ନୂଆଦିଲ୍ଲୀ,୧୫/୦୭: ମୁମ୍ବାଇ- ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପକୁ ଆଉ ଏକ ସଫଳତା । ଏହି ପ୍ରକଳ୍ପ ଲାଗି ସମୁଦ୍ର ତଳ ଟନେଲ କାମର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହୋଇଛି । ଘାନସୋଲିଠାରୁ ସିଲ୍ପଠା ଯାଏ ଅଣ୍ଡର ସି ଟନେଲ କାମ ସମ୍ପୂର୍ଣ୍ଣ ହୋଇଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି । କେବିସି ଏହି ରୁଟ୍ରେ ଜାପାନର ସିଙ୍କାନସେନ ବୁଲେଟ ଟ୍ରେନ ଚଳାଚଳ କରାଯିବ । ଏ ନେଇ ଜାପାନ ସରକାର ସମ୍ମତି ପ୍ରଦାନ କରିଛନ୍ତି । କେବିସି ଏବଂ ଥାନେ ମଧ୍ୟରେ ୨୧ କିମି ସମୁଦ୍ର ତଳ ଟନେଲ କାମ ସମ୍ପୂର୍ଣ୍ଣ କରାଯାଇଛି । ବୁଲେଟ ଟ୍ରେନ ପ୍ରକଳ୍ପର ୩୧୦ କିମି ଭାୟାଡକ୍ଟ କାମ ଶେଷ କରାଯାଇଛି । ଏଥିରେ ଟ୍ରାକ ବିଛାଇବା, ଓଭରହେଡ୍ ଇଲେକ୍ଟ୍ରିକ କାର୍ଯ୍ୟ, ଷ୍ଟେସନ ଏବଂ ବ୍ରିଜ କାମ ଦ୍ରୁତ ଗତିରେ ଆଗଉଛି । ଜାପାନର ସିଙ୍କାନସେନ ଟେକ୍ନୋଲୋଜିରେ ଭାରତରେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ୫୧୦ କିମି ବିଶିଷ୍ଟ ଟ୍ରାକ୍ରେ ବୁଲେଟ ଟ୍ରେନ ଚାଲିବ । ଏହି ପ୍ରକଳ୍ପର ନଦୀ ଉପରେ ୧୫ଟି ବ୍ରିଜ କାର୍ଯ୍ୟ ସରିଛି । ଆଉ ୪ଟି ଅଗ୍ରଗତି ଜାରି ରହିଛି । ୧୨ଟି ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ ଏବଂ ୪ଟିର କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

‘ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ନାହିଁ’: ଉମ...