PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଧୋନୀଙ୍କ ଅବସର ଉପରେ ଅନିଶ୍ଚିତତା! ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଯିବେ କି ନାହିଁ ଜାଣନ୍ତୁ

ପୂର୍ବତନ ଅଧିନାୟକ ଏମଏସ ଧୋନୀ ଭାରତ ପାଇଁ ସୀମିତ ଓଭର କ୍ରିକେଟ୍ ଖେଳିବେ କି ଅବସର ନେବେ ? ସେମି ଫାଇନାଲରେ ପରାଜୟ ପରେ ବିଶ୍ଵକପରେ ଭାରତର ଅଭିଯାନ ଶେଷ ପରଠୁ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ମୁହଁରେ ଏହି ପ୍ରଶ୍ନ ସର୍ବଦା ଉଙ୍କି ମାରୁଛି। ଏହାର ଉତ୍ତର କଣ କାହାରିକୁ ମଧ୍ୟ ଜଣା ନାହିଁ କାରଣ ଏହି ପ୍ରଶ୍ନର ଉତ୍ତର କେବଳ ଧୋନୀ ହିଁ ଦେଇ ପାରିବେ।

ଏବେ ବିଶ୍ଵକପ-୨୦୧୯ରେ ଭାରତର ଅଭିଯାନ ଶେଷ ପରେ ଖେଳାଳି ଏବେ ସ୍ଵଦେଶ ଫେରୁଛନ୍ତି। ତେଣୁ କ୍ରିକେଟ୍ ପ୍ରଶାସକ ତାଙ୍କୁ ଏହି ବିଷୟରେ ପଚାରି ପାରନ୍ତି ଯେ, ତୁମେ ଖେଳିବାକୁ ଚାହଁ ନା ଅବସର ନେବାକୁ ଚାହଁ।

ଟୂର୍ଣ୍ଣାମେଣ୍ଟରେ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ହାତରୁ ସ୍ତବ୍ଧ କରି ଦେବା ଭଳି ପରାଜୟ ମିଳିବା ପରେ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଯିବେ। ଚୟନ କମିଟିର ବୈଠକ ଜୁଲାଇ ୧୭ କିମ୍ବା ୧୮ରେ ମୁମ୍ବାଇ ହେବ। ଏହି ବୈଠକରେ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ନେଇ ଖେଳାଳି ଚୟନ ହେବ। ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ। ସମସ୍ତେ ଜାଣନ୍ତି ଯେ ଧୋନୀ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ।

ବିରାଟ ସହିତ ଅନେକ ଖେଳାଳିଙ୍କୁ ବିଶ୍ରାମ

ବିଶ୍ଵକପ ବିଜେତା ଅଧିନାୟକଙ୍କ ଭବିଷ୍ୟତ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ସହିତ ନା ଦିନେଶ କାର୍ତ୍ତିକ ଓ ନା ଋଷଭ ପନ୍ତଙ୍କ ଉପରେ ନିଷ୍ପତ୍ତି ନିଆଯାଇ ନାହିଁ। ଧୋନୀଙ୍କ ବ୍ୟତୀତ ଏହି ଦୁଇ ଓ୍ଵିକେଟ୍ କିପର ମଧ୍ୟ ବିଶ୍ଵକପର ଅଂଶ ଥିଲେ। ଅନ୍ୟ ପଟେ, ଅଧିନାୟକ ବିରାଟ କୋହଲିଙ୍କ ସହିତ ଅନେକ ପ୍ରମୁଖ ଖେଳାଳିଙ୍କୁ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ବିଶ୍ରାମ ଦିଆଯାଇପାରେ। ଅନ୍ୟ ପଟେ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ଵ କରିବେ।

ସୂତ୍ର ମୁତାବକ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ମହମ୍ମଦ ସାମିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ। କାରଣ ଏହି ସବୁ ଖେଳାଳି କ୍ରମାଗତ କ୍ରିକେଟ୍ ଖେଳୁଛନ୍ତି। ମାତ୍ର ଏହା ଜଣା ନାହିଁ ଯେ, ଧୋନୀ କ୍ରିକେଟରୁ ଅବସର ନେବେ ନା ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ପର୍ଯ୍ୟନ୍ତ ଖେଳିବେ।