ଖପ୍ରାଖୋଲ,୧୫/୬: ମୋବାଇଲ୍ ଛଡାଇ ନେବାରୁ ଯୁବକଙ୍କୁ ତଣ୍ଟି ଚିପି ହତ୍ୟା । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଦେଦର୍ହା ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତ ଯୁବକ ଜଣକ ଅଜୁ ପଧାନ ବୋଲି ଜଣାପଡ଼ିଛି।
ସୂଚନ ମୁତାବକ, ଦେଦର୍ହା ଗ୍ରାମର ଶିବ ମନ୍ଦିର ନିକଟ ବଡ଼ ବନ୍ଧ ନାଲରେ ଗ୍ରାମର ଯୁବକ ଧର୍ମୁ ମାଝୀ ଓ କରାଟୁ ମାଝୀ ରାତ୍ର ସମୟରେ ବସି ବାର୍ତ୍ତାଳାପ କରୁଥିଲେ । ଉକ୍ତ ସମୟରେ ଅଜୁ ପଧାନ ଆସି ଧର୍ମୁର ମୋବାଇଲକୁ ଛଡାଇ ଫେରାର ମାରିଥିଲା। ସେହି ସମୟରେ ଉଭୟ ଯୁବକ ଅଜୁକୁ ପିଛା କରି ଧରି ହାତାହାତି ହୋଇଥିଲେ । ଏହି ସମୟରେ ମୋବାଇଲକୁ ଅଜୁ ତଳେ ଫିଙ୍ଗି ଦେଇଥିଲା । ମୋବାଇଲ୍ ଫିଙ୍ଗି ଦେଲା ପରେ ଅଜୁର ତଣ୍ଟିକୁ ଉଭୟ ଯୁବକ ଚିପି ଦେଇଥିଲେ। ଫଳରେ ଅଜୁର ମୃତ୍ୟୁ ହୋଇଯାଇଥିଲା । ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।