ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି , ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଗସ୍ତରେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

କାଦୁଅ ରାସ୍ତା : ଗାଁରୁ ରୋଗୀ ହୋଇ ଖଟିଆରେ ଯାଇଥିଲେ, ଶବ ହୋଇ ଖଟିଆରେ ଫେରିଲେ

Published By : Suraj Kumar | August 5, 2025 6:21 PM

ମୈଦଲପୁର,୫।୮:-ଗାଁରୁ ଦେଢ଼ କିଲୋମିଟର ଯାଏଁ କାଦୁଅ ରାସ୍ତା l ସେଥିପାଇଁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ l ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ଭାର କରି ଆମ୍ବୁଲାନ୍ସ ଯାଏଁ ନିଆଯାଇଥିଲା l ଆଶା କରିଥିଲେ ଖଟିଆରେ ରୋଗୀ ହୋଇ ଯାଉଛି ସୁସ୍ଥ ହୋଇ ଘରକୁ ଫେରିବି l କିନ୍ତୁ ଵିଧିର ବିଧାନ ଥିଲା ଅଲଗା l କୋରାପୁଟ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥା ସୋମବାର ରାତିରେ  ମୃତ୍ୟୁ ଘଟିଥିଲା। ଗାଁକୁ ଅଣାଗଲା ମୃତଦେହ। ଗାଁ ଠାରୁ ଦେଢ଼ କିଲୋମିଟର ଦୂର ରେ ରହିଲା ମହାପ୍ରଣା୍ୟାନ l ପୁଣି ଶବ କୁ ଖଟିଆ ରେ ବୁହା ହୋଇ ପହଂଚିଲା ଗାଁ ଶ୍ମଶାନରେ l ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ର ଜବାଗୁଡା ଗାଁରେ l 

ଜବାଗୁଡା ଗାଁ ରେ ରହୁଥିବା ହର ସିଂ ଜାନି ଙ୍କ ସ୍ତ୍ରୀ ଲଳିତା ଜାନି ଦୀର୍ଘ ୫ଦିନ ହେଲା ଦେହ ଅସୁସ୍ଥ ରହିବା ସହ ଜ୍ୱର ହେଉଥିଲା l ରବିବାର ରାତିରେ ହଠାତ ଗୁରୁତର ହୋଇ ପଡିଲେ l ପରିବାର ଲୋକ ଆମ୍ବୁଲାନ୍ସ  ଡାକିଥିଲେ।  କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ନ ପହଞ୍ଚି ଦେଢ଼ କିଲୋମିଟର ଦୂରରେ ରହିଗଲା l ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ହାତରେ ଟର୍ଚ୍ଚ, ମୋବାଇଲ ଲାଇଟ ଲଗାଇ ଖଟିଆରେ ଭାର କରି ତାଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.