PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

୭ନମ୍ୱରର ଯାଦୁଗର ଥିଲେ ଧୋନୀ – ଜାଣନ୍ତୁ ସେହି ୭ ରେକର୍ଡକୁ ଯାହା ତାଙ୍କୁ ସବୁଠୁ ସ୍ୱତନ୍ତ୍ର କରିଥାଏ

ନୂଆଦିଲ୍ଲୀ –  ରାଞ୍ଚିର ଗଳି କନ୍ଧିରୁ ବାହାରିଥିବା ପିଲା , ଯିଏ ନିଜର ହେଲିକପ୍ଚର ସଟ୍‌ରେ ପୁରା ଦୁନିଆକୁ  ନିଦ ପାଦ ତଳେ ମୁଣ୍ଡ ନୁଆଁଇ ଦେଇଥିଲା , ସେହି ମହେନ୍ଦ୍ର ସିଂହ ଧୋନୀ ନୀଳ ରଙ୍ଗର ଜର୍ସି ପିନ୍ଧି ଆଉ ପଡ଼ିଆରେ ନଜର ଆସିବେ ନାହିଁ । ଦେଶ ଯେବେ ସ୍ୱାଧୀନତାର ଉତ୍ସବ ପାଳୁଥିଲା  ,ସେହି ମୁହୂର୍ତ୍ତରେ ଧୋନୀ  ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ର ବନ୍ଧନରୁ ନିଜକୁ ମୁକ୍ତ କରିଦେଇଛନ୍ତି ।  ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଧୋନୀଙ୍କ ଅବସର ଘୋଷଣା

ମହେନ୍ଦ୍ର ସିଂହ ଧୋନୀ ଟିମ୍‌ ଇଣ୍ଡିଆକୁ ସବୁ ସଫଳତା ଦେଇଛନ୍ତି । ଯାହାଙ୍କୁ କ୍ରିକେଟ୍‌ ଦୁନିଆରେ ସର୍ବଶ୍ରେଷ୍ଠ  କୁହାଯାଏ । ତାଙ୍କର ନାମରେ ଅନେକ ବିରଳ ରେକର୍ଡ ରହିଛି । ଯାହାକି ମାହିଙ୍କୁ ଅନ୍ୟ ଠାରୁ ସ୍ୱତନ୍ତ୍ର କରିଥାଏ ।  ଧୋନୀଙ୍କ ଲକି ନମ୍ୱର  ୭ ରହିଛି ।

ଆସନ୍ତି ତାଙ୍କର କିଛି ୭ ଟି ରେକର୍ଡ ଉପରେ ନଜର ପକାଇବା –  

୧-  ୭ମ ନମ୍ୱରରେ ବ୍ୟାଟିଂ କରି ୨ଟି ଶତକ –

କ୍ୟାରିୟରର ଆରମ୍ଭରେ ଧୋନୀ ଉପର କ୍ରମରେ ବ୍ୟାଟିଂ କରୁଥିଲେ । କିନ୍ତୁ ଯେବେ ସେ ଅଧିନାୟକ ହେଲେ , ଏହାପରେ ସେ ଶେଷ କ୍ରମରେ ଖେଳିବା ଆରମ୍ଭ କଲେ । ୭ମ  ନମ୍ୱରରେ ବ୍ଯାଟିଂ କରି ସବୁଠୁ ଅଧିକ ୱନଡେ ଶତକ କରିବାର ରେକର୍ଡ ତାଙ୍କ ନାଁରେ ରହିଛି । ସେ ଏହି କ୍ରମରେ ୨ଟି ଶତକ ଲଗାଇଛନ୍ତି ।  ଗୋଟିଏ ୨୦୧୨ ମସିହାରେ ପାକିସ୍ତାନ ବିପକ୍ଷରେ ଏବଂ ଆଉ ଏକ ଏସିଆ ଇଲେଭେନ୍‌ ତରଫରୁ ଆଫ୍ରିକା ଇଲେଭଲ ବିପକ୍ଷରେ ।

୨- ଛକା ମାରିବାରେ ଆଗରେ –

ପଡ଼ିଆରେ ଲମ୍ୱା ଲମ୍ୱା ଛକା ମାରିବାର କ୍ଷମତା ସର୍ବଦା ଧୋନୀଙ୍କର ଥାଏ ।  ଧୋନୀ ମୋଟରେ ୩୫୯ଟି ଛକା ମାରିଛନ୍ତି ।  ଏଥିରେ ତାଙ୍କର  ୨୨୯ଟି ଛକା ୱାନ୍‌ଡେରେ ରହିଛି ।  ଧୋନୀ ୱାନଡେରେ ସବୁଠୁ ଅଧିକା ଛକା ମାରିବାର ଭାରତୀୟ ମଧ୍ୟରେ ଜଣେ । ଏମିତି ଅନେକ ସୁଯୋଗ ଆସିଛି  ଯେଉଁଥିରେ ସେ  ଛକା ମାରି ମ୍ୟାଚ୍ ଶେଷ କରିଛନ୍ତି । ତାଙ୍କର  ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ର ଛକା କିଏ କେବେ ଭୁଲି ପାରିବ ନାହିଁ ।

