ନୂଆଦିଲ୍ଲୀ,୧୫/୦୭:  ବର୍ମିଂହାମର ଏଜବାଷ୍ଟନ୍‌ ଷ୍ଟାଡିୟମ୍‌ରେ ଗତକାଲି ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯାଇଥିଲା । ଷ୍ଟାଣ୍ଡରେ ଏକ ମୁହଁ ଦେଖାଯାଇଥିଲା ଯାହା ପଡ଼ିଆରେ ଖେଳୁଥିବା ଖେଳାଳିଙ୍କ ଅପେକ୍ଷା ଅଧିକ ଚର୍ଚ୍ଚାରେ ରହିଥିଲା । ଭାରତର ପୂର୍ବତନ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହାଇଭୋଲ୍ଟଜ ମ୍ୟାଚ୍ ଉପଭୋଗ କରିବାକୁ ଏଜବାଷ୍ଟନରେ ପହଞ୍ଚିଥିଲେ । କ୍ୟାମେରା ଷ୍ଟାଣ୍ଡ ଆଡକୁ ବୁଲିବା ମାତ୍ରେ ଏବଂ ସ୍କ୍ରିନରେ ଧୋନିଙ୍କ ଫଟୋ ଦେଖାଯିବା ମାତ୍ରେ ପ୍ରଶଂସକମାନେ ଖୁସି ହୋଇଯାଇଥିଲେ । ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବା ସହ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଧୋନିଙ୍କୁ ପାଖରେ ପାଇ ଦର୍ଶକମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଧୋନି ଏକ ଅଜବ ମେସିନ୍ କାନରେ ଲଗାଇଥିଲେ । ମାହିଙ୍କ କାନରେ ଥିବା ଏକ ଛୋଟ ରହସ୍ୟମୟ ଡିଭାଇସ୍ ସମସ୍ତଙ୍କୁ ଚକିତ କରିଥିଲା ।

ଏହା ବି ପଢନ୍ତୁ...Axar Patel: ଅଲରାଉଣ୍ଡର ଅକ୍ଷରଙ୍କ ଆଗରେ ଆଣ୍ଠେଇଲା ଇଂଲଣ୍ଡ, ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ   

ଧୋନି କାନରେ କେଉଁ ମେସିନ୍ ଲଗାଇଥିଲେ ଲଗାଇଥିଲେ ? ଏମଏସ ଧୋନି ତାଙ୍କ କାନରେ ଯେଉଁ ଡିଭାଇସ୍ ବ୍ୟବହାର କରିଥିଲେ ତାହା ଏକ କ୍ଷୁଦ୍ର ଷ୍ଟାଡିୟମ ରେଡିଓ ରିସିଭର୍ । ଏହି ଛୋଟ ଡିଭାଇସ୍ ଷ୍ଟାଡିୟମ ଭିତରେ ଥିବା ପ୍ରଶଂସକମାନଙ୍କୁ ମ୍ୟାଚ୍ ଦେଖିବା ସମୟରେ ଲାଇଭ୍ ବଲ୍-ବାଇ-ବଲ୍ କମେଣ୍ଟ୍ରି ଶୁଣିବାକୁ ଅନୁମତି ଦିଏ । ଏହା ଇଂଲଣ୍ଡର କ୍ରିକେଟ୍ ପଡ଼ିଆରେ ଏକ ଦୀର୍ଘକାଳୀନ ଏବଂ ଲୋକପ୍ରିୟ ପାରମ୍ପରିକ ବୈଶିଷ୍ଟ୍ୟ, ଯେଉଁଠାରେ ପଡ଼ିଆରେ ରେଡିଓ କମେଣ୍ଟ୍ରି ଶୁଣିବାର ଏକ ଦୀର୍ଘ ପରମ୍ପରା ରହିଛି । ପ୍ରସାରକମାନେ ଏହି ଡିଭାଇସ୍ରେ ଲାଇଭ୍ ଅଡିଓ ପ୍ରସାରଣ କରନ୍ତି, ଯାହାକୁ ପ୍ରଶଂସକମାନେ ଏହି ଛୋଟ ରିସିଭର୍ ମାଧ୍ୟମରେ ସହଜରେ ଶୁଣିପାରିବେ ।

