PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୧୧ ବର୍ଷ ହେଲାଣି ବଢିନି ମୁକେଶ ଅମ୍ବାନୀଙ୍କ ଦରମା

ମୁମ୍ବାଇ ୨୩/୭: ଆପଣ କେଉଁଠି ଚାକିରୀ କରିଛନ୍ତି କି ? ଯଦି ହଁ, ତେବେ ଭାବନ୍ତୁ ଆପଣ ଯେଉଁଠି ଜବ୍ କରୁଛନ୍ତି ସେଠି ଆପଣଙ୍କ ଦରମା ବଢୁନି । ୨ କିମ୍ବା ୩ ବର୍ଷ ହେବ ଚାକିରୀ କଲେଣି । କିନ୍ତୁ ଦରମା ବଢୁନି । ତେବେ ଆପଣ କଣ କରିବେ । ନିଶ୍ଚୟ କମ୍ପାନୀ ଉପରେ ରାଗ ଲାଗିବ ଏବଂ ଆପଣ ଅନ୍ୟ କେଉଁଠି ନୂଆ ଚାକିରୀ ଖୋଜିବାରେ ଲାଗିପଡିବେ । ତେବେ ଆପଣ ଜାଣିଛନ୍ତି କି, ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ଦରମା ମଧ୍ୟ ବଢୁନି । ବର୍ଷେ କିମ୍ବା ୨ ବର୍ଷ ନୁହେଁ । ଦୀର୍ଘ ୧୧ ବର୍ଷ ହେଲାଣି ସମାନ ଦରମାରେ ରହିଆସିଛନ୍ତି ଏହି ଧନୀ ବ୍ଯକ୍ତି । ଦେଶର ସବୁଠାରୁ ଧନୀ ବ୍ଯକ୍ତି କଥା ଶୁଣି ଆପଣ ନିଶ୍ଚୟ ଜାଣିସାରିବେଣି ଯେ ଆମେ ମୁକେଶ ଅମ୍ବାନୀଙ୍କ କଥା କହୁଛୁ । ତେବେ ଏହା ମଧ୍ଯ ଜାଣି ରଖନ୍ତୁ ଯେ ଦୀର୍ଘ ୧୧ ବର୍ଷ ହେଲାଣି ବର୍ଷ ହେଲାଣି ଆରଆଇଏଲରୁ ୧୫ କୋଟି ଦରମା ପାଉଛନ୍ତି ମୁକେଶ ଅମ୍ବାନୀ । ଏଥିରେ ଟଙ୍କାଟିଏ ମଧ୍ଯ ବୃଦ୍ଧି ପାଇନି ।

ଦୀର୍ଘ ୧୧ ବର୍ଷ ହେଲାଣି ମୁକେଶ ଅମ୍ବାନୀ ଆରଆଇଏଲ୍(Reliance Industries Limited)ରୁ ମାତ୍ର ୧୫ କୋଟି ଟଙ୍କା ବାର୍ଷିକ ବେତନ ଭାବେ ନେଉଛନ୍ତି । ଆରଆଇଏଲରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଥାଏ । ମାତ୍ର ମୁକେଶ ଅମ୍ବାନୀ ସେତିକି ଦରମାରେ ସନ୍ତୁଷ୍ଟ ଅଛନ୍ତି । ତେବେ କହିରଖୁଛୁ ମୁକେଶ ଏହି ଆରଆଇଏଲର ସିଇଓ । କମ୍ପାନୀର ଦରମା ସହିତ ଅନ୍ଯ ବୋନସ୍, କମିଶନ୍ ମିଶି ପ୍ରତିବର୍ଷ ତାଙ୍କୁ ଅତିରିକ୍ତ ୨୪ କୋଟି ମିଳିଥାଏ ଯାହା ସେ ନିଅନ୍ତି ନାହିଁ । ଅର୍ଥାତ୍ ୧୧ ବର୍ଷ ହେଲାଣି ସେ ପ୍ରତିବର୍ଷ ୨୪ କୋଟି କମ୍ପାନୀରୁ ନେଉନାହାଁନ୍ତି ।  ଏବେ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ ଯେ ଏତିକି ଦରମା ମଧ୍ୟ କିଛି କମ୍ ନୁହେଁ ଏବଂ ଆଉ ଦରମା ବୃଦ୍ଧି ନପାଇଲେ ମଧ୍ଯ ଚଳିବ । ଅବଶ୍ଯ ଏହି କଥା ମଧ୍ୟ ଟିକ୍ । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନୀ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ୧୩ ନମ୍ବରରେ ଅଛନ୍ତି । ତେଣୁ ଆପଣ ଚିନ୍ତା କରନ୍ତୁ ନାହିଁ, ଦରମା ନବଢିଲେ ମଧ୍ୟ ସେ କିମ୍ବା ତାଙ୍କ ଫ୍ଯାମିଲି ଭୋକିଲା ରହିବେନି ମ ।