PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଧୋନି ଏବେବି ବିଶ୍ୱର ଶ୍ରେଷ୍ଠ ମ୍ୟାଚ୍‌ ବିଜେତା: ଚାପେଲ

ମେଲ୍‌ବୋର୍ଣ୍ଣ, ୨୦ା୧(ଏଜେନ୍ସି): ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତ ୨-୧ରେ ବିଜୟ ହାସଲ କରିଥିଲା । ମହେନ୍ଦ୍ର ସିଂହ ଧୋନି ସମସ୍ତ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍‌ ଅଫ ଦ ସିରିଜ ବିବେଚିତ କରାଯାଇଥିଲା । ଏକଦା ଧୋନିଙ୍କୁ ସମାଲୋଚନା କରୁଥିବା କ୍ରିକେଟ୍‌ ପଣ୍ଡିତ ମାନେ ସିରିଜ୍‌ ବିଜୟ ପରେ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଖେଳାଳି ଇଆନ୍‌ ଚାପେଲଙ୍କ ମତରେ ଧୋନିଙ୍କ ଭଳି ମ୍ୟାଚ୍‌ ବିଜେତା ସୃଷ୍ଟି ହୋଇ ନାହାନ୍ତି । ୩୭ବର୍ଷ ବୟସରେ ପହଞ୍ଚି ସାରିଥିଲେ ହେଁ ସେ ଏବେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ମ୍ୟାଚ୍‌ ବିଚେତା ବୋଲି ଚାପେଲ ପ୍ରକାଶ କରିଛନ୍ତି । ଚାପେଲ କହିଛନ୍ତି ଯେ, ମ୍ୟାଚ୍‌ ଜିତାଇବାର ଦକ୍ଷତା ସମୟକ୍ରମେ ଲୋପ ପାଇଯାଇଥିବା ମୁଁ ଅନେକ ସମୟରେ ଅନୁଭବ କରୁଥିଲି । ହେଲେ ଧୋନି ମୋତେ ଭୁଲ ପ୍ରମାଣିତ କରିଦେଇଛନ୍ତି । ତାଙ୍କ ବିଶାଳ ସଟ୍‌ ମାରିବାର ଦକ୍ଷତା ପୂର୍ବଭଳି କାଏମ ରହିଛି । ମାଇକେଲ ବେଭାନ ପୂର୍ବରୁ ଚୌକା ମାରି ଜିତାଇବା ଦେଖିଥିଲି । ହେଲେ ଧୋନି କେବଳ ଛକା ମାରି ମ୍ୟାଚ୍‌ ଜିତାଇ ଆସୁଛନ୍ତି । ମୋ ମତରେ ବେଭାନଙ୍କ ତୁଳନାରେ ଧୋନି ଅଧିକ ଦକ୍ଷ ।

ସମ୍ବନ୍ଧିତ ଖବର