PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଓ୍ବେଷ୍ଟ ଇଣ୍ଡିଜ ଗସ୍ତରେ ଯିବେନି ଧୋନି, ସେନାରେ ହେବେ ସାମିଲ

ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ଯେ, ମହେନ୍ଦ୍ର ସିଂ ଧୋନି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ। ଧୋନି ଦୁଇ ମାସ ପର୍ଯ୍ୟନ୍ତ କ୍ରିକେଟ ଠାରୁ ଦୂରେଇ ରହିବେ। ସେ ଏବେ ପରାମିଲିଟାରୀ ରେଜିମେଣ୍ଟରେ ସାମିଲ ହେବେ। ଭାରତୀୟ ଟିମର ଓ୍ବେଷ୍ଟଇଣ୍ଡିଜ ଗସ୍ତ ୩ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ବିସିସିଆଇ ଓ୍ବେଷ୍ଟ ଇଣ୍ଡିଜ ଗସ୍ତ ପାଇଁ ଆସନ୍ତା କାଲି ଅର୍ଥାତ ୨୧ ଜୁଲାଇରେ ଟିମର ଚୟନ କରିବ। ଏହା ପୂର୍ବରୁ ଧୋନିଙ୍କ ନିକଟତମ ବନ୍ଧୁ ତଥା ପୂର୍ବତନ ରଣଜୀ ଖେଳାଳି ମିହିର ଦିବାକର ମଧ୍ୟ କହିଛନ୍ତି ଯେ, ଧୋନି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ, ବଂର ସେନାକୁ ସମୟ ଦେବେ।

ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛି ଯେ, ଧୋନି କହିଛନ୍ତି ସେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇ ପାରିବେ ନାହିଁ। ସେ ପାରା ମିଲିଟାରୀ ରେଜିମେଣ୍ଟକୁ ସମୟ ଦେବେ। ​‌ସେ ରବିବାର ହେବାକୁ ଥିବା ଚୟନ ସମିତି ବୈଠକ ପୂର୍ବରୁ ଏହି ନିଷ୍ପତ୍ତି ନେଇଛନ୍ତି। ସେ କ୍ୟାପଟେନ ବିରାଟ କୋହଲି ଓ ଏମଏସକେ ପ୍ରସାଦଙ୍କୁ ମଧ୍ୟ ସୂଚନା ଦେଇସାରିଛନ୍ତି।’ ଏହି ଅଧିକାରୀ ଜଣକ କହିଛନ୍ତି ଧୋନିଙ୍କ ଏହି ବୟାନରୁ ଜଣାପଡୁଛି, ସେ ଏବେ ସନ୍ୟାସ ନେବା ବିଷୟରେ ଭାବିନାହାନ୍ତି।

ଧୋନିଙ୍କୁ ଇଣ୍ଡିଆନ ଟେରିଟୋରିୟଲ ଆର୍ମି ୨୦୧୧ରେ ଲେଫ୍ଟନାଣ୍ଟ କର୍ନେଲ ପାହ୍ୟା ପ୍ରଦାନ କରିଥିଲେ। ମିହିର କହିଥିଲେ, ଧୋନି ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ନିଜ ନାମକୁ ଫେରାଇ ନେଇଛନ୍ତି। ସେ ବିସିସିଆଇକୁ ଏ ବିଷୟରେ ଜଣାଇଛନ୍ତି। ଏବେ ସେ ଭାରତୀୟ ଆର୍ମି ସହିତ ସମୟ ବିତାଇବେ।

ଏଠାରେ ଉଲ୍ଳେଖନୀୟ ଯେ, ଧୋନିଙ୍କ ସହିତ ମିହିର ରଣଜୀ ମ୍ୟାଚ ଖେଳି ସାରିଛନ୍ତି। ଏହା ସହ ମିହିରଙ୍କ କମ୍ପାନୀ ଧୋନିଙ୍କ କ୍ରିକେଟ ଏକାଡେମୀର ଜଏଣ୍ଟ ଭେଞ୍ଚର। ସେ କହିଛନ୍ତି, ମାହି କାହିଁକି ସନ୍ୟାସ ନେବ? ସେ କେବଳ କ୍ରିକେଟ ନୁହେଁ, ବଂର ଦେଶ ପାଇଁ ମଧ୍ୟ ଖେଳିଥାଏ। ଟିମ ଇଣ୍ଡିଆ ପାଖରେ ଓ୍ବିକେଟ କିପର ବ୍ୟାଟସମ୍ୟାନ ଭାବରେ ଧୋନିଙ୍କ ବିକଳ୍ପ ନାହିଁ। ପ୍ରକୃତ ଖେଳାଳି ଯେଉଁମାନେ ସେମାନେ ଧୋନିଙ୍କ ମୂଲ୍ୟ ଠିକ୍ ଭାବରେ ବୁଝିପାରନ୍ତି। ଧୋନି ନିଜ ଠାରୁ କମ୍ ବୟସର ଖେଳାଳିଙ୍କ ଠାରୁ ଅଧିକ ଫିଟ୍।

ସମ୍ବନ୍ଧିତ ଖବର