PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ରବିବାର ଦିନ ୨ଟା, ଫେସବୁକରେ ଲାଇଭ୍‌ ଆସି ବଡ ଘୋଷଣା କରିବେ ଧୋନୀ: ସସ୍‌ପେନ୍ସରେ ମାହିଙ୍କ ପ୍ରଶଂସକ

ନୂଆଦିଲ୍ଲୀ ୨୪/ ୦୯: ରବିବାର ଅପରାହ୍ନ ୨ଟା । ସାମାଜିକ ଗଣମାଧ୍ୟମରେ ଲାଇଭ୍‌ ଆସିବେ ମହେନ୍ଦ୍ର ସିଂହ ଧୋନୀ । ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ମାହି ହଠାତ୍‌ କାହିଁକି ଏଭଳି ଘୋଷଣା କରିଛନ୍ତି ତାହା ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ସେପ୍ଟେମ୍ବର ୨୫ ତାରିଖ ରବିବାର ଅପରାହ୍ନ ୨ଟାରେ ଫେସବୁକ ପେଜ୍‌ରେ ଲାଇଭ୍‌ ଆସିବା ନେଇ ଘୋଷଣା କରିଛନ୍ତି ମାହି । ଯାହାକୁ ନେଇ ମାହିଙ୍କ ପ୍ରଶଂସକ ତଥା କ୍ରିକେଟ ପ୍ରେମୀ ଏବେ ସସ୍‌ପେନ୍ସରେ ।

ଏମ୍‌ ଏସ୍‌ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ୨ ବର୍ଷରୁ ମଧ୍ୟ ଅଧିକ ସମୟ ହୋଇଗଲାଣି । କିନ୍ତୁ ଏବେବି ଆଇପିଏଲ ଖେଳିବା ଜାରି ରଖିଛନ୍ତି ମାହି । ଶୁଣିବାକୁ ମିଳୁଛି ୨୦୨୩ ଆଇପିଏଲ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ । କିନ୍ତୁ ଏବେ ଧୋନୀ ଲାଇଭ୍‌ ଆସିବା ନେଇ ଘୋଷଣା କରିବା ପରେ କ୍ରିକେଟ୍‌ ପ୍ରେମୀଙ୍କ ହୃଦସ୍ପନ୍ଦନ ବଢିଯାଇଛି । ଶନିବାର ଧୋନୀ ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି, ‘ଆସନ୍ତା ସେପ୍ଟେମ୍ବର ୨୫ ତାରିଖ ଦିନ ୨ଟା ବେଳେ ଲାଇଭ୍‌ ଆସିବି ଏବଂ କିଛି ବଡ ସମ୍ବାଦ ଆପଣମାନଙ୍କ ସହ ସେୟାର କରିବି’।

ଧୋନୀଙ୍କ ଏଭଳି ଘୋଷଣା ପରେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଗୁଡାଏ ପ୍ରଶ୍ନ ଘାରିଛି । ଏପରିକି ଧୋନୀ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ମାହି ପୂର୍ବରୁ ହିଁ ଇସାରା ଦେଇସାରିଛନ୍ତି ଯେ ୨୦୨୩ ଆଇପିଏଲ ମଧ୍ୟ ସେ ଖେଳିବେ ।

୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମହେନ୍ଦ୍ର ସିଂହ ଧୋନୀ । ୨୦୧୯ ବିଶ୍ବକପ ଥିଲା ମାହିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ । ୪୧ ବର୍ଷୀୟ ଧୋନୀ ଦଳ ପାଇଁ ମୋଟ ୩୫୦ଟି ଦିନିକିଆ, ୯୮ଟି ଟ୍ବେଣ୍ଟି ଟ୍ବେଣ୍ଟି ଏବଂ ୯୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ମୋଟ ୧୭,୨୬୬ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୦୮ଟି ଅର୍ଦ୍ଧଶତକ ଏବଂ ୧୬ଟି ଶତକ ରହିଛି । କେବଳ ସେତିକି ନୁହେଁ ଧୋନୀଙ୍କ ନେତୃତ୍ବରେ ଭାରତ ୩ଟି ଆଇସିସି ଟାଇଟଲ୍‌ ମଧ୍ୟ ଜିତିଛି ।

Image

ସମ୍ବନ୍ଧିତ ଖବର