ସଲମାନ ଖାନଙ୍କୁ ଧମକ ମାମଲାରେ ଆସିଲା ବଡ଼ ତଥ୍ୟ , ପୁଲିସ ହାତରେ ଲାଗିଲା ଏହି ସୁରାକ୍

ମୁମ୍ୱାଇ – ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରି ଦେବା ମାମଲାରେ ନୂଆ ଖୁଲାସା ହୋଇଛି। ପୁଲିସକୁ ଜଣାପଡ଼ିଛି କି ଯେଉଁ ଇମେଲ ଆଇଡିରୁ ଅଭିନେତାଙ୍କୁ ଧମକ ପୂର୍ଣ୍ଣ ମେଲ୍ ପଠାଯାଇ ଥିଲା , ତାହା କେଉଁ ସ୍ଥାନର। ମିଡ଼ିଆ ରିପୋର୍ଟ୍ସ ମୁତାବିକ, ଯାଞ୍ଚରେ ଏହି କଥା ସାମନାକୁ ଆସିଛି କି ଧମକପୂର୍ଣ୍ଣ ମେଲ୍ ପଠାଇ ଥିବା ଇମେଲ ଆଇଡିର କନେକ୍ସନ ୟୁକେ ସହ ରହିଛି । ବାସ୍ତବରେ , ଏହି ଇମେଲ ଆଇଡିକୁ ଯେଉଁ ମୋବାଇଲ ନମ୍ୱରରୁ ଲିଙ୍କ୍ କରାଯାଇ ଥିଲା , ତାହା ୟୁକେର ଥିଲା।
ଗତ ସପ୍ତାହରେ , ସଲମାନ ଖାନଙ୍କର ବ୍ୟକ୍ତିଗତ ସହାୟକ ଜୋର୍ଡି ପଟେଲଙ୍କୁ ଧମକ ପୂର୍ଣ୍ଣ ଇମେଲ ମିଳିଥିଲା । ଏହି ମେଲର ସୂଚନା ମିଳିବା ପରେ ଅଭିନେତାଙ୍କ ନିକଟତମ ପ୍ରଶାନ୍ତ ଗୁଞ୍ଜାଲକର ବାନ୍ଦ୍ରା ପୁଲିସ ଷ୍ଟେସନରେ ଅଭିଯୋଗ ରୁଜୁ କରାଇଥିଲେ। ସେ ପୁଲିସକୁ କହିଥିଲେ କି, ଯେବେ ସେ ଅଭିନେତାଙ୍କ ବାନ୍ଦ୍ରା ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ , ସେତେବେଳେ ତାଙ୍କୁ ଜୋର୍ଡି ପଟେଲ ଇନବକ୍ସରେ ଏକ ଧମକପୂର୍ଣ୍ଣ ଇମେଲ ଦେଇଥିଲେ । ଏହି ଇମେଲରେ ଲେଖା ଥିଲା , ଗୋଲ୍ଡି ଭାଇ (ଗୋଲ୍ଡି ବ୍ରାର)ଙ୍କର କଥା ହେବାର ଅଛି ତୋ ବସ୍ ସଲମାନ ସହ। ଇଣ୍ଟରଭ୍ୟୁ ( ଲରେନ୍ସ ବିଶ୍ନୋଇ) ଦେଖି ସାରିଥିବ । ଯଦି ଦେଖି ନାହିଁ ତ, କହିଦିଅ ଦେଖି ନେବ । ମ୍ୟାଟର କ୍ଲୋଜ କରିବାର ଅଛି ତ କଥାବାର୍ତ୍ତା କରାଇ ଦିଅ । ଫେସ୍ ଟୁ ଫେସ୍ କରିବାର ଅଛି ତ କହି ଦିଅ । ସମୟ ପୂର୍ବରୁ କହି ଦେଉଛି , ଆଗାମୀ ଥର ସିଧା ଝଟକା ଦେବି ।
ଉଲ୍ଲେଖନୀୟ ଯେ, ଧମକ ପୂର୍ଣ୍ଣ ଇମେଲ ମିଳିବା ପରେ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ଘରେ ସୁରକ୍ଷା ବଢାଇ ଦିଆ ଯାଇଛି । ଏମିତି ଚର୍ଚ୍ଚା ଥିଲା କି ଧମକ କାରଣରୁ ସଲମାନ ଖାନଙ୍କର କୋଲକାତାର ଶୋ’ ରଦ୍ଦ ହୋଇଯାଇଛି , କିନ୍ତୁ , ଆୟୋଜକମାନେ ଏହି କଥା ସ୍ପଷ୍ଟ କରିଛନ୍ତି କି ଏହି ଶୋ ଧମକ କାରଣରୁ ନୁହେଁ ଜ୍ୟାକଲିନ୍ଙ୍କ ଡେଟ୍ସ କାରଣରୁ ପୋଷ୍ଟପୋନ୍ ହୋଇଛି।ସଲମାନ ଖାନ ମଇ ଓ ଜୁନ ମଧ୍ୟରେ କୋଲକାତାରେ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି ।