର ରାତିରେ ଫେରିବା ବେଳକୁ ଘରର ତାଲା ଭଙ୍ଗା ହୋଇଥିବା ବେଳେ ସିସି କ୍ୟାମେରା ସବୁ ଉପରକୁ ହୋଇଥିବା ଦେଖିବାକୁ ପାଇଥିଲେ। ଘର ଭିତରକୁ ଯାଇ ଦେଖିବା ବେଳକୁ ଇନଭଟର୍,ଏଲଇଡି, କମ୍ପୁଟର ନଥିବା ବେଳେ ଆଲମାରି ଭାଙ୍ଗି ସୁନା ଗହଣା ଓ ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଆସବାପତ୍ର ସବୁ ଏଣେତେଣେ ପଡ଼ିଥିବା ବେଳେ ଚୋର ଘର ପଛପଟ ଦେଇ ଆସିଥିବା ସିସିଟିଭିରୁ ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।