PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଯୁବରାଜଙ୍କ ବାପା ଯୋଗରାଜ ସିଂଙ୍କ ଖୁଲାସା,ଧୋନିଙ୍କ ପାଇଁ ଏହି ୩ ଖେଳାଳିଙ୍କ କ୍ୟାରିୟର ନଷ୍ଟ ହୋଇଛି

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଦେଶର କ୍ରିକେଟ ପ୍ରେମୀଙ୍କର ସବୁଠାରୁ ଲୋକପ୍ରିୟ ଖେଳାଳି। କେବଳ ଦେଶ ନୁହେଁ ବିବେଦନଶରେ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରାଯାଏ। କିନ୍ତୁ ଧୋନିଙ୍କୁ ଉପରେ ପୁଣିଥରେ ବଡ ଧରଣର ଅଭିଯୋଗ ଆଣିଛନ୍ତି ପୂର୍ବତନ କ୍ରିକେଟର ଯୋଗରାଜ ସିଂ ତଥା ଯୁବରାଜ ସିଂଙ୍କ ବାପା।

ସବୁଠାରୁ ବଡ ସମାଲୋଚନା ସାଜିଥିବା ଯୋଗରାଜ ସମୟ ସମୟରେ ଧୋନିଙ୍କୁ ଟାର୍ଗେଟ କରିଥାନ୍ତି। ନିକଟରେ ଅମ୍ବାତି ରାଇଡୁ କ୍ରିକେଟରୁ ସନ୍ୟାସ ନେବାକୁ ନେଇ ଭାରତୀୟ ଟିମ୍ ବିଶ୍ବକପ ୨୦୧୯ ସେମିଫାଇନାଲରେ ହାରିବା ନେଇ ଯୋଗରାଜ ଧୋନିଙ୍କୁ ଦାୟୀ କରିଥିଲେ। ଏବେ ​ ପୁଣିଥରେ ଯୋଗରାଜ କହିଛନ୍ତି   ଭାରତୀୟ ଟିମର ୩ ଜଣ କ୍ରିକେଟରଙ୍କ କ୍ୟାରିୟର ନଷ୍ଟ କରିଛନ୍ତି। ସେମାନେ ହେଉଛନ୍ତି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ, ଗୌତମ ଗମ୍ଭୀର ଓ ତାଙ୍କ ପୁଅ ଯୁବରାଜ ସିଂ।