PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଇଟାଭାଟିରେ ଦିନମଜୁରୀ କରି ମୁନ୍ନାବତୀ ହେଲେ ୟୁନିଭର୍ସିଟି ଟପ୍ପର

ରାଞ୍ଚି ୨୧/୭: ଝାଡଖଣ୍ଡର ରାଞ୍ଚିରେ ରହୁଥିବା ମୁନ୍ନାୱତୀ ଇଟାଭାଟିରେ ଦିନମଜୁରୀ କରି ସଂସ୍କୃତରେ ଏମଏ କରିଛନ୍ତି । କେବଳ ଏତିକି ନୁହେଁ ସେ ୟୁନିଭର୍ସିଟି ଟପ୍ କରି ଏମଏରେ ଗୋଲ୍ଡ ମେଡାଲ ମଧ୍ଯ ଜିତିଛନ୍ତି । ମୁନ୍ନାବତୀ ରାଞ୍ଚି ଜିଲ୍ଲାର ଡୋଲଇଞ୍ଚା ଗାଁରେ ବାସ କରନ୍ତି ।

ମୁନ୍ନବତୀ ଇଟାଭାଟିରେ କାମ କରିବା ବ୍ୟତୀତ ଅନ୍ଯ ସ୍ଥାନରେ ମଧ୍ୟ ମଜୁରୀ କରନ୍ତି । ସଂସ୍କୃତରେ ଏମଏ କରିବାପରେ ଏବେ ତାଙ୍କୁ ପ୍ଲସ୍-ଟୁ ହାଇପୋଷ୍ଟ ଗ୍ରାଜୁଏଟ୍ ଟ୍ରେଣ୍ଡ ଟିଚର ଭାବେ ନିଯୁକ୍ତ କରାଯାଇଛି । ଶନିବାର ଜିଲ୍ଲା ସ୍କୁଲରେ ନଗର ବିକାଶ ମନ୍ତ୍ରୀ ସିପି ସିଂହ ମୁନ୍ନାବତୀଙ୍କୁ ପୋଷ୍ଟିଂ ଲେଟର ପ୍ରଦାନ କରିଛନ୍ତି ।

ଯେତେବେଳେ ତାଙ୍କୁ ପୋଷ୍ଟିଂ ଲେଟର ପ୍ରଦାନ କରାଗଲା ସେ ଖୁସିରେ ନାଚିବାକୁ ଲାଗିଲେ । ତାଙ୍କ ଆଖି ଖୁସିରେ ଓଦା ହୋଇଗଲା । ମୁନ୍ନାବତୀ କୁହନ୍ତି ସେ ଗରିବା ପରିବାରରୁ ଆସିଛନ୍ତି । ଏଥିପାଇଁ ଦିନମଜୁରୀ କରିବା ଛଡା ତାଙ୍କ ପାଖରେ ଅନ୍ଯକିଛି ଉପାୟ ନଥିଲା । କିନ୍ତୁ ଏବେ ସେ ସଫଳତା ପୂର୍ବରୁ ଶିକ୍ଷୟତ୍ରୀ ହୋଇ ନିଜ କର୍ତ୍ତବ୍ଯ ପାଳନ କରିବାକୁ ଇଛା ପ୍ରକାଶ କରିଛନ୍ତି । ସେ କୁହନ୍ତି ଯେ ଜେଏସଏସସିର ପିଜି ଟ୍ରେଣ୍ଡ ଟିଚର ନିଯୁକ୍ତି ପରୀକ୍ଷାରେ ସଫଳତା ହାସଲ କରିବା ପରେ ସେ ଅକ୍ଲାନ୍ତ ପରିଶ୍ରମ ଓ ସଂଘର୍ଷ କରି ଆଜି ଏଠି ପହଞ୍ଚିଛନ୍ତି । ଏହି ଅବସରରେ ସମୁଦାୟ ୫୮୦ ପିଟିଜି ଓ ଟିଜିଟି ଟିଚର୍ସଙ୍କୁ ମଧ୍ଯ ପୋଷ୍ଟିଂ ଲେଟର ଦିଆଯାଇଛି ।

ମୁନ୍ନାବତୀ କୁହନ୍ତି ଯେ ତାଙ୍କର ୨ ବଡ ଭଉଣୀ ଅଛନ୍ତି ଏବଂ ଜଣେ ସାନ ଭାଇ ଅଛନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ତାଙ୍କୁ ୧୯୯୮ରେ ଦଶମ ପାସ୍ କରି ପାଠପଢା ଛାଡିବାକୁ ପଡିଥିଲା । ସେବେଠାରୁ ୨୦୦୫ ପର୍ଯ୍ଯନ୍ତ ସେ ପାଠପଢାଠାରୁ ଦୂରେଇ ରହିଲେ ଏବଂ ଦିନମଜୁରୀ କରିବାକୁ  ଲାଗିଲେ । ଇଟାଭାଟିରେ କାମ କରି ସେ ବେଡୋର କରମଚନ୍ଦ ଭଗତ କଲେଜରେ ନିଜ ନାମ ଲେଖାଇଲେ ଏବଂ ସଂସ୍କୃତରେ ସ୍ନାତକ ଡିଗ୍ରୀ ହାସଲ କଲେ ।

ସମ୍ବନ୍ଧିତ ଖବର