PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

‘ଏହା ମୋ କ୍ୟାରିୟରକୁ ଦେବ ନୂଆ ମୋଡ’…ଫିଲ୍ମ ‘ଗୁମରାହ’ରେ ନିଜର ଭୂମିକାକୁ ନେଇ କହିଲେ ମୃଣାଳ

ନୂଆଦିଲ୍ଲୀ ୨୮/୧୧: ‘ଲଭ୍‌ ସୋନିଆ’, ‘ସୁପର-୩୦’, ‘ତୁଫାନ୍‌’, ‘ଜର୍ସି’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର । ଅପ୍‌କମିଙ୍ଗ ଥ୍ରିଲର ‘ଗୁମରାହ’ରେ ତାଙ୍କୁ ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ ।

ଏ ସଂପର୍କରେ ନିକଟରେ ଏକ ସାକ୍ଷାତକାରରେ ମୃଣାଳ କହିଛନ୍ତି ଯେ, ବଡ଼ ପରଦାରେ ପୁଲିସ ଭୂମିକାରେ ଆସିବାକୁ ସବୁବେଳେ ମୋ’ର ଇଚ୍ଛା ଥିଲା । ମୁଁ ଅଦ୍ୟାବଧି କରିଥିବା ସବୁ ଭୂମିକାଠାରୁ ଏହା ଭିନ୍ନ । ଜଣେ ପୁଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିବା ଲାଗି ମୋତେ ନିଜକୁ ସେଭଳି ଫିଟ୍‌ କରିବାକୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଛି। ଜିମ୍‌ରେ ଝାଳ ବୁହାଇବାଠାରୁ ଆରମ୍ଭ କରି ତାଲିମପ୍ରାପ୍ତ ଆଥଲେଟ୍‌ମାନଙ୍କ ସହ ଦିନକୁ ବେଶ୍‌ କେଇ କିମି ଦୌଡ଼ିବା, ବନ୍ଧୁକ ଚାଳନା ଶିକ୍ଷା ପରି ସବୁପ୍ରକାର କାମ ମୁଁ କରିଛି । ଏପରିକି ପୁଲିସକର୍ମୀଙ୍କ ମାନସିକ ସ୍ଥିତିକୁ ବୁଝିବା ଲାଗି କିଛି ମହିଳା ପୁଲିସ ଅଧିକାରୀଙ୍କ ସହ ମିଶିଛି । ଏଭଳିକ୍ଷେତ୍ରରେ ଦର୍ଶକେ ଏହି ଫିଲ୍ମରେ ମୋ’ର ଅଭିନୟକୁ ପସନ୍ଦ କରିବେ ବୋଲି ଆଶା । ଏହା ମୋ’ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଇପାରିବ ବୋଲି ବିଶ୍ୱାସ ରହିଛି ।

‘ଗୁମରାହ’ରେ ମୃଣାଳଙ୍କ ବିପକ୍ଷରେ ଆଦିତ୍ୟ ରୟ କପୁର ସ୍କ୍ରିନ୍‌ ସେୟାର କରିବେ । ଏହା ୨୦୧୯ ମସିହାରେ ରିଲିଜ୍‌ ହୋଇଥିବା ଏକ ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ । ବର୍ଦ୍ଧନ କେଟକର ଏହାର ନିର୍ଦ୍ଦେଶନାରେ ଅଛନ୍ତି । ଭୂଷଣ କୁମାରଙ୍କ ଟି-ସିରିଜ୍‌ ଏବଂ ମୁରାଦ୍‌ ଖେତାନିଙ୍କ ସିନେ ୱାନ୍‌ ଷ୍ଟୁଡିଓ ପ୍ରଯୋଜନାରେ ରହିଛି । ୨୦୨୩ରେ ଫିଲ୍ମଟି ରିଲିଜ୍‌ ହେବ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ମୃଣାଳଙ୍କ ଅଭିନୀତ ‘ପିପ୍ପା’ ଆସନ୍ତାମାସରେ ରିଲିଜ୍‌ ହେବ । ସେହିପରି ୨୦୨୩ରେ ତାଙ୍କର ‘ପୂଜା ମେରି ଜାନ୍‌’, ‘ଆଖଁ ମିଚୋଲି’ ରିଲିଜ୍‌ ହେବାର ଅଛି ।

ସମ୍ବନ୍ଧିତ ଖବର