ହଠାତ୍ ଏୟାରପୋର୍ଟର ଡିସ୍କପ୍ଳେ ସ୍କ୍ରୀନରେ ଚାଲିଲା ପର୍ଣ୍ଣ ଫିଲ୍ମ; ତା ପରେ ଯାହା ଘଟିଲା….

Image Courtesy : The Manila Times
ବ୍ରାଜିଲ୍,୨୮/୦୫: ବ୍ରାଜିଲର ରାଜଧାନୀ ରିଓ ଡେ ଜନେଇରୋ ରେ ଶୁକ୍ରବାର ଦିନ ସାଣ୍ଟୋସ୍ ଡୁମୋଣ୍ଟ ଏୟାରପୋର୍ଟରେ ଏମିତି ଏକ ଘଟଣା ଘଟିଥିଲା ଯାହାକି ସମସ୍ତ ଯାତ୍ରୀଙ୍କୁ କିଛିକ୍ଷଣ ପାଇଁ ତାଜୁବ କରିଦେଇଥିଲା। ହଠାତ୍ ବିମାନବନ୍ଦରର ସୂଚନା ଦେଉଥିବା ଡିସପ୍ଳେ ସ୍କ୍ରୀନ ଗୁଡ଼ିକରେ ଚାଲିଲା ଅଶ୍ଳୀଳ ଫିଲ୍ମ। ବିମାନବନ୍ଦରରେ ଥିବା ଯାତ୍ରୀଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ଏହାକୁ ଦେଖି ତାଜୁବ ହୋଇଯାଇଥିଲେ। ଏଥିମଧ୍ୟରୁ କିଛି ଯାତ୍ରୀ ସେମାନଙ୍କ ମୋବାଇଲ ଫୋନ୍ ବାହାର କରି ଏହାର ଫଟୋ ଉଠାଇବା ସହିତ ଭିଡିଓ କରିବା ଆରମ୍ଭ କରିଦେଇଥିଲେ। ପରେ ଏହା ଭାଇରାଲ ହେବାରେ ଲାଗିଥିଲା। ବିମାନବନ୍ଦର କର୍ତ୍ତୁପକ୍ଷଙ୍କ କହିବା କଥା ହେଲା, ବିମାନବନ୍ଦରର ସୂଚନାସାରଣୀକୁ ସାଇଟକୁ ହ୍ୟାକ୍ କରି ହ୍ୟାକର ମାନେ ଏଭଳି କାରସାଦୀ କାରିଛନ୍ତି।
ତେବେ ଏହି ଘଟଣାକୁ ନେଇ ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ତରଫରୁ ପୁଲିସରେ ଅଭିଯୋଗ କରାଯାଇଛି। ଏବଂ ପୁଲିସ୍ ଏହି ଘଟଣାର ଅନୁସନ୍ଧାନ କରୁଛି। ବିମାନବନ୍ଦରର ଟିସପ୍ଳେ ସ୍କ୍ରୀନରେ ପର୍ଣ୍ଣ ଫିଲ୍ମ ଚାଲିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ତରବରିଆ ଭାବରେ, କିଛି ଲୋକ ନିଜ ପିଲାମାନଙ୍କ ଆଖିକୁ ଲୁଚାଇଦେଇଥିବା ବେଳେ କିଛି ଲୋକ ପୁରା ଘଟଣାର ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ଡିସପ୍ଲେ ସ୍କ୍ରିନରେ ଥିବା ପର୍ଣ୍ଣ ଫିଲ୍ମକୁ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବରିଷ୍ଠ ଅଧିକାରୀମାନଙ୍କୁ ଏନେଇ ସୂଚନା ଦେଇଥିଲେ। କର୍ତ୍ତୃପକ୍ଷ ତୁରନ୍ତ ଏହା ଉପରେ ନିଷ୍ପତ୍ତି ନେଇ ବିମାନବନ୍ଦର ଥିବା ସମସ୍ତ ଡିସପ୍ଲେ ସ୍କ୍ରିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏହାପୂର୍ବରୁ ବୁଧବାର ଦିନ ଫର୍ମୁଲା-୧ର ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ନି ଏକ୍ଲେଷ୍ଟୋନଙ୍କୁ ବିମାନବନ୍ଦରରେ ବନ୍ଧୁକ ନେଉଥିବାର ଦେଖି ଗିରଫ କରିଥିଲା ପୁଲିସ୍। ସୂଚନାନୁସାରେ, ଏକ୍ଲେଷ୍ଟୋନ ଏକ ଘରୋଇ ଜେଟରେ ସ୍ୱିଜରଲ୍ୟାଣ୍ଡ ଯାଉଥିଲେ। ସେହି ସମୟରେ, ତାଙ୍କ ଜିନିଷପତ୍ରର ଯାଞ୍ଚବେଳେ ତାଙ୍କ ବ୍ୟାଗ ଭିତରୁ ବନ୍ଧୁକ ମିଳିଥିଲା। ଯାହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ପରେ ୧୬୨୨ ଡଲାର (ପ୍ରାୟ ୧ ଲକ୍ଷ ଟଙ୍କା) ଜରିମାନା ଆଦାୟ କରିବା ପରେ ତାଙ୍କୁ ଛାଡ଼ି ଦେଇଥିଲା। ଫର୍ମୁଲା ୧ ରେସିଂ ବିଭାଗରେ ଏକ୍ଲେଷ୍ଟୋନ ଖ୍ୟାତିମାନା ଅଧିକାରୀ ଅଟନ୍ତି। କିନ୍ତୁ କ’ଣ ପାଇଁ ସେ ବନ୍ଧୁକ ନେଇ ଯାତ୍ରା କରିବାକୁ ବାହାରିଥିଲେ, ଏବଂ ତା’ ପର ଦିନ ହଠାତ୍ ଏମିତି ଭିଡିଓ ଚାଲିବା ଘଟଣାର କ’ଣ ସାମଞ୍ଜସ୍ୟ ରହିଛି, ତାକୁ ନେଇ ତଦନ୍ତ କରୁଛି ପୁଲିସ୍।