ନୂଆଦିଲ୍ଲୀ : ଲକ୍ଷ୍ନୌକୁ ୧୫୭ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ । ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ଓ୍ବିକେଟ୍ ହରାଇ ୧୫୬ ରନ୍ କରିବାରେ ସକ୍ଷମ ହୋଇଛି ହାଇଦ୍ରାବାଦ । ଚଳିତ ସିଜିନର ପ୍ରଥମ ବିଜୟ ପାଇଁ ଲକ୍ଷ୍ନୌକୁ ୧୫୭ ରନ କରିବାକୁ ପଡ଼ିବ । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ନା କରିଥିବା ହାଇଦ୍ରାବାଦ ପାଇଁ ସଙ୍କଟେମାଚକ ସାଜିଥିଲେ ହେନରି କ୍ଲାସେନ୍ ଏବଂ ନୀତିଶ କୁମାର ରେଡ୍ଡି । କ୍ଳାସେନ୍ ୪୧ ବଲରୁ ୬୨ ରନ କରିଥିବାବେଳେ ନୀତିଶ କୁମାର ରେଡ୍ଡି ୩୩ ବଲରୁ ୫୬ ରନ କରିଛନ୍ତି ।
ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଲକ୍ଷ୍ନୌ । ୨୬ ରନରେ ଦଳ ୪ଟି ଓ୍ବିକେଟ୍ ହରାଇଥିଲା । ଆଜିର ମ୍ୟାଚରେ ଫ୍ଲପ୍ ହୋଇଛନ୍ତି ଦୁଇ ଓପନର । ଟ୍ରାଭିସ୍ ହେଡ ୭ କରିଥିବାବେଳେ ଅଭିଶେକ ଶର୍ମା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ପରେ ଇଶାନ କିଷନ ମାତ୍ର ୧ ରନ କରିଥିବାବେଳେ ଲିଭିଙ୍ଗଷ୍ଟନ୍ ୧୪ ରନ କରିଥିଲେ । ୨୬ ରନରେ ୪ ଓ୍ବିକେଟ ହରାଇ ଚିନ୍ତାରେ ପଡ଼ିଥିଲା । ପରେ କ୍ଲାସେନ ଏବଂ ନୀତିଶ କୁମାର ରେଡ୍ଡି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ଦଳୀୟ ସ୍କୋରରେ ବଡ଼ ପରିବର୍ତ୍ତନ ହୋଇନଥିଲା । ଶେଷରେ ଦଳ ୯ ଓ୍ବିକେଟ୍ ହରାଇ ୧୫୬ ରନ୍ କରିବାରେ ସକ୍ଷମ ହୋଇଛି ।
ସେପଟେ ଲକ୍ଷ୍ନୌ ପକ୍ଷରୁ ମହମ୍ମଦ ସାମି, ଆଭେଶ ଖାନ ଏବଂ ପ୍ରିନ୍ସ ଯାଦବ ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି । ଦିଗେବଶ ରାଠି ଏବଂ ସିଦ୍ଧାର୍ଥ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁନ୍ତ ହୋଇଛନ୍ତି । ଆଜିର ମ୍ୟାଚରେ ଲକ୍ଷ୍ନୌର ୭ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିଲେ । ଲୋସ୍କୋରିଂ ମ୍ୟାଚ୍ ସବୁବେଳେ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥାଏ । ଏଣୁ ଏହି ମ୍ୟାଚ କିଭଳି ହେଉଛି ଦର୍ଶକଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : ଝିଅର ହେଲା ଛାଡ଼ପତ୍ର, ଢ଼ୋଲ ବଜାଇ ମିଠା ଖୁଆଇ ସ୍ବାଗତ କଲେ ବାପା