PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିନା ହେଲମେଟରେ ଗାଡି ଚଳାଇଲେ ଦେବାକୁ ପଡିବ ୧୦୦୦ ଟଙ୍କା, ଜାଣି ରଖନ୍ତୁ ଏହି ୧୦ ନୂଆ ନିୟମ ସମ୍ପର୍କରେ ନଚେତ୍…

ନୁଆଦିଲ୍ଲୀ ୧୫/୭: ଦେଶରେ ଲଗାତାର ବଢୁଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସୋମବାର ଲୋକସଭାରେ ମୋଟର ଭେଇକିଲ୍ ସଂଶୋଧନ ବିଲ୍ ଆଗତ କରାଯାଇଛି । ବିଲରେ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ ପାଇଁ ଦଣ୍ଡ ନିୟମକୁ ଆହୁରି କଡାକଡି କରିବା ସହିତ ସଡକ ନିର୍ମାଣ ଓ ତାର ସୁରକ୍ଷାରେ ଅବହେଳା ଯୋଗୁଁ ହେଉଥିବା ଦୁର୍ଘଟଣା ପାଇଁ ପ୍ରଥମ ଥର ପାଇଁ କଣ୍ଟ୍ରାକ୍ଟର ବିରୋଧରେ ଜୋରିମାନାର ବ୍ଯବସ୍ଥା ଲାଗୁ କରାଯାଇଛି ।

ସଡକ ଦୁର୍ଘଟଣାରେ ମୃତ୍ଯୁ ସଂଖ୍ଯା ବଢିବାରେ ଲାଗିଛି
ରିପୋର୍ଟ ଅନୁସାରେ ୨୦୧୫ରେ ସଡକ ଦୁର୍ଘଟଣାରେ ୧୪୬୯୧୮ ଲୋକଙ୍କ ମୃତ୍ଯୁ ହୋଇଥିଲା । ୨୦୧୬ରେ ୧୫୦୭୮୫ ଲୋକଙ୍କ ମୃତ୍ଯୁ ହୋଇଥିଲା ଏବଂ ୨୦୧୭ରେ ୧୪୭୯୨୬ ଲୋକଙ୍କ ମୃତ୍ଯୁ ହୋଇଥିଲା । ଏହି ଦୁର୍ଘଟଣାରୁ ମୁକୁଳିବା ପାଇଁ ମୋଦି ସରକାର ଆହୁରି କଡା ନିୟମ କରିବାକୁ ଯାଉଛନ୍ତି । ଏହା ସହିତ ଲୋକସଭାରେ ଆଜି ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରି ମୋଟରଯାନ ସଂଶୋଧନ ବିଲ୍ ଆଗତ କରିଥିଲେ ।

ବିନା ହେଲମେଟରେ ଯାତ୍ରା କଲେ ୧୦୦୦ ଟଙ୍କା ଜୋରିମାନା
ଏହି ବିଲ୍ ଅନୁସାରେ ମଦ୍ୟପାନ କରି ଗାଡି ଚଳାଇବା ଦ୍ୱାରା ଜୋରିମାନାର ରାଶି ୨୦୦୦ ଟଙ୍କାରୁ ବଢି ୧୦ ହଜାର ଟଙ୍କା ହେବା ପାଇଁ ନିୟମ ହୋଇଛି । ବିନା ହେଲମେଟରେ ଗାଡି ଚଳାଇବା ଦ୍ୱାରା ୧୦୦୦ ଟଙ୍କା ଜୋରିମାନା  ଓ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ କରିବା ପାଇଁ ନିୟମ କରାଯାଇଛି । କହିରଖୁଛୁ ଏବେ ଜୋରିମାନା କେବଳ ୧୦୦ ଟଙ୍କା ଅଛି ।

