ନୂଆଦିଲ୍ଲୀ: ଗୋଟିଏ କିମ୍ବା ଦୁଇ ସପ୍ତାହ ପରେ ଟିମକୁ ଫେରିବେ ମାହି । ପୁଣି ସିଏସକେ ପାଇଁ ଖେଳିବେ । ଦଳ ପକ୍ଷରୁ ପୂର୍ବରୁ ଏଭଳି ଘୋଷଣା ହୋଇଥିଲା । ମାତ୍ର ୨ ମାସ ପୁରିଲାଣି, କିନ୍ତୁ ଧୋନୀ ଗୋଯିଏ ବି ମ୍ୟାଚରେ ନଜର ଆସିନାହାନ୍ତି । ଦଳ ୧୨ ମ୍ୟାଚ ଖେଳିଥିବାବେଳେ ଆଉ ୨ଟି ମ୍ୟାଚ ବାକି ରହିଛି । ପ୍ଲେଅଫରେ ପହଞ୍ଚିବା ପାଇଁ ଦଳ ସଂଘର୍ଷ କରୁଛି । କିନ୍ତୁ ଷ୍ଟାର କ୍ରିକେଟରଙ୍କ ଗୋଟିଏ ଝଲକ ପାଇବା ପାଇଁ ଚାହିଁ ବସିଛନ୍ତି ଫ୍ୟାନ୍ସ । ତଥାପି ଏଯାବତ କେବଳ ନେଟରେ ନଜର ଆସିଛନ୍ତି ଧୋନୀ । କିନ୍ତୁ ଏବେ ତାଙ୍କର ଏକ ଭିଡିଓ ଦେକିବାକୁ ମିଳିଛି । ଯେଉଁଥିରେ ସେ ଫିଟ୍ ଥିବା ଜଣାପଡ଼ୁଛନ୍ତି ମାତ୍ର ମ୍ୟାଚ ଖେଳୁନଥିବାବେଳେ ସୋସିଆଲ ମିଡିଆରେ ଭିନ୍ନ ଚର୍ଚ୍ଚା ଲାଗି ରହିଛି ।
Dhoni chat with NSG Commandos 🙏🏻
— TELUGU MSDIANS🦁™ (@TeluguMSDians) May 17, 2026
I'm i looking fit?😂😂🔥🔥pic.twitter.com/JMBnIGBOxU
ନିକଟରେ ମାହି ଏନଏସଜିରେ ଦେଖିବାକୁ ମିଳିଥିଲେ । ଯେଉଁଥିରେ ସୁଟିଂ କରୁଥିବା ନଜର ଆସିଛନ୍ତି । ବେଶ ଫିଟ୍ ଭାବେ ନଜର ଆସିଛନ୍ତି । ଏହାସହ ତାଙ୍କୁ ଫିଟ୍ ଥିବା ନେଇ ପ୍ରଶ୍ନ ମଧ୍ୟ ପଚରାଯାଇଛି । ଯେଉଁଥିରେ ଧୋନୀ ନିଜର ଉତ୍ତର ରଖିଛନ୍ତି । ଆଉ ଏହି ଭିଡିଓ ମଧ୍ୟ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।
MS Dhoni at NSG Commando 🔥🦁#MSdhoni pic.twitter.com/kqlkdDnKDO
— bhairava MSDian™ (@Bhairava_1) May 17, 2026
ତେବେ ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ କହିଛନ୍ତି କି, ଫ୍ୟାନ୍ସଙ୍କୁ କେବଳ ବୋକା ବନାଯାଉଛି । ଧୋନୀ ଫେରିବେ ଆଉ ଖେଳିବେ କହି କହି ପୁରା ସିଜିନ ଶେଷ ହେବାକୁ ବସିଲାଣି । ଧୋନୀ ଅଭ୍ୟାସ କରୁଥିବାବେଳେ ବେଶ ଫିଟ୍ ନଜର ଆସିଛନ୍ତି । ଏହାସହ ସେ ଓ୍ବିକେଟକିପିଂ କରୁଥିବା ମଧ୍ୟ ଦେଖାଯାଉଛନ୍ତି । କିନ୍ତୁ ଜାଣିଶୁଣି ତାଙ୍କୁ ଦେଖାଇ ଏଭଳି କରାଯାଉଛି ବୋଲି କିଛି କମେଣ୍ଟରେ ଜଣାଇଛନ୍ତି । ତେବେ ମାହି କେବେ ମଇଦାନରେ ନଜର ଆସିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : ପୁଣି ହାରିଲା ପଞ୍ଜାବ, ୨୩ ରନରେ ଜିତିଲା RCB