ନୂଆଦିଲ୍ଲୀ,୧୫/୦୭: ସାମ୍ନାରେ ଇଂରେଜ ଥିବେ ଆଉ ବାପୁ ନଥିବେ ଏହା ଅସମ୍ଭବ । ସ୍ୱାଧୀନତା ହେଉ ବା କ୍ରିକେଟ୍ ଭାରତ ପାଇଁ ବାପୁ ନିଶ୍ଚିତ ଥିବେ । ଗତକାଲି (ମଙ୍ଗଳବାର ) ଇଂଲଣ୍ଡ ବନାମ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବାପୁ ବା ଅଲରାଉଣ୍ଡର ଅକ୍ଷର ପଟେଲ୍ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି ଅଲରାଉଣ୍ଡର ଅକ୍ଷର ପଟେଲ୍ । ପ୍ଲେୟାର ଅଫ୍ ଦି ମ୍ୟାଚ୍ ବି ବିବେଚିତ ହୋଇଛନ୍ତି ବାପୁ । ଏହା ସହିତ ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମରାଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଏଜବାଷ୍ଟନରେ ଖେଳାଯାଇଥିବା ମ୍ୟାଚରେ ଅକ୍ଷର ପଟେଲ୍ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ୫୭ ରନର ଚମତ୍କାର ଇନିଂସ ଖେଳିଥିଲେ । ଏହି ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇ ଇତିହାସ ରଚିଛନ୍ତି ଅକ୍ଷର । ଇଂଲଣ୍ଡ ବିପକ୍ଷରେ ସବୁ ଫର୍ମାଟରେ (ଦିନିକିଆ, ଟେଷ୍ଟ ଏବଂ ଟି-ଟ୍ୱେଣ୍ଟି) ରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିବା ପ୍ରଥମ ଭାରତୀୟ ଅଲରାଉଣ୍ଡର ହୋଇଛନ୍ତି ଅକ୍ଷର । ତାଙ୍କ ପୂର୍ବରୁ ଏହି ତାଲିକାରେ ଆଉ ୩ ଜଣ ଖେଳାଳି ସାମିଲ ଅଛନ୍ତି । କିନ୍ତୁ ସେମାନେ କେବଳ ଗୋଟିଏ ଫର୍ମାଟରେ ହିରୋ । ବାପୁ ୩ଟି ଫର୍ମାଟରେ ହିରୋ ।
ଅକ୍ଷର ପଟେଲଙ୍କ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଚାଇନାମ୍ୟାନ୍ ବୋଲର କୁଳଦୀପ ଯାଦବ ଇଂଲଣ୍ଡ ବିପକ୍ଷରେ ୩ଟି ଫର୍ମାଟରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି । ଅକ୍ଷର ପଟେଲ୍ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ।
ଅକ୍ଷର-ଇଂଲଣ୍ଡ କନେକ୍ସନ...
୧.ଅକ୍ଷର ପଟେଲ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଏପର୍ଯ୍ୟନ୍ତ ପାଞ୍ଚ ଥର ୫ ୱିକେଟ୍ ନେଇଛନ୍ତି । ଏଥିମଧ୍ୟରୁ ସେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୫ ୱିକେଟ୍ ନେଇଛନ୍ତି ।
୨. ଟେଷ୍ଟ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ବୋଲିଂ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଆସିଥିଲା, ଯେତେବେଳେ ସେ ୩୮ ରନ ଦେଇ ୬ ୱିକେଟ୍ ନେଇଥିଲେ ।
୩. ଏକଦିବସୀୟ ମ୍ୟାଚ୍ରେ ମଧ୍ୟ ତାଙ୍କର ସର୍ବୋତ୍ତମ ବୋଲିଂ ଇଂଲଣ୍ଡ ବିପକ୍ଷରେ ରହିଛି, ଯାହା ୧୪ ଜୁଲାଇ ୨୦୨୬ରେ ଏଜବାଷ୍ଟନରେ ଖେଳାଯାଇଥିବା ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ।୪. ଅକ୍ଷର ପଟେଲ ଇଂଲଣ୍ଡ ବିପକ୍ଷରେ କ୍ରିକେଟର ୩ଟି ଫର୍ମାଟରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି । ରୋହିତ ଶର୍ମା, ଯସପ୍ରୀତ ବୁମରାହ ଏବଂ କୁଲଦୀପ ଯାଦବଙ୍କ ପରେ ସେ ଏହି ସଫଳତା ହାସଲ କରିବାରେ ଚତୁର୍ଥ ଭାରତୀୟ ।
୫. ଆଇସିସି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅକ୍ଷର ପଟେଲଙ୍କୁ ମିଳିଥିବା ଏକମାତ୍ର ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ମିଳିଛି ।
ଭାରତ ଏବଂ ଇଂଲଣ୍ଡ ପ୍ରଥମ ଦିନିକିଆ କିପରି ଥିଲା ? ଟି-ଟ୍ୱେଣ୍ଟି ସିରିଜ ପରାଜୟକୁ ଭୁଲି ଭାରତୀୟ ଦଳ ବିଜୟ ସହ ଦିନିକିଆ ସିରିଜ ଆରମ୍ଭ କରିଛି । ଆଜି ଏଜବାଷ୍ଟନରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଦଳ ୬ ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୭.୫ ଓଭରରେ ୨୫୮ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଭାରତ ୪୫.୨ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଅଲରାଉଣ୍ଡ୍ ପ୍ରଦର୍ଶନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅକ୍ଷର ପଟେଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଏହା ବି ପଢନ୍ତୁ...India vs England 1st ODI: ବର୍ମିଂହାମରେ ଭାଙ୍ଗିଲା ବ୍ରିଟିଶ୍ ଗର୍ବ; ଗିଲ୍, ଅକ୍ଷର, ସୁନ୍ଦରଙ୍କ କମାଲ, ଭାରତର ସହଜ ବିଜୟ
୨୫୯ ରନର ଟାର୍ଗେଟ ପିଛା କରି ଭାରତ ଭଲ ଆରମ୍ଭ କରିନଥିଲା । ଟିମ୍ ଇଣ୍ଡିଆ ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲି ନିରାଶ କରିଥିଲେ । ରୋହିତ ୧୧ ଏବଂ ବିରାଟ ୫ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ୪୮ ରନରେ ୨ଟି ବଡ଼ ୱିକେଟ୍ ହରାଇଥିଲା । କ୍ୟାପ୍ଟେନ୍ ଗିଲ୍ ଏବଂ ଉପ-ଅଧିନାୟକ ଶ୍ରେୟସ ଆୟର ତୃତୀୟ ୱିକେଟରେ ଶତକୀୟ ଭାଗୀଦାରୀ କରି ଇଂନିସକୁ ସ୍ଥିର କରିଥିଲେ । ଗିଲ୍ ଆହତ ହୋଇ ରିଟାୟର୍ଡ ଆଉଟ୍ ହୋଇଥିଲା । ଏହା ପରେ ଆୟର ରନ୍ ଆଉଟ୍ ହୋଇଥିଲେ । କେଏଲ ରାହୁଲ ବି କିଛି କମାଲ କରି ପାରିନଥିଲେ । ଭାରତ ହଠାତ୍ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଏହା ପରେ ଆସିଥିଲେ ବାପୁ । ଅକ୍ଷର ପଟେଲ୍ ଏବଂ ୱାସିଂଟନ ସୁନ୍ଦର ଦମଦାର ଇନିଂସ ଖେଳି ଭାରତକୁ ବିଜୟୀ କରିଥିଲେ ।