ବିଲରେ ଥିବା ଅନ୍ଯ ମୁଖ୍ୟ ନିୟମ
୧. ବିନା ଲାଇସେନ୍ସରେ ଡ୍ରାଇଭିଂ କଲେ ଜୋରିମାନା ୫୦୦ରୁ ବଢି ୫୦୦୦ କରାଯାଇଛି ।
୨. ତୀବ୍ର ଗତିରେ ଗାଡି ଚଳାଇଲେ ଜୋରିମାନା ୫୦୦ଟଙ୍କାରୁ ବଢି ସର୍ବାଧିକ ୫ହଜାର ଟଙ୍କା ହୋଇଯାଇଛି ।
୩. ସିଟ୍ ବେଲ୍ଟ ନଲଗାଇଲେ ମଧ୍ଯ ଜୋରିମାନା ବଢି ଯାଇଛି । ଏହା ୧୦୦ ଟଙ୍କାରୁ ବଢି ୧୦୦୦ ଟଙ୍କା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
୪. ମୋବାଇଲ୍ ଫୋନରେ କଥା ହୋଇ ଗାଡି ଚଳାଇଲେ ପୂର୍ବରୁ ୧୦୦୦ ଟଙ୍କା ଦେବାକୁ ପଡୁଥିଲା । ଏହାକୁ ୫୦୦୦ ଟଙ୍କା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
୫. କୌଣସି ଜରୁରୀକାଳୀନ ଗାଡି(ଆମ୍ବୁଲାନ୍ସ)କୁ ରାସ୍ତା ନଦେଲେ ପ୍ରଥମ ଥର ପାଇଁ ୧୦ ହଜାର ଟଙ୍କା ଜୋରିମାନା ଦେବାରୁ ନୂଆ ନିୟମ ହୋଇଛି ।
୬. ନାବାଳକ ଦ୍ୱାରା ଗାଡି ଚଳାଇଲେ ପ୍ରଥମ ଥର ପାଇଁ କଡା ଜୋରିମାନା ଦେବାର ନିୟମ କରାଯାଇଛି ।
୭. ଯଦି କୌଣସି ନାବାଳିକ/ନାବାଳିକା ଗାଡି ଚଳାଇବା ସମୟରେ ଧରାପଡିବା ଫଳରେ ତାର ଅଭିଭାବକ କିମ୍ବା ଗାଡିର ମାଲିକ ଦୋଷୀ ବୋଲି ବିବେଚିତ ହେବେ । ଏଥିପାଇଁ ୨୫ ହଜାରରୁ ଅଧିକ ଜୋରିମାନା ସହିତ ୩ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ଏହା ସହ ଗାଡିର ରେଜିଷ୍ଟ୍ରେସନ ମଧ୍ୟ ରଦ୍ଦ କରାଯିବ ।
୮. ଓଭର ଲୋଡିଂ ପାଇଁ ୨୦ ହଜାର ଜୋରିମାନା ସହିତ ୧୦୦୦ ଟଙ୍କା ପ୍ରତି ଟନ୍ ଅତିରିକ୍ତ ଟଙ୍କା ଦେବାରୁ ନିୟମ ମଧ୍ଯ ରହିଛି ।
୯. ଏହି ବିଲରେ ସଡକ ଦୁର୍ଘଟଣାରେ ମୃତ୍ଯୁ ବରଣ କରିଥିବା ଲୋକଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶି ମଧ୍ଯ ବୃଦ୍ଧି କରାଯାଇଛି । ଏହାକୁ ବୃଦ୍ଧି କରାଯାଇ ସର୍ବାଧିକ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଭାବେ ଆହତ ହେଲେ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ।
୧୦. ରଶ୍ ଡ୍ରାଇଭିଂ କଲେ ଜୋରିମାନା ୧୦୦୦ ଟଙ୍କାରୁ ବଢାଇ ୫ହଜାର ଟଙ୍କା ହେବାର ପ୍ରସ୍ତାବ ଦିଆଯାଇଛି ।

ଲାଇସେନ୍ସ ପାଇଁ ଆଧାର ଜରୁରୀ
ଏହା ବ୍ୟତୀତ ଲାଇସେନ୍ସ ଓ ତାକୁ ରଦ୍ଦ କରିବା ପାଇଁ କିଛି ନୂଆ ନିୟମ ଯୋଡା ଯାଇଛି । ଏହି ବିଲରେ ଲାଇସେନ୍ସ ନେବା କିମ୍ବା ଗାଡିର ରେଜିଷ୍ଟ୍ରେସନ୍ ପାଇଁ ଆଧାର ନମ୍ବର ବାଧ୍ଯତାମୂଳକ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଆଉ ଏକ ମହତ୍ତପୂର୍ଣ୍ଣ ପରିବର୍ତ୍ତନ ମଧ୍ଯ ଅଣାଯାଇଛି । ଏବେ ଲାଇସେନ୍ସର ବୈଧତା ଶେଷ ହେବା ପରେ ୧ ବର୍ଷ ମଧ୍ଯରେ ଲାଇସେନ୍ସର ରିନ୍ଯୁ କିମ୍ବା ପୁଣି ବନାଯାଇହେବ । ବର୍ତ୍ତମାନ ଏହି ସମୟସୀମା କେବଳ ୧ ମାସ ଅଛି ।