ନୂଆଦିଲ୍ଲୀ: ନିକଟରେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଥିବା ହିଂସା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ହିଂସା ସମୟରେ ବ୍ୟାପକ ଭଙ୍ଗାରୁଜା ଏବଂ ପୋଡ଼ାଜଳା ହୋଇଥିଲା। ଏହି ସମୟ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ମଧ୍ୟ ଆହତ ହୋଇଥିଲେ। ଘଟଣା ପରେ, ହିନ୍ଦୁ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଘର ଛାଡି ପଳାଇଥିଲେ। ମୁର୍ଶିଦାବାଦରେ ହୋଇଥିବା ହିଂସା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ ମଧ୍ୟ ଦାୟର କରାଯାଇଥିଲା। ହେଲେ ଆଜି (ସୋମବାର) ସୁପ୍ରିମକୋର୍ଟ ଏହି ଆବେଦନ ଗୁଡ଼ିକର ଶୁଣାଣି କରିବାକୁ ମନା କରିଦେଇଛନ୍ତି। କୋର୍ଟ ଆବେଦନକାରୀଙ୍କୁ ଏକ ଉପଯୁକ୍ତ ଆବେଦନ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ତେବେ ଆବେଦନର ଶୁଣାଣି ସମୟରେ ଜଷ୍ଟିସ୍ କାନ୍ତ କହିଛନ୍ତି ଯେ, ସୁପ୍ରିମକୋର୍ଟ ଏକ ରେକର୍ଡ ଅଦାଳତ । ଏହାକୁ ଭବିଷ୍ୟତର ପିଢ଼ି ଦେଖିବେ। ଆପଣଙ୍କୁ ଆବେଦନ ଦାଖଲ କରିବା ସମୟରେ କିମ୍ବା ନିର୍ଦ୍ଦେଶ ଦେବା ସମୟରେ ସତର୍କ ରହିବାକୁ ପଡିବ । 

ଶୁଣାଣି ସମୟରେ ଓକିଲ ଶଶାଙ୍କ ଶେଖର କହିଛନ୍ତି ଯେ, "ମୁଁ ପାଲଘର ସାଧୁ ମାମଲାରେ ଆବେଦନ ଦାଖଲ କରିଥିଲି। ଏହା ମାନବାଧିକାର ଉଲ୍ଲଂଘନର ମାମଲା ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ଖରାପ।" ସୁପ୍ରିମକୋର୍ଟ ପଚାରିଲେ ଯେ ଆପଣ ଏହି ସୂଚନା କେଉଁଠାରୁ ପାଇଲେ ? ଏହା ଠିକ୍ କି ? ଏହା ଉପରେ ଓକିଲ କହିଛନ୍ତି ଯେ, ଏହା ଗଣମାଧ୍ୟମ ରିପୋର୍ଟ ଉପରେ ଆଧାରିତ । ଆଡଭୋକେଟ୍ ଶଶାଙ୍କ କହିଛନ୍ତି ଯେ, ଲୋକମାନେ ସେଠାରେ ରାସ୍ତାରେ ଅଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ତୁମେ ବହୁତ ଶୀଘ୍ର ଅଛ । ଏହା ଉପରେ ଓକିଲ କହିଲେ, ମୋତେ ଆବେଦନ ପ୍ରତ୍ୟାହାର କରି ସଂଶୋଧନ କରିବାକୁ ଅନୁମତି ଦିଅନ୍ତୁ।

ଏହା ପରେ, ସୁପ୍ରିମକୋର୍ଟ ମୁର୍ଶିଦାବାଦରେ ହୋଇଥିବା ହିଂସା ସମ୍ପର୍କିତ ଆବେଦନ ଗୁଡ଼ିକର ଶୁଣାଣି କରିବାକୁ ମନା କରିଦେଇଛନ୍ତି। କୋର୍ଟ ଉଭୟ ଆବେଦନକାରୀଙ୍କୁ ଏକ ଉପଯୁକ୍ତ ଆବେଦନ ଦାଖଲ କରିବାକୁ କହିଛନ୍ତି। କୋର୍ଟ ଓକିଲମାନଙ୍କୁ ଭର୍ତ୍ସନା କରିଛନ୍ତି ଏବଂ ଦାୟିତ୍ୱର ସହ ଉପଯୁକ୍ତ ଆବେଦନ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି।