ଲାଇଭ ଷ୍ଟ୍ରିମିଂ ବେଳେ ରାସ୍ତାରେ ବିଦେଶୀ ମହିଳା ୟୁଟ୍ୟୁବ୍ରଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ ପରେ ୨ ଗିରଫ

ମୁମ୍ବାଇ,୧।୧୨: ମୁମ୍ବାଇର ଖାର ପୋଲିସ ଜଣେ ବିଦେଶୀ ମହିଳା ୟୁଟ୍ୟୁବରକୁ ଅସଦାଚରଣ ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରିଛି। ଭିଡିଓ ଭାଇରାଲ ହେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମୋବିନ ଚାନ୍ଦ ମୋହଦ ଶେଖ ଏବଂ ମୋହମଦ ନାକିବ ସାଦ୍ରିୟାଲମ୍ ଅନସାରୀଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ପଚରାଉଚରା ସହିତ ଅଧିକ ତଦନ୍ତ ଚାଲିଛି। ଡିସିପି ଅନିଲ ପାରସକର କହିଛନ୍ତି ଯେ, ଆଇପିସିର ଧାରା ୩୫୪ ଅନୁଯାୟୀ ଉଭୟଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି।
Last night on stream, there was a guy who harassed me. I tried my best not to escalate the situation and leave because he was with his friend. And some people said that it was initiated by me being too friendly and engaging the conversation. Makes me think again about streaming. https://t.co/QQvXbOVp9F
— Mhyochi in 🇮🇳 (@mhyochi) November 30, 2022
ମିଳିଥିବା ଖବର ଅନୁସାରେ, କୋରିଆର ମହିଳା ୟୁଟ୍ୟୁବର୍ ମୁମ୍ବାଇ ରାସ୍ତାରେ ଲାଇଭ୍ ଷ୍ଟ୍ରିମିଂ କରୁଥିଲେ। ଠିକ୍ ସେତିକିବେଳେ ଦୁଇ ଯୁବକ ତାଙ୍କ ପାଖକୁ ଆସନ୍ତି ।ସେମାନେ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତି । ଲାଇଭ୍ ଷ୍ଟ୍ରିମିଂ ସମୟରେ ଜଣେ ଯୁବକ ବିଦେଶୀନିଙ୍କ ହାତ ଧରି ତାଙ୍କ ଗାଡିରେ ବସିବାକୁ କହିଥିଲା। ଝିଅଟି ମନା କରି ‘ବାଏ ବାଏ’ କହି ଖସିଯିବାକୁ ଚେଷ୍ଟା କରଥିଲେ। ଏହାପରେ ଯୁବତୀ ଜଣକ ଲାଇଭ୍ ଭିଡିଓ କରି ନିଜେ ରହୁଥିବା ସ୍ଥାନ ଆଡକୁ ଯିବାକୁ ଆରମ୍ଭ କରିଥିଲେ। ହେଲେ ଯୁବକମାନେ ତାଙ୍କ ବାଇକ୍ ନେଇ ତାଙ୍କ ନିକଟକୁ ଆସନ୍ତି। ସେ ତାଙ୍କୁ ଲିଫ୍ଟ ଦେବାକୁ କୁହନ୍ତି, କିନ୍ତୁ ଯୁବତୀ ଜଣକ ଉତ୍ତର ଦେଇଥିଲେ ତାଙ୍କ ଘର ପାଖରେ ଅଛି। ସେ ବାରି ହେଉଛି।
ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।। ଏପର୍ଯ୍ୟନ୍ତ ବିଦେଶୀ ଯୁବତୀ ଜଣକ ଯଦିଓ କୌଣସି ଅଭିଯୋଗ କରିନାହାନ୍ତି କିନ୍ତୁ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆରେ ଜୋରଦାର ବିରୋଧ କରାଯାଇଛି। ବହୁ ସଂଖ୍ୟାରେ ଲୋକମାନେ କହିଛନ୍ତି, ଏହା ଦେଶର ପ୍ରତିଷ୍ଠାର ପ୍ରଶ୍ନ। ମୁମ୍ବାଇ ଭଳି ମହାନଗରୀରେ ରାସ୍ତାରେ ଚାଲୁଥିବା ଯୁବତୀ ସହ ଏଭଳି କିପରି ଅସଦାଚରଣ କରାଯାଇପାରେ। ସେଭଳି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପରେ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।