ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

IPL 2025: ସିଏସ୍‌କେର ବଡ଼ ନିଷ୍ପତ୍ତି, ପୁଣି ଦଳର ନେତୃତ୍ବ ନେଇପାରନ୍ତି ଏମଏସ୍‌ ଧୋନୀ

Published By : Tapas Panda | April 4, 2025 9:11 PM

Image Courtesy: moneycontrol

ମୁମ୍ବାଇ: ପାଞ୍ଚ ଥର ଆଇପିଏଲ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍‌  ଚଳିତ ସିଜିନରେ ଖାସ ପ୍ରଦର୍ଶନ କରିପାରି ନାହିଁ । ଋତୁରାଜ ଗାୟକ୍ବାଡଙ୍କ ଅଧିନାୟକତ୍ୱରେ, ଚେନ୍ନାଇ ପ୍ରଥମ ୩ଟି ମ୍ୟାଚ୍ ରୁ ୨ଟିରେ ପରାସ୍ତ ହୋଇଛି। ପ୍ରଥମ ମ୍ୟାଚ୍ ଜିତିବା ପରେ, ଦଳକୁ ଲଗାତାର ଦୁଇଟି ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏଭଳି ସ୍ଥିତିରେ, ଦଳକୁ ପୁଣି ଥରେ ଦମଦାର ପ୍ରତ୍ୟାବର୍ତ୍ତନ କରିବା ଜରୁରି । ସେପଟେ ଟିମ୍‌କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିପାରନ୍ତି । ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ଦଳର ନେତୃତ୍ୱ ପରିବର୍ତ୍ତନ ହୋଇପାରେ।

 ଆଗାମୀ ମ୍ୟାଚ୍ ପାଇଁ ଏମଏସ ଧୋନୀ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ହୋଇପାରନ୍ତି । ଦଳୀୟ ପରାଜୟ ପାଇଁ ଋତୁରାଜଙ୍କୁ ପରିବର୍ତ୍ତନ କରାଯାଉ ନାହିଁ ବରଂ ସେ ଆହତ ହୋଇଥିବାରୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି  । ଗତବର୍ଷ ଚେନ୍ନାଇର ଅଧିନାୟକ ପଦ ଛାଡିଥିବା ଏମଏସ ଧୋନୀଙ୍କୁ ୧୭ଟି ମ୍ୟାଚ୍ ପରେ ପୁଣିଥରେ ଦଳର ନେତୃତ୍ବ ନେବାକୁ ପଡ଼ିପାରେ। ଶନିବାର (ଏପ୍ରଲ ୫) ଦିଲ୍ଲୀ କ୍ୟାପିଟାଲ୍ସ ସହ ମୁକାବିଲା କରିବ ଚେନ୍ନାଇ ସୁପର କିଙ୍ଗସ୍‌ ।

Courtesy: Mint

ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ ଚେପକରେ ଖେଳାଯିବ। ଶନିବାର ମ୍ୟାଚ୍‌ ହେବାକୁ ତିବା ବେଳେ ସିଏସକେର ଅଧିନାୟକ ଗାୟକ୍ବାଡ ଆହତରୁ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଏହି ମ୍ୟାଚ୍‌ରେ ଗାୟକ୍ବାଡ୍‌ ଖେଳିବା ସମ୍ଭବପର ହୋଇ ନପାରେ । ଚେନ୍ନାଇର ବ୍ୟାଟିଂ ପ୍ରଶିକ୍ଷକ ମାଇକେଲ ହସି ମ୍ୟାଚ୍ ର ଗୋଟିଏ ଦିନ ପୂର୍ବରୁ ଏ ସମ୍ପର୍କରେ ସଙ୍କେତ ଦେଇଛନ୍ତି।

ସେପଟେ ଗାୟକ୍ବାଡ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପରବରର୍ତ୍ତୀ ମ୍ୟାଚ୍‌ରେ ଖେଳିବି କି ନାହିଁ ତାହା ଶାରୀରିକ ସୁସ୍ଥତା ଉପରେ ନିର୍ଭର କରେ । ତେବେ ଧୋନୀଙ୍କ ନାମ ସିଧାସଳଖ ନନେଇ ମାଇକେଲ୍‌ ହସି ମଜାଳିଆ ଢ଼ଙ୍ଗରେ କହିଛନ୍ତି, ଗାୟକ୍ବାଡଙ୍କ ଅନୁପସ୍ଥିତିରେ ଜଣେ ଯୁବ ୱିକେଟ କିପର ଦଳର ନେତୃତ୍ୱ ନେଇପାରନ୍ତି । 

ଚେନ୍ନାଇକୁ ପାଞ୍ଚଟି IPL ଟାଇଟଲ ଜିତାଇଥିବା ଏମଏସ ଧୋନୀ  ପ୍ରାୟ ୨ ବର୍ଷ ପୂର୍ବେ ଦଳର ଅଧିନାୟକ ଥିଲେ। ଲିଗର ସବୁଠାରୁ ସଫଳ ଅଧିନାୟକ ଧୋନୀ ଶେଷ ଥର ପାଇଁ ଆଇପିଏଲ୍‌ ୨୦୨୩ ଫାଇନାଲରେ ଦଳର ନେତୃତ୍ବ  ନେଇଥିଲେ । ଟାଇଟଲ ଜିତିବା ପରେ , ସେ ପରବର୍ତ୍ତୀ ସିଜିନରେ ଏହି ଦାୟିତ୍ୱ ଛାଡି ଦଳର କମାଣ୍ଡ ଋତୁରାଜ ଗାୟକ୍ବାଡଙ୍କୁ ହସ୍ତାନ୍ତର କରିଥିଲେ। ଦଳ ଗତ ସିଜିନରେ ପ୍ଲେଅଫରେ ପହଞ୍ଚିପାରିନଥିଲା । ଚଳିତ ସିଜିନରେ ଚେନ୍ନାଇ ୩ଟି ମ୍ୟାଚ୍ରୁ ୨ଟିରେ ପରାସ୍ତ ହୋଇଛି । ତେବେ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ତୁଷାର ଦେଶପାଣ୍ଡେଙ୍କ ଏକ ବଲ୍ ଗାୟକ୍ବାଡଙ୍କ କହୁଣୀରେ ବାଜିବା ଫଳରେ ଋତୁରାଜ ଆହତ ହୋଇଛନ୍ତି । ଶନିବାର ସେ ସଂପୂର୍ଣ୍ଣ ସୁସ୍ଥ ହୋଇନଥିଲେ ଦଳର ନେତୃତ୍ବ ନେଇପାରନ୍ତି ଏମଏସ୍‌ ଧୋନୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.