ନୂଆଦିଲ୍ଲୀ : ଆତଙ୍କ ଖେଳାଇଥିଲା ଦୁଷ୍କର୍ମକାରୀ । ନିର୍ଜନ ସ୍ଥାନରେ ରହୁଥିଲା । ମହିଳା ଆସିଲେ ଦୁଷ୍କର୍ମ କରୁଥିଲା । ତାହା ପୁଣି ଧନୀ ଘରର ଯୁବତୀଙ୍କୁ । ବାଇକରେ ଆସି ଦୁଷ୍କର୍ମ କରିବା ପରେ ଫେରାର ହେଉଥିଲା ଅଭିଯୋଗ । ମୁମ୍ବାଇର ବାଙ୍ଗର ନଗରରେ କିଛିଦିନ ଧରି ଏଭଳି ଆତଙ୍କ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ୨୩ ବର୍ଷୀୟ ମୁଖତାର ନାସିର ଖାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ତାକୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରାଯାଇଛି ।

ମିଳିଥିବା ଖବର ଅନୁସାରେ ଅଭିଯୁକ୍ତ ଜଣକ ଧନୀ ଘରର ଯୁବତୀଙ୍କ ଗତିବିଧି ଉପରେ ନଜର ରଖେ । ଆଉ ସେମାନେ ଏକା ଫେରୁଥିବାବେଳେ ଧରି ଦୁଷ୍କର୍କ କରେ । ଏଭଳି ତିନୋଟି ଅଭିଯୋଗ ଆସିବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇଥିଲା । ଆଉ ସ୍ଥାନୀୟ ଅଞ୍ଚଳରେ ରହିଥିବା ସିସିଟିଭିକୁ ଯାଞ୍ଚ କରିଥିଲା । ସିସିଟିଭି ଆଧାରରେ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ପୁଲିସ ସଫଳ ହୋଇଛି । ତେବେ ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଥିବା ଜଣା ପଡ଼ିଛି । ପୁଲିସ ସୂତ୍ରରୁ କୁହାଯାଇଛି କି, ମହିଳାଙ୍କ ସୁରକ୍ଷା ଦେବା ଆମର ପ୍ରଧାନ କାମ ।

ଏହାସହ ପଢ଼ନ୍ତୁ : କ୍ଲାସେନ୍- ନୀତିଶଙ୍କ ଦମଦାର ଅର୍ଦ୍ଧଶତକ, ଲକ୍ଷ୍ନୌକୁ ୧୫୭ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