ଗଣତନ୍ତ୍ର ଦିବସ ପାଇଁ ମୁମ୍ବାଇରେ ହାଇ ଆଲର୍ଟ ଜାରି, ଏୟାର ଷ୍ଟ୍ରାଇକ୍ ଆଶଙ୍କାରେ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କଲା ପୋଲିସ…

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଇଁ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି । ମୁମ୍ବାଇର ଦାଦର ଶିବାଜୀ ପାର୍କରେ ଏୟାର ଷ୍ଟ୍ରାଇକ୍ ହେବାର ଆଶଙ୍କା କରି ପୋଲିସ ଏହି ଅଞ୍ଚଳକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରିଛି । ସୂଚନା ଅନୁଯାୟୀ ମୁମ୍ବାଇ ପୋଲିସ ଏଭଳି ଇନପୁଟ ମିଳିଛି, ଯେଉଁଥିରେ କୁହାଯାଇଛି ଯେ ୨୬ ଜାନୁଆରୀରେ ସହରର ଶିବାଜୀ ପାର୍କରେ ଏୟାର ଷ୍ଟ୍ରାଇକ୍ ହୋଇପାରେ ।
ଇନପୁଟ ଆଧାରରେ ଆକ୍ସନ ମୋଡ୍କୁ ଆସିଛି ମୁମ୍ବାଇ ପୋଲିସ । ସହରର ସୁରକ୍ଷା ବୃଦ୍ଧି କରିଛି ପୋଲିସ । ଗଣତନ୍ତ୍ର ଦିବସ ପାଳନ ଦିନ ପର୍ଯ୍ୟନ୍ତ ସେଠାରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି ।

ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜଧାନୀ ଉପରେ ଉପ-ପାରମ୍ପାରିକ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି । ଦିଲ୍ଲୀ ପୋଲିସ କମିଶନର ସଂଜୟ ଆରୋରା ଏକ ନିର୍ଦ୍ଦେଶ ଦେଇଛନ୍ତି ଯେ ପାରା-ଗ୍ଲାଇଡର୍, ପାରା-ମୋଟର, ହ୍ୟାଙ୍ଗ-ଗ୍ଲାଇଡର୍, ୟୁଏଭି, ୟୁଏଏସ, ମାଇକ୍ରୋଲାଇଟ୍ ବିମାନ, ଦୂରରୁ ସଂଚାଳିତ ବିମାନ ଉଡିବା ଦେଖିବାକୁ ମିଳିବନି । ପୋଲିସ୍ ଏକ ଗାଇଡଲାଇନ ଜାରି କରି କହିଛି ଯେ କିଛି ଅପରାଧୀ କିମ୍ବା ସାମାଜିକ ବିରୋଧୀ କିମ୍ବା ଭାରତ ବିରୋଧୀ ଆତଙ୍କବାଦୀ ମୁମ୍ବାଇକୁ ଟାର୍ଗେଟ କରିପାରନ୍ତି ।