PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମଧ୍ୟପ୍ରଦେଶ ଜମିବ ରାଜନୀତି, ରାହୁଲଙ୍କ ଯାତ୍ରା ପୂର୍ବରୁ ମୋଦୀ-ଶାହଙ୍କ ଅନେକ କାର୍ଯ୍ୟକ୍ରମ

pic- internet

ଭୋପାଳ: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଏବେଠୁ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ହେଲାଣି। ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭରତ ଯୋଡ଼ୋ ଯାତ୍ରା ନଭେମ୍ୱରରେ ମଧ୍ୟପ୍ରଦେଶରେ ପହଞ୍ଚିବ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଅକ୍ଟୋବରରେ ମଧ୍ୟପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ସେଠାରେ ଜାନୁଆରୀରେ କେନ୍ଦ୍ର ସରକାର ପ୍ରବାସୀ ଭାରତୀୟ ସମ୍ମିଳନୀ ଓ ରାଜ୍ୟ ସରକାର ଇନଭେଷ୍ଟର ମିଟ ମାଧ୍ୟମରେ ନିର୍ବାଚନ ରାଲି ପ୍ରସ୍ତୁତ କରିବେ। ଏତିକି ବେଳେ ଆଗାମୀ ଦିନରେ ରାଜ୍ୟରେ ରାଜନୀତି ପୂରା ସରଗରମ ରହିବ।  

ନିଜ ଜନ୍ମଦିନରେ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଚିତାକୁ ସ୍ୱାଗତ କରିବାର ମାତ୍ର ୨୪ ଦିନ ପରେ ପୁଣି ଅକ୍ଟୋବର ୧୧ ଉଜ୍ଜେନର ମହାକାଳ କୋରିଡର ଲୋକାର୍ପଣ କରିବା ପାଇଁ ଯାଉଛନ୍ତି। ଉଜ୍ଜେନରେ ରହିବା ସମୟରେ ପ୍ରଧାନମନ୍ତ୍ରୀ ନବନିର୍ମିତ ମହାକାଲ କୋରିଡର ଉଦଘାଟନ କରିବା ପରେ ଏକ ସମାବେଶକୁ ସମ୍ବୋଧିତ କରିବେ। କେଦାରନାଥ ଏବଂ କାଶୀ ବିଶ୍ୱନାଥ ଧାମର ନବୀକରଣ ପରେ ବର୍ତ୍ତମାନ ପ୍ରମୁଖ ଜ୍ୟୋତିର୍ଲିଙ୍ଗ ମହାକାଲ ପରିସରକୁ ଏକ ସୁନ୍ଦର ରୂପ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପରେ ମଧ୍ୟପ୍ରଦେଶରେ ପ୍ରବାସୀ ଭାରତୀୟ ସମ୍ମଳିନୀ ଏବଂ କେନ୍-ବେତୱା ଲିଙ୍କ୍ ପ୍ରୋଜେକ୍ଟର ଭୁମି ପୂଜନ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ଯବେ।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ନଭେମ୍ବର ଶେଷରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଯଦି ଏପରି ହୁଏ, ତେବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉଜ୍ଜେନରେ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇ ପାରନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୪-୨୫ ରେ ଭାରତ ଯୋଡା ଯାତ୍ରା ବୁରହାନପୁରରୁ ମଧ୍ୟପ୍ରଦେଶରେ ପ୍ରବେଶ କରିବ।

ସମ୍ବନ୍ଧିତ ଖବର