PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଦେବୀ ଦୁର୍ଗାଙ୍କୁ ପୂଜା କରିବାରୁ ମୁସଲିମ ବିଜେପି ନେତ୍ରୀଙ୍କୁ ହତ୍ୟା ଧମକ, ଘରେ ବାହାରେ ଲାଗିଛି ପୁଳାପୁଳା ଧମକପୂର୍ଣ୍ଣ ପୋଷ୍ଟର୍

ଲକ୍ଷ୍ନୌ ୨୯/ ୦୯: ଉତ୍ତରପ୍ରଦେଶର ଆଲିଗଡରେ ଜଣେ ମୁସଲିମ ବିଜେପି ନେତ୍ରୀଙ୍କୁ ହତ୍ୟା ଧମକ ମିଳିଛି । ରୁବି ଆସିଫ୍‌ ଖାନ ଏବଂ ତାଙ୍କ ପରିବାରକୁ ଦୁବୁର୍ତ୍ତମାନେ ଫୋନ ଏବଂ ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏପରିକି ରୁବି ଆସିଫଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲାଗିଛି । ଏପରିକି ତାକୁ କାଫିର୍‌ ବୋଲି ମଧ୍ୟ କୁହାଯାଉଛି । ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ଆକ୍ସନ ମୋଡକୁ ଆସିଛି ଆଲିଗଡ ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ବିଜେପି ନେତ୍ରୀ ରୁବି ଆସିଫ‌ ଖାନ ନବରାତ୍ରୀ ଅବସରରେ ନିଜ ଘରେ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ବ୍ୟକ୍ତି । ରୁବିଙ୍କୁ ଧମକ ଦେବା ସହିତ ତାଙ୍କ ପରିବାର ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ । ଧମକପୂର୍ଣ୍ଣ ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ‘ରୁବି ଖାନ ଓ ତାର ପରିବାରକୁ ଜିଅନ୍ତା ଜାଳିଦେବୁ । ସେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରୁଥିବାରୁ ଏବଂ ବନ୍ଦେ ମାତରମ୍‌ କହୁଥିବାରୁ ଏହାର ପରିଣାମ ଭୋଗିବାକୁ ପଡିବ’।

କେବଳ ଦେବୀ ଦୁର୍ଗା ନୁହେଁ ପୂର୍ବରୁ ଗଣେଶଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିବାରୁ ମଧ୍ୟ ତାଙ୍କୁ ଧମକ ମିଳିଥିଲା । ଏପରିକି ରୁବିଙ୍କ ପରିବାର ବିରୁଦ୍ଧରେ ଫତଓ୍ବା ମଧ୍ୟ ଜାରିକରାଯାଇଥିଲା । ଧମକ ମିଳିବା ପରେ ବିସର୍ଜନ ବେଳେ ତାଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ନରୋରା ଘାଟ୍‌ ପର୍ଯ୍ୟନ୍ତ ନିଆଯାଇଥିଲା । ବଡ କଥା ହେଉଛି ରୁବି ଏବଂ ତାଙ୍କ ପରିବାର ଦୀର୍ଘଦିନ ହେଲା ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିଆସୁଛନ୍ତି । ଦୁଇ ବର୍ଷ ପୂର୍ବରୁ ସେ ତାଙ୍କ ବାସଭବନରେ ରାମ ଦରବାର ମଧ୍ୟ ଆୟୋଜନ କରିଥିଲେ । ଏଥିରେ ଉତକ୍ଷିପ୍ତ କିଛି ଦୁର୍ବୁତ୍ତ ତାଙ୍କୁ ଆକ୍ରମଣ କରାଯାଇଥିଲା ।

ଏବେ ପୁଣି ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ରଖିବାକୁ ନେଇ ତାଙ୍କୁ ଧମକ ମିଳିବା ପରେ ବିଜେପି ନେତ୍ରୀ ରୁବି ଆସିଫ‌ ଖାନ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି । ସେ କହିଛନ୍ତି, ବୁଧବାର ସକାଳେ କେହିଜଣେ ତାଙ୍କ ଡୋର୍‌ ବେଲ ବଜାଇଥିଲା । ସେ ବାହାରକୁ ଆସି ଦେଖନ୍ତି ତ ତାଙ୍କ ଘର ସମେତ ପଡୋଶୀ ଘରମାନଙ୍କରେ ଅନେକ ଗୁଡାଏ ପୋଷ୍ଟର ଲଗାଯାଇଛି । ସେ ପୋଷ୍ଟରଗୁଡିକୁ ବାହାର କରି ଫିଙ୍ଗି ଦେଇଥିବା ରୁବି କହିଛନ୍ତି ।

ରୁବିଙ୍କ ସ୍ବାମୀ ଆସିଫ୍‌ କହିଛନ୍ତି, ‘ଆମେ ଦେଶର ପ୍ରତିଟି କୋଣେ ହିନ୍ଦୁ-ମୁସଲମାନ ଏକତାକୁ ବିସ୍ତାର କରିବାକୁ ଚାହୁଁଛୁ । କିନ୍ତୁ କିଛି ବ୍ୟକ୍ତି ଏହାର ଉଦ୍ଦେଶ୍ୟକୁ ନବୁଝି ଆମକୁ ବଦନାମ କରିବାକୁ ଏବଂ ହତ୍ୟା କରିବାକୁ ଧମକ ଦେଉଛନ୍ତି । ୪/୫ ଦିନ ପୂର୍ବରୁ ଗୋଟିଏ ଫେକ୍‌ ଟ୍ବିଟର୍‌ ଆକାଉଣ୍ଟରୁ ଅଶ୍ଳୀଳ ଭାଷାରେ ଆମକୁ ଗାଳିଗୁଲଜ କରାଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ରୁବି ଏବଂ ତାଙ୍କ ପରିବାର । ପୋଲିସ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର