PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଅନର କିଲିଂ:ପାଦ ଛୁଇଁ ଆର୍ଶିବାଦ ନେବାକୁ ଯାଉଥିବା ଗର୍ଭବତୀ ଝିଅର ବେକ କାଟିଲା ବାପା

ମୁମ୍ବାଇ,୧୬।୭: ମାୟାନଗରୀ ମୁମ୍ବାଇରେ ଅନର କିଲିଂର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୨୦ ବର୍ଷୀୟ ଗର୍ଭବତୀ ଯୁବତୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଦିଆଯାଇଛି। ହତ୍ୟାକାରୀ ଆଉ କେହି ନୁହେଁ, ସେ ହେଉଛନ୍ତି ଯୁବତୀ ଜଣଙ୍କର ବାପା। ଝିଅ ଯେତେବେଳେ ଆର୍ଶିବାଦ ନେବାକୁ ବାପାର ପାଦ ଛୁଇଁବାକୁ ତଳକୁ ମୁଣ୍ଡ ନୁଆଁଇଥିଲା, ତା’ର ବାପା ବେକକୁ ଧାରୁଆ ଛୁରିରେ ଆକ୍ରମଣ କରି ହତ୍ୟା କରିଛି। ପୋଲିସ ଏବେ ଅଭିଯୁକ୍ତ ବାପାକୁ ଗିରଫ କରିଛି।

ଏହି ହତ୍ୟାକାଣ୍ଡ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଗତ ରବିବାର ଘଟିଥିଲା। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୋଲିସ ଡିସିପି ଅଖିଳେଶ ସିଂଙ୍କ କହିବା ଅନୁସାରେ ମୃତକଙ୍କ ପରିଚୟ ମୀନାକ୍ଷି ଚୌରୋସିଆ ଭାବରେ ହୋଇଛି। ସେ ତାଙ୍କ ବାପାଙ୍କ ଇଛା ବିରୋଧରେ ଯାଇ ଚଳିତ ବର୍ଷ ଫେବୃଆରୀରେ ନିଜର ପ୍ରେମିକ ବୃଜେଶ ଚୌରାସିଆଙ୍କୁ ବିବାହ କରିଥିଲେ। ସେବେଠାରୁ ମୀନାକ୍ଷୀଙ୍କ ବାପା ରାଜକୁମାର ଚୌରାସିଆ ରାଗିକି ଥିଲେ, କାରଣ ସେ ତାଙ୍କ ଝିଅର ବିବାହ ପ୍ରସ୍ତାବ ଦୁଇଥର ଅଲଗା ଅଲଗା ପୁଅଙ୍କ ସହ ଧାର୍ଯ୍ୟ କରିଥିଲେ।

ମୀନାକ୍ଷୀ କିନ୍ତୁ ତାଙ୍କର ପ୍ରସ୍ତାବକୁ ଦୁଇଥର ମନା କରିଦେଇଥିଲେ। ଏହାପରେ ବୃଜେଶଙ୍କ ସହିତ ପଳାଇ ମଧ୍ୟପ୍ରଦେଶର ସତନା ଚାଳିଯାଇଥିଲେ ଓ ସେଠାରେ ବିବାହ କରିଥିଲେ। ପୋଲିସର ସୂଚନା ଅନୁସାରେ ବିବାହ ପରେ ଅଭିଯୁକ୍ତ ବାପା ସହ ମୀନାକ୍ଷୀଙ୍କର ଦେଖା ହୋଇଥିଲା।  ସେତେବେଳେ ତାଙ୍କ ବାପା କହିଥିଲେ, କେବେ ଗାଁକୁ ଯିବୁ ନାହିଁ, ନହେଲେ ଖୁବ୍ ବେଇଜତ ହେବାକୁ ପଡିବ।

ମୀନାକ୍ଷୀ ମଧ୍ୟ ଏହାପରେ ଆଉ ଦେଖା କରିନଥିଲେ। କିନ୍ତୁ ଶନିବାର ସନ୍ଧ୍ୟାରେ ଅଭିଯୁକ୍ତ ରାଜକୁମାର ତାଙ୍କ ଝିଅ ମିନାକ୍ଷୀଙ୍କୁ କପଡା ପାଇଁ ଟଙ୍କା ଦେବା ବାହାନାରେ ପାଖକୁ ଡାକିଥିଲେ। ମୀନାକ୍ଷୀ ଯେତେବେଳେ ତାଙ୍କ ବାପାଙ୍କ ପାଦ ଛୁଇଁ ଆର୍ଶିବାଦ ନେଉଥିଲେ ସେତେବେଳେ ତାଙ୍କର ବେକକୁ ଛୁରିରେ ଆଘାତ କରି ହତ୍ୟା କରିଥିଲା ରାଜକୁମାର।