କୁନି ଫ୍ୟାନଙ୍କ ସହ ପପକନ୍ ଖାଇଲେ- ମ୍ୟାଚ୍ ସମୟରେ ଧୋନି ଜଣେ କୁନି ଫ୍ୟାନ୍ସଙ୍କ ସହ ସେଲିବ୍ରେସନ କରିଥିଲେ । ଜଣେ ଯୁବ ପ୍ରଶଂସକ ମ୍ୟାଚ୍ ଦେଖୁଥିଲେ ଏବଂ ପପକର୍ନ ଖାଉଥିଲେ । ପିଲାଟି ଧୋନିଙ୍କ ସହ ତାଙ୍କର ପପକର୍ନ ବାଣ୍ଟିଥିଲେ । ପିଲାଟିକୁ ଖୁସି କରିବା ପାଇଁ ଧୋନି ମଧ୍ୟ ପପକନ୍ ଖାଇଲେ। ଏହା ସମସ୍ତଙ୍କ ହୃଦୟ ଜିତିଲା ।

ଭାରତ ଏବଂ ଇଂଲଣ୍ଡ ପ୍ରଥମ ଦିନିକିଆ କିପରି ଥିଲା ? ଟି-ଟ୍ୱେଣ୍ଟି ସିରିଜ ପରାଜୟକୁ ଭୁଲି ଭାରତୀୟ ଦଳ ବିଜୟ ସହ ଦିନିକିଆ ସିରିଜ ଆରମ୍ଭ କରିଛି । ଆଜି ଏଜବାଷ୍ଟନରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଦଳ ୬ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୭.୫ ଓଭରରେ ୨୫୮ ରନ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଜବାବରେ ଭାରତ ୪୫.୨ ଓଭରରେ ୪ ୱିକେଟ୍‌ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଅଲରାଉଣ୍ଡ୍‌ ପ୍ରଦର୍ଶନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅକ୍ଷର ପଟେଲ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

୨୫୯ ରନର ଟାର୍ଗେଟ ପିଛା କରି ଭାରତ ଭଲ ଆରମ୍ଭ କରିନଥିଲା । ଟିମ୍ ଇଣ୍ଡିଆ ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲି ନିରାଶ କରିଥିଲେ । ରୋହିତ ୧୧ ଏବଂ ବିରାଟ ୫ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ୪୮ ରନରେ ୨ଟି ବଡ଼ ୱିକେଟ୍ ହରାଇଥିଲା । କ୍ୟାପ୍ଟେନ୍ ଗିଲ୍ ଏବଂ ଉପ-ଅଧିନାୟକ ଶ୍ରେୟସ ଆୟର ତୃତୀୟ ୱିକେଟରେ ଶତକୀୟ ଭାଗୀଦାରୀ କରି ଇଂନିସକୁ ସ୍ଥିର କରିଥିଲେ । ଗିଲ୍ ଆହତ ହୋଇ ରିଟାୟର୍ଡ ଆଉଟ୍ ହୋଇଥିଲା । ଏହା ପରେ ଆୟର ରନ୍ ଆଉଟ୍ ହୋଇଥିଲେ । କେଏଲ ରାହୁଲ ବି କିଛି କମାଲ କରି ପାରିନଥିଲେ । ଭାରତ ହଠାତ୍ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଏହା ପରେ ଆସିଥିଲେ ବାପୁ । ଅକ୍ଷର ପଟେଲ୍ ଏବଂ ୱାସିଂଟନ ସୁନ୍ଦର ଦମଦାର ଇନିଂସ ଖେଳି ଭାରତକୁ ବିଜୟୀ କରିଥିଲେ ।