PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଲୋକାର୍ପିତ ହେଲା ଦେଶର ନୂଆ ସଂସଦ ଭବନ, ଗଣତନ୍ତ୍ରକୁ ମିଳିଲା ସ୍ଵାଭିମାନର ଭବ୍ୟ ମନ୍ଦିର
  • ||
  • ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ଫୁଲପ୍ରୁଫ୍ ସାଇବର୍ ସିଷ୍ଟମ, ଭେଦ କରିପାରିବେନି ହ୍ୟାକର- ଇଣ୍ଟରନେଟ୍ ଅଣ୍ଡରୱାର୍ଲ୍ଡ
  • ||
  • ନିଶ୍ଚିନ୍ତକୋଇଲି : ମଦ୍ରାସାରେ ନିର୍ଯାତନା ଅଭିଯୋଗ, ରାତିରେ ଲୁଚି ପଳାଇଆସିଲେ ୬ ଛାତ୍ର
  • ||

‘ମୁଁ ଖୁବ୍‌ ଶୀଘ୍ର ମୁମ୍ୱାଇରେ ବିସ୍ଫୋରଣ କରିବାକୁ ଯାଉଛି’, ରାତିରେ ପୁଲିସକୁ ମିଳିଲା ଧମକ … ତାପରେ

ମୁମ୍ୱାଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇରେ ଏହି ସମୟରେ ଆତଙ୍କ ଖେଳି ଯାଇଛି। ଜଣେ ବ୍ୟକ୍ତି ସହରରେ ବୋମା ବିସ୍ଫୋରଣ କରିବାର ଧମକ ଦେବା ପରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଏହି ଧମକ ମୁମ୍ୱାଇ ପୁଲିସର ଅଫିସିଆଲି ଟ୍ୱିଟର ହ୍ୟାଣ୍ଡେଲରେ ଆସିଥିଲା। ସୂଚନା ଅନୁସାରେ , ଏହି ଧମକ ରାତିରେ ହଁ ଆସିଥିଲା।

ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି , ମୁମ୍ୱାଇ ପୁଲିସକୁ ତାଙ୍କର ଅଫିସିଆଲି ଟ୍ୱିଟର ହ୍ୟାଣ୍ଡେଲରେ ସହରରେ ବୋମା ବିସ୍ଫୋରଣର ଧମକପୂର୍ଣ୍ଣ ମେସେଜ ଆସିଥିଲା । ଏହାପରେ ଯାଞ୍ଚ ଆରମ୍ଭ ହୋଇ ଥିଲା। ଯାଞ୍ଚ ସମୟରେ ପୁଲିସକୁ ଜଣାପଡ଼ିଥିଲା କି ଟ୍ୱିଟରରେ ଧମକ ଦେଇଥିବା ବ୍ୟକ୍ତି ନାନ୍ଦେଡରେ ରହୁଛନ୍ତି। ଏହାପରେ ପୁଲିସ ଏହି ବ୍ୟକ୍ତିଙ୍କୁ ହେପାଜତକୁ ନେଇଯାଇଛି ।

ଅଧିକାରୀମାନେ କହିଛନ୍ତି ଏହି ବ୍ୟକ୍ତି ମୁମ୍ୱାଇ ପୁଲିସର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଥିଲେ , ମୁଁ ଖୁବ୍‌ ଶୀଘ୍ର ମୁମ୍ୱାଇରେ ବିସ୍ଫୋରଣ କରିବାକୁ ଯାଉଛି। ଅଧିକାରୀ କହିଛନ୍ତି , ଏହି ଟ୍ୱିଟର ୟୁଜରର ଲୋକେସନ ମୁମ୍ୱାଇ ଠାରୁ ପାଖାପାଖି ୬୨୫ କିଲୋମିଟର ଦୂର ମରାଠୱାଡା ଅଞ୍ଚଳରେ ମିଳିଥିଲା। ଅଧିକାରୀ କହିଛନ୍ତି ସଂପୃକ୍ତ ସନ୍ଦିଗ୍ଧକୁ ହେପାଜତକୁ ନିଆଯାଇଛି ଏବଂ କେସ୍‌ ରୁଜୁ କରିବାର ପ୍ରତିକ୍ରିୟା ଚାଲୁ ରହିଛି।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀରେ ନାଗପୁର ପୁଲିସ କଣ୍ଟ୍ରୋଲକୁ ଫୋନରେ ଜଣେ ଅଜଣା ବ୍ୟକ୍ତି ଧମକ ଦେଇଥିଲେ। ମୁମ୍ୱାଇର ଜଣେ ବଡ଼ ନାମୀ ଲୋକଙ୍କ ଘରେ ବୋମା ବିସ୍ଫୋରଣ ହେବ, ସୂତ୍ରରୁ ପ୍ରକାଶ କି କଲର ଦୃଢ଼ତାର ସହ କହିଥିଲା କି ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ବଙ୍ଗଳା ଏଣ୍ଟିଲିଆରେ ବିସ୍ଫୋରଣ ହେବ। ଏହା ବ୍ୟତୀତ କଲର କହିଥିଲା, ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଘର ଓ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ଘରେ ବି ବିସ୍ଫୋରଣ ହେବ । ଏହି କଲ୍‌ ପରେ ନାଗପୁର ପୁଲିସ କଣ୍ଟ୍ରୋଲ ଏହି କଥାର ସୂଚନା ମୁମ୍ୱାଇ ପୁଲିସକୁ ଦେଇଥିଲା ।

ସୂଚନା ଯେ , ଅଗଷ୍ଟ ୨୦୨୨ରେ ମଧ୍ୟ ମୁକେଶ ଅମ୍ୱାନୀଙ୍କର ଘରକୁ ବୋମାରେ ଉଡ଼େଇ ଦେବାର ଧମକ ଦିଆଯାଇ ଥିଲା । ଏହା ପୂର୍ବରୁ ମଧ୍ୟ ପ୍ରଥମେ ୨୫ ଫେବ୍ରୁଆରୀ ୨୦୨୧ରେ ଏମିତି ହିଁ ଏକ ଧମକରେ ସାରା ଦେଶରେ ଆତଙ୍କ ଖେଳି ଯାଇଥିଲା ।