ମୁମ୍ବାଇ, ୧୬/୧୦ : ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ର ଠିକ୍ ପୂର୍ବରୁ ଟିମରେ କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ମୁମ୍ବାଇ ଟିମ୍ ଲାଗି ନୂଆ ବୋଲିଂ କୋଚ୍ ନିଯୁକ୍ତି କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ପାରସ ମହାମ୍ବେ୍ରଙ୍କୁ ସୁଯୋଗ ଦେଇଛି । ସେ ଟିମର ନୂଆ ବୋଲିଂ କୋଚ୍ ଅଟନ୍ତି । ପାରସଙ୍କ ପୂର୍ବରୁ ମହେଲା ଜୟବର୍ଦ୍ଧନଙ୍କୁ ବି ମୁଖ୍ୟ ଦାୟିତ୍ବ ମିଳିଥିଲା । ସେ ଟିମର ମୁଖ୍ୟ କୋଚ୍ ଥିଲେ । ପାରସଙ୍କ କଥା ଯଦି ଆମେ କହିବା ତେବେ ତାଙ୍କ କୋଚିଂରେ ଏବେ ପର୍ଯ୍ୟନ୍ତ ଭଲ ରେକର୍ଡ଼ ରହିଛି । ସେ ଟି-୨୦ ବିଶ୍ବକପ ୨୦୨୪ସମୟରେ ଟିମ୍ ଇଣ୍ଡିଆ ସହ ଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ନିଜ ଅଫିସିଆଲ ଓ୍ବେବସାଇଟ୍ ମାଧ୍ୟମରେ କହିଛି କି ପାରସଙ୍କୁ ବୋଲିଂ କୋଚ୍ କରାଯାଇଛି । ମୁମ୍ବାଇର ଲସିଥ ମାଲିଙ୍ଗା ବି ଅଛନ୍ତି।  ମାଲିଙ୍ଗାଙ୍କ ସହ ପାରସ ଆସିବା ପରେ କୋଚିଂ ଷ୍ଟାଫ ବହୁ ମଜବୁତ ହୋଇଯାଇଛି । ପାରସ ଏହା ପୂର୍ବରୁ ବି ମୁମ୍ବାଇ ଇଣ୍ଡିଆନ୍ସର ଭାଗିଦାରୀ ରହି ସାରିଛନ୍ତି । ତାଙ୍କର କ୍ରିକେଟ କ୍ୟାରିୟର ବି ବହୁତ ଭଲ ରହିଛି । ପାରସ ମୁମ୍ବାଇ ଲାଗି ଘରୋଇ ମ୍ୟାଚରେ ଡାହାଣ ହାତୀ ମିଡିୟମ ପେଶର ଭୂମିକା ନିଭାଉଥିଲେ ।