ଜଙ୍ଗଲରୁ ପୋଡ଼ା ମୃତଦେହ ଉଦ୍ଧାର, ଗୁଣିଗାରେଡି ନେଇ ହତ୍ୟା ସନ୍ଦେହ

ମାଲକାନଗିରି,୨୫।୧(ଆପ୍ର): ମୋଟୁ ପୁଲିସ ମାଲାଭରମ ତେନରାଜପାଲି ଜଙ୍ଗଲ ରୁ ଜଣେ ବ୍ୟକ୍ତିର ପୋଡ଼ା ମୃତ ଦେହ ଉଦ୍ଧାର କରିଛି । ଏହା ଗୁଣି ଗାରେଡି ସନ୍ଦେହ ରେ ହତ୍ୟା କରି ପ୍ରମାଣ ଲୁଚାଇ ବାପାଇଁ ପୋଡିଦିଆ ଯାଇଥିବାର ଗ୍ରାମ ବାସୀ ମାନେ ସନ୍ଦେହ କରୁ ଥିବା ବେଳେ ପୁଲିସ ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଥାନା ମାଲାଭରମ ପଂଚାୟତ ର ତିନିରାଜପଲ୍ଲୀ ଗ୍ରାମରେ।
ମାଲାଭରମ ତିନିରାଜପଲ୍ଲୀ ରାସ୍ତା ଜଙ୍ଗଲ ରେ ଜଣେ ଲୋକର ପୋଡ଼ା ମୃତଦେହ ପଡିଥିବାର ଦେଖି ଗ୍ରାମବାସୀ ମାନେ ମୋଟୁ ଥାନାକୁ ଜଣାଇଥିଲେ। ମୋଟୁ ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ପୁଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ପୋଡ଼ା ମୃତ ଦେହ ଜବତ କରି ଥିଲେ। ଗତ ଦୁଇଦିନ ତଳେ ତିନିରାଜପାଲି ଗ୍ରାମର ଗଙ୍ଗା ପଡ଼ିଆମୀ ନାମକ ଆଦିବାସୀ ବ୍ୟକ୍ତି ନିଖୋଜ ଥିବାର ମୋଟୁ ଥାନରେ ଅଭିଯୋଗ ହୋଇଥିଲା। କାଳେ ସେବ୍ୟକ୍ତି ହୋଇ ଥାଇପାରେ ବୋଲି ସନ୍ଦେହରେ ତାଙ୍କ ପରିବାର ଙ୍କୁ ଡ଼ାକି ଚିହ୍ନଟ କରିବା ପାଇଁ ଚେଷ୍ଠା କରାଯାଇଥିଲା।ମୃତ ବ୍ୟକ୍ତିଟି ଅଧିକ ପୋଡି ଯାଇଥିବାରୁ ପରିବାର ଲୋକେ ସଠିକ ଭାବେ ଚିହ୍ନଟ କରିନପାରି ଦୋପାଞ୍ଚ ମଧ୍ୟରେ ରହିଛନ୍ତି। ଅପର ପକ୍ଷରେ ମୃତ ବ୍ୟକ୍ତି ଜଣକ ତିନିରାଜପାଲି ଗ୍ରାମର ଗଙ୍ଗା ପଡିଆମୀ, ସେ ଗାଁରେ ଗୁଣିଗାରେଡି କରି ଲୋକ ମାନଙ୍କୁ ହଇରାଣ କରୁଥିବାରୁ ତାକୁ ରାଗ ରଖି କିଏ ଅପ ହରଣ କରି ହତ୍ୟା ପରେ ପୋଡ଼ିଦେଇ ଥାଇ ପାରନ୍ତି ବୋଲି କିଛିଗ୍ରାମ ବାସୀ ସନ୍ଦେହ କରିଛନ୍ତି। ମୋଟୁ ଥାନା ପୁଲିସ ଏସମ୍ପର୍କ ରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।