୩- ଆନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ବେଶୀ ଷ୍ଟପିଂ –

ଧୋନୀ ଯେତେ ଚତୁର ବ୍ୟାଟ୍ସମ୍ୟାନ୍‌ , ୱିକେଟ୍‌ ପଛରେ ତାଙ୍କର ଫୁର୍ତ୍ତି ମଧ୍ୟ ସେତେ ଦେଖିବାକୁ ମିଳେ ।  ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଧୋନୀଙ୍କ ନାଁରେ ୧୯୫ଟି ଷ୍ଟପିଂର ରେକର୍ଡ ରହିଛି । ଯଦି ସମୁଦାୟ ଆଉଟ୍‌ କରିଥିବା କଥା ବିଚାର କରିବା ତ ସେ ମୋଟ୍‌ରେ ୮୨୯ଟି ଆଉଟ୍‌ ( କ୍ୟାଚ୍‌—ଷ୍ଟପିଂ) କରିଛନ୍ତି ।

୪-ୱିକେଟ୍‌କିପର ଭାବେ ଏକ ଇଂନିସ୍‌ରେ ସବୁଠୁ ଅଧିକ ରନ୍‌ –

ଜଣେ ୱିକେଟ୍‌କିପର ଭାବେ  ଗୋଟିଏ ପର୍ଯ୍ୟାୟରେ ସବୁଠୁ ଅଧିକା ରନ୍‌ କରିବାର ରେକର୍ଡ ଧୋନୀଙ୍କ ନାମରେ ରହିଛି । ଧୋନୀ ୨୦୦୫ରେ ଜୟପୁରରେ ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ୍‌ କରିଥିଲେ । ଏହା ଧୋନୀଙ୍କର ୱାନଡେରେ ସର୍ବଶ୍ରଷ୍ଠ ସ୍କୋର ଥିଲା ଏହା ବ୍ୟତୀତ ଟେଷ୍ଟରେ ସେ ଦୁଇ ଶତକ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲେ ।

୫- ଦୃତତମ ଖେଳାଳୀ ଭାବେ କେବଳ ୨ଟି ଅର୍ଦ୍ଧ ଶତକ – 

ଦୃତ ବ୍ୟାଟିଂ କରିବାରେ ଧୋନୀଙ୍କ ନାଁରେ ରେକର୍ଡ ମଧ୍ୟ ରହିଛି ।  ସେ ସମୁଦାୟ ୯୮ଟି ଟି-୨୦ ଖେଳିଛନ୍ତି । ଯେଉଁଥିରେ ୧୬୧୭ରୁ ଅଧିକା ରନ୍‌ କରିଛନ୍ତି , କିନ୍ତୁ  ଅର୍ଦ୍ଧଶତକ କେବଳ ୨ଟି । ଟି-୨୦ ମ୍ୟାଚ୍‌ରେ ଅନେକ ଥର ଧିମା  ବ୍ୟାଟିଂ ପାଇଁ ଧୋନୀ ସମାଲୋଚନାର ଶିକାର ହୋଇଥିଲେ ।

୬- ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ସବୁଠୁ ଅଧିକା ବିଜୟ –

ଅଧିନାୟକ ଭାବେ ଧୋନୀଙ୍କ ନାଁ ଅନେକ ରେକର୍ଡ ରହିଛି । ଯିଏ ସବୁଠୁ ଅଧିକା  ଟି-୨୦ ଜିତିଛନ୍ତି । ଧୋନୀ  ୭୨ଟି ଟି-୨୦ରେ ଅଧିନାୟକ ରହିଛନ୍ତି ଏବଂ ୪୧ଟିର ମ୍ୟାଚ୍‌ ଜିତିଛନ୍ତି। ଭାରତ ୱାନଡେରେ ମଧ୍ୟ ସବୁଠୁ ଅଧିକା ମ୍ୟାଚ୍‌ ଧୋନୀଙ୍କ ଅଧିନାୟକତ୍ୱରେ ହିଁ ଜିତିଛି ।

୭- ୱିକେଟ୍‌କିପର ହେବା ପରେ ବୋଲିଂ କରିବାର ରେକର୍ଡ –

ଏହି ରେକର୍ଡ ଟିକିଏ ସ୍ୱତନ୍ତ୍ର । ୱିକେଟ୍‌କିପର ହେବା ସତ୍ତ୍ୱେ ମଧ୍ୟ ଧୋନୀ ଏବେ ସୁଦ୍ଧା ୯ଟି ମ୍ୟାଚ୍‌ରେ ବୋଲିଂ କରିଛନ୍ତି । ଏହା ପୂର୍ବରୁ ଭାରତ ତରଫରୁ ସୟଦ କିରମାନୀ ମଧ୍ୟ ୩ ଥର ବୋଲିଂ ରେ ହାତ ଦେଇଥିଲେ ।

ଏହା ବ୍ୟତୀତ ଅଧିନାୟକ ଭାବେ ସବୁ ଆଇସିସି ଟ୍ରଫି ଜିତିବା , ଭାରତକୁ ନମ୍ୱର -୧ ଟିମ୍‌ କରିବା , ଅନେକ ମ୍ୟାଚ୍‌ରେ ଟିମ୍‌କୁ ପରାଜୟ ମୁହଁରୁ ମୁକୁଳାଇ ଜିତାଇବା ଏମିତି ଅନେକ କାରନାମା ଧୋନୀଙ୍କ ନାମରେ ରହିଛି ।

ସମ୍ବନ୍ଧିତ ଖବର