PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପ୍ରକୃତି ସହ କିଛି ମୁହୁର୍ତ୍ତ : ରକ୍ ଟକ୍ ଟିମ ପକ୍ଷରୁ ପର୍ବତ ଆରୋହଣ

ମାଲକାନଗିରି,୨୫।୯(ଆପ୍ର) : ମାଲକାନଗିରି ରକ୍ ଟକ୍ ଟିମ୍ ର ସଦସ୍ୟ ଓ କିଛି ଛାତ୍ରଛାତ୍ରୀ  ରବିବାର  “ପ୍ରକୃତି ସହ କିଛି ମୁହୁର୍ତ୍ତ” ବିତେଇବାକୁ  ତାରିଣି ମନ୍ଦିର ସମ୍ମୁଖ ଜଙ୍ଗଲ ଓ ପାହାଡ ଉପର ଦେଇ ଚମ୍ପାଖାରି ଗ୍ରାମ ନିକଟ ବସ୍ତିରେ ପହଞ୍ଚି ଥିଲେ l ଏହି ଯାତ୍ରାରେ ସେମାନେ ୩.୭୪ କିମି ଲମ୍ବ ଓ ୩୨୩୪ ଉଚ୍ଚତା ଅତିକ୍ରମ କରିଥିଲେ l ୨୮ ଜଣ ପର୍ବତଆରୋହି ମାନଙ୍କୁ ନେଇ ଟିମ୍ ଯାତ୍ରା ଆରମ୍ଭ  କରି  ଚମ୍ପାଖାରୀରେ ଶେଷ ହୋଇଥିଲା l କେତେବେଳେ ଅଣ ଓସାରିଆ ରାସ୍ତା ତ କେତେବେଳେ ସୁଦୀର୍ଘ ପଥର ଚଟାଣ, ପୁଣି ଗୁମ୍ଫା ଭିତରେ ପ୍ରବେଶ କରି ସୁଉଚ୍ଚ ପଥର ଚଟାଣ ଉପରକୁ  ଟିମ୍ ପହଞ୍ଚିଥିଲା l ସେଠାରେ ନେଇଥିବା ଜାତୀୟ ପତକା ଉଡାଇବା ସହ କିଛି ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ l ଏହା ପର୍ବତ ଆରୋହଣର ପ୍ରାଥମିକ ପ୍ରଶିକ୍ଷଣ ଥିଲା ବୋଲି ଆୟୋଜକ ଭାରତି ପାଢୀ କହିଛନ୍ତି l

ଏହି ଟିମ୍ ରେ ମିନକେତନ ସମରଥ (ଅଲ୍ ଇଣ୍ଡିଆ ମାଉଣ୍ଟେରିଆନ୍ ଏସ୍ପେଡିସନ୍) ଓ ଏନ୍.ସି.ସି (ୱାନ୍ ଓଡିଶା ଇନଫେଣ୍ଟ୍ରି କମ୍ପାନୀ)ର  ବସନ୍ତ ମଣ୍ଡଲ୍, କେଶବ ହାଡଫୁଟିଆ, ଶିବ ବରଜା, ତାରେଶ୍ୱର ପୁଜାରୀ, କୁନାଲ୍ ବେଶରା ପ୍ରମୁଖ ଯାତ୍ରୀ ଥିଲେ l ମହିଳା ସଦସ୍ୟମାନଙ୍କ ମଧ୍ୟରେ ସବିତା କଚିମ୍, ଲକ୍ଷ୍ମୀ ମାଡକାମୀ, ଇସା ଘୋଷ, ଡଲି ମାହାତ୍ତ, ଭାରତି ବେଟି, ଗୀତାଞ୍ଜଳି ବୁରୁଦା, ସ୍ନେହା ସାହୁ, ପୂଜା,  ପ୍ରିୟଙ୍କା ମାଢି, ସୁମିତ୍ରା ମାଢି, ରାଜକୁମାରୀ ମାଢି, ପିଙ୍କି ମାଡକାମି, ଦୀପିକା ମାଡକାମି, ରୁପାଲି ଡୁରୁକା, ଇନ୍ଦ୍ରାଣି ମଣ୍ଡଲ୍, ସବିତା ପୁଜାରୀ, ବିନତି ପଢିଆମି, ରିତା ଦୁରୁଆ, ସୁଭଦ୍ରା ମାଛା, ରିମାରାଣି ସରକାର, ହିରାମଣି ପ୍ରମୁଖ ସହଯାତ୍ରୀ ଥିଲେ l ଆଗାମୀ ଦିନରେ ଖଇରପୁଟ୍ ବ୍ଲକ୍ ବଣ୍ଡାଘାଟି ଅଞ୍ଚଳ ଯିବା ଓ ସେମାନଙ୍କ ସହ ଭାବ ବିନିମୟ କରିବା, ସେମାନଙ୍କ ପରମ୍ପରା, ସଂସ୍କୃତି ଓ ଦୈନନ୍ଦିନ ଜୀବନକୁ ନିକଟରୁ ଦେଖିବା ନିମନ୍ତେ ଏକ ପ୍ରୟାସ ଆଗାମୀ ସପ୍ତାହରେ ହେବ ବୋଲି ଟିମ୍ ସଂଗଠନର ସମ୍ପାଦକ ଶ୍ରୀ ରାମ କୃଷ୍ଣ ଚୌଧୁରୀ କହିଥିଲେ l