PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ  ଭେଟିଲେ ଏମପି ପ୍ରତାପ ଷଡଙ୍ଗୀ : ୭ ଦଫା ଦାବିପତ୍ର ପ୍ରଦାନ,ବାଲେଶ୍ଵରରୁ ସୁରଟ ଓ ମୁମ୍ବାଇ ଗଡିବ ଟ୍ରେନ

ନୀଳଗିରି,୬/୭(ଆ.ପ୍ର):  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ସାକ୍ଷାତ କରିବା ସହ ଆବଶ୍ୟକୀୟ ପଦକ୍ଷେପ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରାୟ ଅଧଘଣ୍ଟା କାଳ ଆଲୋଚନା କରି ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ ବିଶିଷ୍ଟ ବେଦାନ୍ତବିତ୍ ଆଚାର୍ଯ୍ୟ ଶ୍ରୀଲ ଶ୍ରୀଧର ସ୍ବାମୀ ଓ ଶ୍ରୀଲ ବଳଦେବ ବିଦ୍ୟାଭୂଷଣଙ୍କ ନାମରେ ୨ଟି ସାପ୍ତାହିକ ରେଳ ବାଲେଶ୍ବରରୁ ଚଳାଇବା ସହ ବାଲେଶ୍ବରରୁ ମୁମ୍ବାଇ ଓ ସୁରତ ପର୍ଯ୍ୟନ୍ତ ରେଳ ଚଳାଚଳ ବ୍ୟବସ୍ଥା କରିବାକୁ ସେ ପତ୍ର ମାଧ୍ୟମରେ ଦାବି କରିଛନ୍ତି।

ସେହିପରି ସମସ୍ତ ଏକ୍ସପ୍ରେସ ରେଳଗୁଡ଼ିକୁ ଶୀଘ୍ର ଚଳାଇବା,ଜଳେଶ୍ଵର, ବସ୍ତା, ରୁପସା, ବାଲେଶ୍ଵର, ପଣପଣା ଓ ସୋରରେ ସମସ୍ତ ଏକ୍ସପ୍ରେସ ଟ୍ରେନ ଅଟକାଇବା ବ୍ୟବସ୍ଥା କରିବା,ରେଳ ଲାଇନ୍ ପାର୍ଶ୍ଵବର୍ତ୍ତୀ ରାସ୍ତା ଗୁଡ଼ିକର ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଉନ୍ନତି କରିବା,ବାଙ୍ଗିରିପୋଷି-ଭୁବନେଶ୍ୱର ରେଳଗାଡିକୁ ପୂର୍ବପରି ହଳଦିପଦା ଷ୍ଟେସନରେ ରଖିବାର ବ୍ୟବସ୍ଥା କରିବା, ଫାଷ୍ଟ ପାସେଞ୍ଜର୍ ଭୁବନେଶ୍ୱରରୁ ଫେରିଲା ବେଳକୁ ପଣପଣା, ନୀଳଗିରି ରୋଡ ଏବଂ ନୂଆଗାଁ ଷ୍ଟେସନରେ ରହୁନଥିବା କାରଣରୁ ଲୋକ ବହୁ କଷ୍ଟ ପାଉଛନ୍ତି  । ଏନେଇ ପ୍ରତିକାର କରିବା ପାଇଁ ପୂର୍ବପରି ତାହାକୁ ଏହି ୩ଟି ଷ୍ଟେସନରେ ରଖିବାର ବ୍ୟବସ୍ଥା କରିବା ୭ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଖୁବଶୀଘ୍ର ଏହି ଦାବିଗୁଡିକ ଉପରେ ବିଚାର କରିବାର ପ୍ରତିଶ୍ରୁତି ଦେବା ସହିତ ବିଭାଗୀୟ ଅଧିକାରୀଙ୍କୁ ଡାକି ପ୍ରାଥମିକତା ଭିତ୍ତିରେ ମୁମ୍ବାଇ ଏବଂ ସୁରତ ଯାଉଥିବା କୌଣସି ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ କିପରି ଅଣାଯାଇ ପାରିବ ପରୀକ୍ଷା କରି କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।