PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ବିଶ୍ୱ ଧନୀ ତାଲିକା : ୬ ନମ୍ବରକୁ ଖସିଗଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ,୧୯।୮: ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ମୁକେଶ ଅମ୍ବାନି ୬ ନମ୍ବରକୁ ଖସି ଆସିଛନ୍ତି । କିଛି ଦିନ ତଳେ ସେ ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଥିଲେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ(ଆର୍‌ଆଇଏଲ୍‌)ର ସେୟାର ମୂଲ୍ୟ ଖସିବା ଫଳରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶଙ୍କ ସମ୍ପତ୍ତିରେ ହ୍ରାସ ଘଟିଛି । ଏବେ ତେସ୍‌ଲାର ଏଲନ୍‌ ମସ୍କ ବିଶ୍ୱର ଚତୁର୍ଥ ଶ୍ରେଷ୍ଠ ଧନୀ ପାଲଟିଛନ୍ତି ।

ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀ ଅନୁସାରେ, ୭୮୮୦ କୋଟି ଡଲାର ନେଟ୍‌ ସମ୍ପତ୍ତି ସହ ମୁକେଶ ଅମ୍ବାନି ବିଶ୍ୱର ଷଷ୍ଠ ଧନୀ ବ୍ୟକ୍ତି । ଏହି ସୂଚୀ ଅନୁସାରେ ୧୮୮୦୦ କୋଟି ଡଲାର ନେଟ୍‌ ସମ୍ପତ୍ତି ସହ ଆମାଜନ୍‌ ସହ-ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଏ ବର୍ଷ ବେଜୋସ୍‌ଙ୍କ ସମ୍ପତ୍ତିରେ ବର୍ତ୍ତମାନ ସୁଦ୍ଧା ୭୩୦୦ କୋଟି ଡଲାର ବୃଦ୍ଧି ଘଟିଛି । ଏହି ସୂଚୀରେ ୧୨୧୦୦ କୋଟି ଡଲାର ନେଟ୍‌ ସମ୍ପତ୍ତି ସହ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଦ୍ୱିତୀୟ ସ୍ଥାନରେ ଏବଂ ୯୯୦୦ କୋଟି ଡଲାର ନେଟ୍‌ ସମ୍ପତ୍ତି ସହ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକ୍କରବର୍ଗ ତୃତୀୟ ସ୍ଥାନରେ ଅଛନ୍ତି ।

ଗତ ୪ଟି କାରବାର ଦିବସରେ ରିଲାଏନ୍ସର ସେୟାର ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଘଟିଛି । ଫଳରେ ମୁକେଶଙ୍କ ସମ୍ପତ୍ତି ସଙ୍କୁଚିତ ହୋଇଛି । ତେସ୍‌ଲା ଏବଂ ସ୍ପେସ୍‌ଏକ୍ସ ସିଇଓ ଏଲନ୍‌ ମସ୍କ ୮୪୮୦ କୋଟି ଡଲାର ନେଟ୍‌ ସମ୍ପତ୍ତି ସହ ଚତୁର୍ଥ ସ୍ଥାନକୁ ଚାଲ ଆସିଛନ୍ତି । ଦିନକରେ ତାଙ୍କ ସମ୍ପତ୍ତିରେ ପାଖାପାଖି ୮୦୦ କୋଟି ଡଲାର ବୃଦ୍ଧି ଘଟିଛି । ସୋମବାର ୱାଲ୍‌ ଷ୍ଟ୍ରିଟ୍‌ରେ ତେସ୍‌ଲା ସେୟାର ମୂଲ୍ୟରେ ୧୧% ବୃଦ୍ଧି ଘଟିଥିଲା । ତାଲିକାରେ ପଞ୍ଚମ ସ୍ଥାନରେ ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଟ ରହିଛନ୍ତି । ତାଙ୍କ ସମ୍ପତ୍ତି ପରିମାଣ ୮୪୬୦ କୋଟି ଡଲାର ରହିଛି ।