ବାଗେଶ୍ୱର ବାବାଙ୍କ ଜୀବନୀ ଉପରେ ହେବ ଫିଲ୍ମ, ନିର୍ଦ୍ଦେଶକ ବିନୋଦ ତିୱାରୀ କଲେ ଘୋଷଣା

patrika
ନୂଆଦିଲ୍ଲୀ ୨୩/୦୫: ବାଗେଶ୍ୱର ବାବା ଅର୍ଥାତ୍ ଧିରେନ୍ଦ୍ର ସରକାରଙ୍କ ଲୋକପ୍ରିୟତା ଦେଖି ନିର୍ଦ୍ଦେଶକ ବିନୋଦ ତିୱାରୀ ତାଙ୍କ ଉପରେ ଏକ ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ଏବଂ ଏହା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ତେଣୁ ବିନୋଦ ତିୱାରୀ ‘ଦ ବାଗେଶ୍ୱର ସରକାର’ ନାମକ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ କାହାଣୀ ଦେଖାଯିବ।

ନଷ୍ଟ୍ରମ୍ ଏଣ୍ଟରଟେନମେଣ୍ଟ ହବ୍ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମ ବିଷୟରେ ଘୋଷଣା ମଧ୍ୟ ପ୍ରଡକ୍ସନ୍ ହାଉସ୍ ଟ୍ୱିଟ୍ କରି ପ୍ରକାଶ କରିଛି। ନଷ୍ଟ୍ରମ୍ ଏଣ୍ଟରଟେନମେଣ୍ଟ ହବର ଟ୍ୱିଟର ହ୍ୟାଣ୍ଡେଲରେ ଲେଖାଯାଇଛି – ଆକ୍ସନ୍ କମେଡି ଫିଲ୍ମ ‘ତେରୀ ଭାବୀ ହୈ ପାଗଲ୍’ ଏବଂ ‘ଦି କନଭର୍ସନ’ର ସଫଳତା ପରେ ନିର୍ଦ୍ଦେଶକ ବିନୋଦ ତିୱାରୀ ତାଙ୍କର ପରବର୍ତ୍ତୀ ଫିଲ୍ମ ଘୋଷଣା କରିଛନ୍ତି। ଯାହାର ନାମ ହେବ ‘ବାଗେଶ୍ୱର ସରକାର।’
Post the successful run of his action-comedy "Teri Bhabhi Hai Pagle"& "The Conversion"director Vinod Tiwari announces his next, ‘The Bageshwar Sarkaar ’
— Nostrum Entertainment Hub (@nostrum_ent) January 15, 2023
The story of this film will be based on the life of Shree Bageshwar Sarkar, Peethadheesh of shree Bageshwar Dhaam. pic.twitter.com/RC7aqm5x4l
ଟ୍ୱିଟ୍ ଅନୁଯାୟୀ, ଏହି ଫିଲ୍ମର କାହାଣୀ ଶ୍ରୀ ବାଗେଶ୍ୱର ସରକାରଙ୍କ ଜୀବନୀ ଉପରେ ଆଧାରିତ ହେବ। ଏହି ଫିଲ୍ମଟି ବାବାଙ୍କ ଜୀବନ, ସଂଗ୍ରାମ, ବ୍ୟକ୍ତିତ୍ୱ ଏବଂ ଯାତ୍ରାର ଝଲକ ଦେଖାଇବ। ବିନୋଦ ତିୱାରୀ କହିଛନ୍ତି, ଯେଉଁଭଳି ବାବା ସନାତନଙ୍କୁ ସଂଯୋଗ କରିବାର କାମ କରିଛନ୍ତି ସେଥିରେ ସେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି।